ମାତ୍ର ୨୨୫୦ ଟଙ୍କାର ପେନ୍‌ସନ୍‌କୁ ନେଇ ଝଗଡ଼ା, ୯୨ ବର୍ଷ ବୟସ୍କ ବୃଦ୍ଧ ହତ୍ୟା କଲେ ନିଜର ପତ୍ନୀଙ୍କୁ

ମାନବୀକତା ସମାଜରୁ ଲୋପ ପାଇବାକୁ ବସିଲାଣି । ସାମାନ୍ୟ କିଛି ଟଙ୍କା ପାଇଁ ଜଣେ ୯୨ ବର୍ଷ ବୟସ୍କ ବୃଦ୍ଧ ନିଜର ପତ୍ନୀଙ୍କୁ ହତ୍ୟା କରିଛନ୍ତି । ଏପରି ପରିଣତ ବୟସରେ ଜଣେ ଜଣଙ୍କର ସୁଃଖ ଦୁଃଖର ସାଥୀ ହେବା କଥା । ମାତ୍ର ସେ ବୟସରେ ସାମାନ୍ୟ ଅର୍ଥ ପାଇଁ ନିଜର ପତ୍ନୀଙ୍କୁ ହତ୍ୟା କରିବା ଭଳି ଅଭାବନୀୟ ଘଟଣା ଘଟିଯାଇଛି ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଅଞ୍ଚଳରେ ।

guntur-1

ଜଣେ ୯୨ ବର୍ଷ ବୟସର ବୃଦ୍ଧ ନିଜର ୯୦ ବର୍ଷ ବୟସର ପତ୍ନୀଙ୍କୁ ପେନ୍‌ସନ ଟଙ୍କା ପାଇଁ ହତ୍ୟା କରିଛି । ଉଭୟଙ୍କ ବିବାହ ୨୫ ବର୍ଷ ତଳେ ହୋଇଥିଲା । ହତ୍ୟା ଅଭିଯୁକ୍ତର ନାମ ସାମୁଏଲ୍‌ ଓ ବୃଦ୍ଧ ପତ୍ନୀଙ୍କ ନାମ ଅପ୍ରାୟମ୍ମା । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସରକାର ଏବେ ସବୁ ପରିବାରକୁ ପେନ୍‌ସନ୍‌ ଯୋଜନା ଅନୁଯାୟୀ ପେନ୍‌ସନ୍‌ ଦେଉଛନ୍ତି ।

guntur oldman

ବୃଦ୍ଧା ଅପ୍ରୟମ୍ମାଙ୍କୁ ପ୍ରତିମାସ ୨୨୫୦ ଟଙ୍କା ପେନ୍‌ସନ ମିଳୁଥିଲା । ସାମୁଏଲ୍‌ ଓ ଅପ୍ରାୟମ୍ମାଙ୍କ ଭିତରେ ଉକ୍ତ ଟଙ୍କାକୁ ନେଇ ସବୁବେଳେ ଗଣ୍ଡଗୋଳ ଲାଗୁଥିଲା । ନଭେମ୍ବର ୩ ତାରିଖରେ ସାମୁଏଲ୍‌ ଉକ୍ତ ଟଙ୍କାକୁ ନେଇ ପତ୍ନୀଙ୍କ ସହ ଗଣ୍ଡଗୋଳ କରିବା ସହ ଧରିଥିବା ନିଜ ହାତ ବାଡିରେ ପିଟି ଦେଇଥିଲା । ଫଳରେ ଘଟଣାସ୍ଥରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଯାଇଛି ।

ଏହି ଘଟଣା ଘଟିବା ପରେ ବୃଦ୍ଧ ନିଜର ପରିବାରରେ ଏହି କଥା କହିଥିଲା । ପୁଅଙ୍କ ଅଭିଯୋଗ କ୍ରମେ ପୋଲିସ୍‌ ବୃଦ୍ଧ ବାପାଙ୍କୁ ଗିରଫ କରି ଜେଲ୍‌ ହାଜତକୁ ପଠାଇ ଦେଇଛି । ପ୍ରକାଶଯୋଗ୍ୟ ଯେ ବୃଦ୍ଧଙ୍କର ୩ ପୁଅ, ୩ ଝିଅ ଓ ନାତିନାତୁଣୀ ଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.