ବେଙ୍ଗାଲୁରୁ ମାରାଥନରେ ୫ କିଲୋମିଟର ଦୌଡ଼ିଲେ ୯୨ ବର୍ଷିୟ ବୃଦ୍ଧ, ସାଂସଦ ତେଜସ୍ୱୀ ସୂର୍ଯ୍ୟା ସେୟାର କଲେ ଭିଡ଼ିଓ

ବେଙ୍ଗାଲୁରୁରେ ରବିବାର ଦିନ ଆୟୋଜନ ହୋଇଥିଲା ବେଙ୍ଗାଲୁରୁ ମାରାଥନର ଅଷ୍ଟମ ଏଡିସନ୍। ଏହି ମାରାଥନ୍ ଶ୍ରୀ କଣ୍ଟେରାଭା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ଅନେକ ଯୁବଗୋଷ୍ଠୀ ଏହି ଗଣ ଦୌଡ଼ରେ ଭାଗ ନେଇଥିଲେ। ଏହି ମାରଥନରେ ଏକ ଉତ୍ସହଜନିତ ଓ ପ୍ରେରଣାତ୍ମକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ଯାହାକି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ଏହି ମାରାଥନରେ ଜଣେ ୯୨ ବର୍ଷିୟ ବୃଦ୍ଧ ପ୍ରାୟ ୫ କିଲୋମିଟର ଦୌଡ଼ିଥିଲେ। ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟା ବୃଦ୍ଧଙ୍କ ହାତ ଧରି ଦୌଡ଼ୁଛନ୍ତି। ସମସ୍ତଙ୍କୁ ତାଙ୍କ ପରି ଦୌଡ଼ିବା ପାଇଁ ଉତ୍ସାହିତ କରୁଛନ୍ତି। କାରଣ ଏହି ମାରାଥନରେ ବୃଦ୍ଧ ଜଣଙ୍କ ଦୌଡିବାର ଶେଷ ସୀମା ପର୍ଯ୍ୟନ୍ତ ଦୌଡିଥିଲେ।


ନିଜ ଟ୍ୱିଟରରେ ଏହି ଭିଡିଓ ସେୟାର କରି ବାଙ୍ଗାଲୋର ଦକ୍ଷିଣ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ଲୋକସଭା ସାଂସଦ ତେଜସ୍ଵୀ ସୁର୍ଯ୍ୟା କହିଛନ୍ତି ଯେ ଏହି ୯୨ ବର୍ଷିୟ ବୃଦ୍ଧ ଶ୍ରୀ ଦତ୍ତାତ୍ରେୟ ଜୀ ସମସ୍ତଙ୍କ ପାଇଁ ବଡ଼ ଉଦାହରଣ। ତାଙ୍କ ଭିତରେ ଉତ୍ସାହ ଦେଖି ମୁଁ ତାଙ୍କୁ ସମ୍ମାନ କରେ। ଏହି ବୃଦ୍ଧ ହେଉଛନ୍ତି ପ୍ରକୃତରେ ପ୍ରତ୍ୟେକ ବେଙ୍ଗାଲୁରବାସୀଙ୍କ ପାଇଁ ଗର୍ବ ଓ ଗୌରବ।

ଭିଡିଓରେ ଭାରତୀୟ ଜନତା ଯୁବା ମୋର୍ଚ୍ଚାର ମୁଖ୍ୟ ମଧ୍ୟ ତେଜସ୍ୱୀ ସୂର୍ଯ୍ୟ, ସେମାନେ ଫାଇନ୍ ଲାଇନ୍ ଅତିକ୍ରମ କରୁଥିବାବେଳେ ଦତ୍ତାତ୍ରେୟ ଜୀଙ୍କର ହାତ ଧରିଥିବାର ନଜର ମଧ୍ୟ ଆସିଛନ୍ତି। ସୂର୍ଯ୍ୟ ଲେଖିଛନ୍ତି ଯେ ଫିଟ୍ ବେଙ୍ଗାଲୁରୁ ପାଇଁ ସେ ହେଉଛନ୍ତି ଜଣେ ଆମ୍ବାସେଡର। ମୁଁ ଆଶା କରୁଛି ଏହି ଭିଡିଓ ଅନେକ ଲୋକଙ୍କୁ ପ୍ରେରଣା ଯୋଗାଇବ ଓ ଯୁବଗୋଷ୍ଠୀମାନେ ମଧ୍ୟ ନିଜ ପାଇଁ ଓ ସମାଜ ପାଇଁ ସବୁବେଳେ ପ୍ରେରଣାତ୍ମକ କାମ କରିବା ଦରକାର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.