କ୍ୱାରେଣ୍ଟାଇନରେ ଥିବା ୯୩ ବର୍ଷୀୟ ଜେଜେ ମା’ ମାଗିଲେ ବିଅର, ବୃଦ୍ଧାଙ୍କ ସ୍ୱାଗ ଦେଖି କମ୍ପାନୀ କଲା ଏପରି କାମ

ସମଗ୍ର ବିଶ୍ୱ କରୋନା ଭାଇରସ ପାଇଁ ଚିନ୍ତାରେ । ଏମିତିରେ କେତେକ ଦେଶରେ ଲକଡାଉନ ମଧ୍ୟ ଚାଲିଛି । ଏହାମଧ୍ୟରେ ଲୋକେ କିପରି ଲକଡାଉନରେ ବଞ୍ଚିବେ ସେ କଥା ଚିନ୍ତା କରୁଛନ୍ତି । କିନ୍ତୁ ଏହି ସମୟରେ ଆମେରିକାର ୯୩ ବର୍ଷୀୟ ଜେଜେ ମା’ ଏପରି ଏକ ଡିମାଣ୍ଡ ରଖିଛନ୍ତି, ଯାହା ଶୁଣିଲେ ଆପଣଙ୍କ ମୁଣ୍ଡ ଘୁରାଇ ଦେବ । ଜେଜେ ମା କରୋନା ସମୟରେ ବିଅର ଡିମାଣ୍ଡ କରୁଛନ୍ତି । ବିଅର ସରିଗଲା, ଏବେ ଆଣିଦିଅ ବୋଲି ଜେଜେ ମା’ କହିଛନ୍ତି । ଆମେରିକା ଏବେ କରୋନା ପାଇଁ ଚିନ୍ତାରେ ରହିଥିବା ବେଳେ ଜେଜେ ମାଙ୍କ ଅଜବ ନିଶା ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

o-1

ବିଅର ମାଗୁଥିବା ୯୩ ବର୍ଷୀୟ ଜେଜେ ମାଙ୍କ ନାମ ଓଲିଭ ବେରାନେସୀ । ସେ ଆମେରିକାର ପେନସିଲଭେନିଆରେ ରୁହନ୍ତି । ଯାହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ମହିଳା ଜଣକ ଘରେ ରହି ହାତରେ ଏକ କାର୍ଡ ଧରି  I need more beer ଏବଂ ଏକ ବିଅର ବୋତଲ ଧରିଥିବା ନଜର ଆସିଛନ୍ତି ।

ସେହି ମହିଳାଙ୍କ କୌଣସି ସଂପର୍କୀୟ ଏହି ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯାହାର ଫଟୋ ଭାଇରାଲ ହେଉଛି । ଲୋକମାନେ ଏହାକୁ ବିଅର କମ୍ପାନୀ ସହିତ ଟ୍ୟାଗ କରିଛନ୍ତି । ମହିଳା ଜଣକ ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି । କିନ୍ତୁ ବୃଦ୍ଧାଙ୍କ ସ୍ୱାଗ ଦେଖି ବିଅର କମ୍ପାନୀ କୋରସ ଲାଇଟ ତାଙ୍କ ପାଖକୁ ୧୫୦ଟି କ୍ୟାନ ବିଅର ବୋତଲ ପଠାଇଥିଲା । ଯାହା ବୃଦ୍ଧାଙ୍କର ୫ ମାସ ପର୍ଯ୍ୟନ୍ତ ଚାଲିଯିବ ବୋଲି କମ୍ପାନୀ କହିଛି । ବୃଦ୍ଧାଙ୍କ ଏଭଳି ଫଟୋ ଦେଖି ସମସ୍ତେ ବିଭିନ୍ନ ପ୍ରକାର କମେଣ୍ଟ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.