ମା’କୁ ୧୧୮ ଥର ଛୁରୀ ଭୁସିଲା ୧୭ ବର୍ଷର ପୁଅ, ଆଉ ପୋଲିସକୁ ଫୋନ କରି କହିଲା ‘ ବଡି ନେବାକୁ ବ୍ଯାଗ ନେଇ ଆସିବ’

ମା’, ନିଜର ସବୁ ଦୁଃଖ କଷ୍ଟ ଭୁଲି ନିଜ ପିଲାକୁ ସମସ୍ତ ଖୁସି ଦେବାକୁ ଚେଷ୍ଟା କରିଥାଏ। ଯେତେ ଝଡ଼ଝଞ୍ଜା ଆସୁ ପଛେ ନିଜ ପିଲାକୁ କୌଣସି କଷ୍ଟ ଦିଏନି। କିନ୍ତୁ ବେଳେ ବେଳେ କୁଳାଙ୍ଗାର ପୁଅ ଏହି ମମତାର ମୂଲ ବୁଝିପାରେନି। ନିଜର ହିତାହିତ ଜ୍ଞାନ ଭୁଲି କରିବସେ ଏମିତି ଭୁଲ, ଯାହା ପାଇଁ ସବୁବେଳେ ପଶ୍ଚାତାପ କରିଥାଏ। ଏମିତି ଏକ ଘଟଣା ଇଂଲଣ୍ଡରେ ଘଟିଛି।

ଏଠାରେ ୧୭ ବର୍ଷୀୟ ପୁଅ ନିଜ ମା’କୁ ୧୧୮ ଥର ଛୁରୀ ଭୁସି ହତ୍ଯା କରିଛି। ମା’କୁ ମାରିବା ପରେ ପୋଲିସକୁ ଫୋନ କରି କହିଥିଲା, ବଡି ନେଉଥିବା ବ୍ଯାଗ ସାଙ୍ଗରେ ନେଇ ଆସିବ। ଇଂଲଣ୍ଡର ହମ୍ପସାୟରରେ ରହୁଥିବା ରୋବନ ଥମ୍ପସନ ଏପରି କାଣ୍ଡ କରିଛନ୍ତି । ନିଜ ମା’ ଜୋଆନା ଥମ୍ପସନ ଯେତେବେଳେ ସକାଳେ ମର୍ଣ୍ଣିଂ ୱାର୍କ କରି ଘରକୁ ଫେରିଥିଲେ, ସେତେବେଳେ ଘଟଣାଟି ଘଟିଥିଲା।

police

ସୂଚନା ମୁତାବକ, ୫୦ ବର୍ଷୀୟ ଜୋଆନାଙ୍କୁ ପ୍ରଥମେ ଗଳା ଚିପି ଅଚେତ କରିବା ପରେ ତାଙ୍କ ଦେହରେ ୧୧୮ ଥର ଛୁରୀ ଭୁସିଥିଲା। ଏହି ଘଟଣା ଗତବର୍ଷ ଜୁଲାଇରେ ଘଟିଥିଲା କିନ୍ତୁ ଏବେ ଘଟଣାର ଶୁଣାଣି ସମୟରେ ଏହାସହିତ ଜଡିତ ତଥ୍ଯ ସାର୍ବଜନୀତ କରାଯାଇଥିଲା।
ରୋବନ ନିଜ ବାପାଙ୍କ ସହିତ ଅଲଗା ରହୁଥିଲା କିନ୍ତୁ ମା’ ଜୋଆନାଙ୍କୁ ସାକ୍ଷାତ କରିବାକୁ ଆସୁଥିଲା। ମା’କୁ ମାରିବା ପରେ ପୋଲିସକୁ କଲ୍ କରି କହିଥିଲା ‘ ମୁଁ ମୋ ମା’କୁ ମାରିଦେଇଛି, ପ୍ରଥମେ ତା’ ଗଳା ଦବାଇବା ପରେ ତା’ ପରେ ଛୁରୀରେ ଭୁସି ମାରିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପଳେ ରୋବନ ବିଲକୁଲ ଶାନ୍ତ ଥିଲା। ତଦନ୍ତ ପରେ ପୋଲିସ ଜାଣିବାକୁ ପାଇଥିଲା କି ରୋବନଙ୍କ ମାନସିକ ସମସ୍ଯା ଖରାପ ଥିବାରୁ ମେଣ୍ଟାଲ ହେଲଥ ହସପିଟାଲରେ ଭର୍ତ୍ତି କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.