ଝାଡ଼ଖଣ୍ଡରେ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଗଣଦୁଷ୍କର୍ମ ମାମଲା: ପୋଲିସ୍‌ ହାତ ଖାଲି

କେନ୍ୟୁଜ୍(ବ୍ୟୁରୋ): ଝାଡ଼ଖଣ୍ଡର ଚାଇବାସାରେ ଚାଞ୍ଚଲ୍ୟକର ଘଟଣା । ଜଣେ ୨୬ ବର୍ଷୀୟ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଗଣଦୁଷ୍କର୍ମ । ୧୦ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗୁରୁବାର ଦିନ ନିଜ ପୁୁରୁଷ ବନ୍ଧୁଙ୍କ ସହ ସ୍ଥାନୀୟ ଏରୋଡ୍ରମକୁ ବୁଲିବାକୁ ଯାଇଥିଲେ ଯୁବତୀ ଜଣକ । ସେଠାରେ ଥିବା କିଛି ଅସାମାଜିକ ଯୁବକ ପୁରୁଷ ବନ୍ଧୁଙ୍କୁ ମାଡ଼ ମାରିବାରୁ ସେ ଫେରାର ହୋଇଯାଇଥିଲେ ।

ଏହା ପରେ ଯୁବତୀଙ୍କ ଗଣଦୁଷ୍କର୍ମ କରିଥିବା ଜଣାପଡିଛି । ଏନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ୍‌ । ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଟିମ ବା ଏସ୍‌ଆଇଟି ଗଠନ ହୋଇଛି । ଅଭିଯୁକ୍ତଙ୍କୁ ଧରିବାକୁ ଚାରିଆଡ଼େ ଚଢାଉ କରୁଛି ପୋଲିସ୍‌ । ତେବେ ଏଯାଏ ୧୦ ଅଭିଯୁକ୍ତଙ୍କର କୌଣସି ପତ୍ତା ମିଳିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.