୨୯ ବର୍ଷୀୟା ଏହି ମହିଳାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ ପାଇଁ ଅନୁମତି

ଲମ୍ବା ଜୀବନ ଜିଇଁବାର ଇଚ୍ଛା ସମସ୍ତଙ୍କର ରହିଥାଏ । କିନ୍ତୁ ଦୁନିଆରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଅତି ଗମ୍ଭୀର ରୋଗରେ ପୀଡିତ ଅଥବା ଅନ୍ୟ କୌଣସି କାରଣରୁ ସରକାରଙ୍କୁ ଇଚ୍ଛାମୃତ୍ୟୁ ମାଗିଥାନ୍ତି ।

ନୂଆଦିଲ୍ଲୀ: ଲମ୍ବା ଜୀବନ ଜିଇଁବାର ଇଚ୍ଛା ସମସ୍ତଙ୍କର ରହିଥାଏ । କିନ୍ତୁ ଦୁନିଆରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଅତି ଗମ୍ଭୀର ରୋଗରେ ପୀଡିତ ଅଥବା ଅନ୍ୟ କୌଣସି କାରଣରୁ ସରକାରଙ୍କୁ ଇଚ୍ଛାମୃତ୍ୟୁ ମାଗିଥାନ୍ତି । ଯଦିଓ ଏମାନଙ୍କ ସଂଖ୍ୟା ଖୁବ୍ କମ୍ ରହିଥାଏ କିନ୍ତୁ ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଇଛାମୃତ୍ୟୁ ଚାହିଁଥାନ୍ତି ।
ଏମିତି ଏକ ଦେଶର ନାମ ହେଉଛି ନେଦରଲ୍ୟାଣ୍ଡ ।

ଏହି ନେଦରଲାଣ୍ଡରେ ମାନସିକ ଅବସାଦଗ୍ରସ୍ତ ଥିବା ଜଣେ ୨୯ ବର୍ଷୀୟା ମହିଳାଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମିଳିଛି । ସେ ହେଲେ ଜୋରାୟା ଟେର ବିକ୍ । ଇଚ୍ଛାମୃତ୍ୟୁ ଲାଗି ସେ ସାଢ଼େ ୩ ବର୍ଷ ଧରି ଅନୁମତି ମାଗି ଆସୁଥିବାବେଳେ, ଏବେ ତାଙ୍କ ଆବେଦନକୁ ମଞ୍ଜୁରି ମିଳିଛି । ତାଙ୍କୁ ଚଳିତ ମାସ ଇଚ୍ଛାମୃତ୍ୟୁ ଦିଆଯାଇପାରେ । ଜୋରାୟା ଅନେକ ବର୍ଷ ହେଲା ଅସହନୀୟ ମାନସିକ ରୋଗରେ ପୀଡି଼ତ । ସେଥିପାଇଁ ସେ ନିଜକୁ କ୍ଷତି ପହଞ୍ଚାଇଥାନ୍ତି । ତାଙ୍କ ମନରେ ସବୁବେଳେ ନିଜକୁ ମାରିଦେବାକୁ ବିଚାର ଆସିଥାଏ ।

ଏହି ସମସ୍ୟାର କୌଣସି ସମାଧାନ ନଥିବା ନିଜେ ଜୋରାୟା ଅନୁଭବ କରିବା ପରେ ଶେଷରେ ସେ ଇଚ୍ଛାମୃତ୍ୟୁ ଲାଗି ଆବେଦନ କରିଥିଲେ । ଦେବେ ଦର୍ଶକବନ୍ଧୁ ଇଚ୍ଛାମୃତ୍ୟୁ…ଏମିତି ଏକ ନିବେଦନ, ଯାହା ଦର୍ଶାଇଥାଏ ଯେ ମଣିଷ ନିଜ ଜୀବନରୁ ନିରାଶ ହୋଇ ସାରିଛି । ଜୀବନକୁ ନେଇ ଆଉ କୌଣସି ବି ଆଶା, ଭରସା ତା’ର ନାହିଁ । ଜୀବନ ପ୍ରତି ବିତୃଷ୍ଣା ଭାବ ଆସି ଯାଇଛି । ବଞ୍ଚିବାକୁ ତିଳେ ମାତ୍ର ଇଚ୍ଛା ନାହିଁ । କେବଳ ମୃତ୍ୟୁକୁ ହିଁ ଅପେକ୍ଷା ।

ତେବେ ଏ ସଂପର୍କରେ ଜୋରାୟା କହିଛହିନ୍ତି ଯେ ସେ ପିଲାଦିନରୁ ହିଁ ଏହି ସମସ୍ୟାର ସମ୍ମୁଖୀନ ହେଇଥିଲେ । ସେ ଅଟିଜିମ୍ ସ୍ପେକ୍ଟ୍ରମରେ ମଧ୍ୟ ପୀଡ଼ିତ । ତେଣୁ ନିଜକୁ ନିଜେ ସେ କ୍ଷତି ପହଞ୍ଚାଇଥାନ୍ତି । କିଛି ବର୍ଷ ପରେ ତାଙ୍କୁ ଜଣେ ପାର୍ଟନର ମିଳିଥିଲେ । ଏହାପରେ ସବୁ କିଛି ଠିକ୍ ହୋଇଯିବ ବୋଲି ସେ ଭାବିଥିଲେ । କିନ୍ତୁ ଏଥିରେ ତାଙ୍କର କୌଣସି ପରିବର୍ତ୍ତନର୍ତ୍ତ ହୋଇନଥିଲା । ନିଜକୁ ସେ କ୍ଷତି ପହଞ୍ଚାଇବା ଜାରି ରଖିଥିଖି । ନିଜ ସମସ୍ୟା ସହ ଲଢ଼ିବା ଲାଗି ସେ ୩୦ରୁ ଅଧିକ ଥର ଇସିଟି(Electroconvulsive therapy) ଯାହା ଏକ ଥେରାପି ନେଇଥିଲେ । ସେହି ପ୍ରକ୍ରିୟାରେ ରୋଗୀଙ୍କୁ ବିଦ୍ୟୁତ୍ ଝଟକା ଦିଆଯାଇଥାଏ ।

ତେବେ ଏଥିରେ ବି କିଛି ଲାଭ ମିଳିନଥିଲା । ଏହିପହି ରି ୧୦ ବର୍ଷ ଧରି ବିଭିନ୍ନ ଉପାୟରେ ନିଜର ଚିକିତ୍ସା କରାଇବା ପରେ ଶେଷରେ ନିରାଶ ହୋଇ ସୁସ୍ଥ ଜୀବନ ବଞ୍ଚିବାର ଆଶା ସେ ଛାଡି଼ଦେଲେ । ବାଧ୍ୟ ହୋଇ ଇଚ୍ଛାମୃତ୍ୟୁ ଲାଗି ଆବେଦନ କରିଥିଲେ । ତେବେ ସେ ଶାରିରୀକ ଭାବେ ପୁରା ଫିଟ୍ । ତେବେ ଏଭଳିସ୍ଥଳରେ ତାଙ୍କୁ ଇଚ୍ଛାମୃତ୍ୟ ପାଇଁ ଅନୁମତି ମିଳିବା ପରେ ଏବେ ପ୍ରଶ୍ନ ଉଠିଛି ।

ତାଙ୍କୁ ଇଚ୍ଛାମୃତ୍ୟୁକୁ ନେଇ ଆଇନଗତ ସ୍ୱୀକୃତି ମିଳିଛି । ତେବେ ସୂନଚା ଥାଉକି, ଏହି ଅନୁମତି ମିଳିବା ପରେ ଏକ ମେଡିକାଲ୍ ଟିମ୍ ଉକ୍ତ ଆବେଦନକାରୀଙ୍କ ଘରେ ଅନ୍ତିମ ପ୍ରକ୍ରିୟା କରିଥାନ୍ତି । ଏହି ସମୟରେ ରୋଗୀଙ୍କୁ ଏକ ସ୍ୱତନ୍ତ୍ର ପ୍ରକାର ଇଞ୍ଜେକସନ୍ ଦିଆଯାଏ ଓ କିଛି ମିନିଟ୍ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥାଏ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୃତ୍ୟୁ ପରେ ମଧ୍ୟ ସମସ୍ତ ପ୍ରକ୍ରିୟାର ଯାଞ୍ଚ୍ ହୋଇଥାଏ । ଯଦି ଡାକ୍ତରଙ୍କର ସାମାନ୍ୟ ଦାୟିତ୍ୱହୀନତା ସାମ୍ନାକୁ ଆସେ ତେବେ ତାଙ୍କୁ ୧୨ ବର୍ଷ ଜେଲ୍ ଦଣ୍ଡ ଭୋଗିବାର ନିୟମ ବି ରହିଛି ।

Leave A Reply

Your email address will not be published.