ମୋଦିଜୀଙ୍କ ପ୍ରଶ୍ନର ଏମିତି ଉତ୍ତର ରଖିଲା ୫ ବର୍ଷର ଝିଅ, ମୋଦିଜୀ ନ ହସି ରହିପାରିଲେ ନାହିଁ

ନୂଆଦିଲ୍ଲୀ : ପାର୍ଲାମେଣ୍ଟର ବର୍ଷାକାଳୀନ ଅଧିବେସନ ବେଳେ ମଧ୍ୟପ୍ରଦେଶ ଉଜ୍ଜୟନୀ ଜିଲ୍ଲାର ବିଜେପି ସାଂସଦ ଅନିଲ ଫିରୋଜିୟାଙ୍କ ୫ ବର୍ଷର ଝିଅଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କର ଏକ ଆନନ୍ଦଦାୟକ ମୁହୂର୍ତ୍ତ କଟିଥିଲା । ମୋଦିଜୀଙ୍କ ପ୍ରଶ୍ନ ‘ ମୁଁ କିଏ ଜାଣ କି ? ର ଉତ୍ତରରେ ୫ ବର୍ଷର ଝିଅ ଏମିତି କିଛି ଉତ୍ତର ଦେଇଥିଲା ଯାହାକୁ ଶୁଣି ଆପଣ ବି ନହସି ରହିପାରିବେ ନାହିଁ ।

ଏହି ଅଧିବେସନ ସମୟରେ ସାଂସଦ ଅନିଲଙ୍କ ପରିବାର ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ସାକ୍ଷାତ ପାଇଁ ଆସିଥିଲେ । ଏହି ଅବସରରେ ମୋଦିଜୀ ତାଙ୍କର ୫ ବର୍ଷର ଝିଅ ଆହାନାକୁ ପଚାରିଥିଲେ ‘ମୁଁ କିଏ ଜାଣ ? ଏହାର ଉତ୍ତରରେ ଆହାନା କହିଥିଲେ –‘ ହଁ ଆପଣ ମୋଦିଜୀ, ମୁଁ ଆପଣଙ୍କୁ ଜାଣେ ଏବଂ ଆପଣଙ୍କୁ ଟିଭିରେ ଦେଖେ ।

ଲୋକସଭା ଟିଭି ମେ ନୌକରୀ କରତେ ହୋ । ’ ବୋଲି ଆହାନା କହିଥିଲା । ଏହା ଶୁଣି ମୋଦିଜୀ ହସିବା ସହ ପୁରା ରୁମରେ ଥିବା ସମସ୍ତେ ହସି ପକାଇଥିଲେ । ଆସିବା ବେଳେ ଆହାନାଙ୍କୁ ମୋଦିଜୀ ବହୁତ ଚକୋଲେଟ ଦେଇଥିଲେ । ଏହି ଆନନ୍ଦ ମୁହୂର୍ତ୍ତର ଟ୍ଵିଟ ସାଂସଦ ଅନିଲ ତାଙ୍କ ଟ୍ଵିଟରରେ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.