ମୁମ୍ବାଇ: ଟାଟା ମେମୋରିଆଲ ହସ୍ପିଟାଲକୁ ବୃଦ୍ଧାଙ୍କ ବୃହତ୍‌ ଦାନ, ଦେଇ ଦେଲେ ୧୨୦ କୋଟି ମୂଲ୍ୟର ପିତୃପୁରୁଷ ଜମି

ମୁମ୍ବାଇର ଜଣେ ବୃଦ୍ଧା ଟାଟା ମେମୋରିଆଲ ହସ୍ପିଟାଲକୁ ନିଜ ପିତୃପୁରୁଷ ଜମି ଦାନ କରି ଦେଇଛନ୍ତି। ଜମିର ମୂଲ୍ୟ ପାଖାପାଖି ୧୨୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି, ଯାହାକି ହସ୍ପିଟାଲଠାରୁ ପ୍ରାୟ ୪୦୦ ମିଟର ଦୂରରେ ଅବସ୍ଥିତ। ଜମି ଦାନ କରିଥିବା ଏହି ବୃଦ୍ଧାଙ୍କ ନାଁ ଦୀପିକା ମୁଣ୍ଡଲେ, ଯାହାଙ୍କ ପାଖରେ ୩୦ ହଜାର ବର୍ଗଫୁଟର ଏହି ଜମି ଥିଲା।

ଏଠାରେ କ୍ୟାନସର ସେଣ୍ଟରର ବିସ୍ତାପନ ପାଇଁ ବୃଦ୍ଧାଙ୍କ ଭଳି ଅନ୍ୟ ୧୮ ବ୍ୟକ୍ତି ମଧ୍ୟ ନିଜ ଜମି ଦାନ କରିଛନ୍ତି। ସୂଚନାଥାଉ କି, ଟାଟା ମେମୋରିଆଲ ହସ୍ପିଟାଲ ଭାରତର ସବୁଠାରୁ ବଡ଼ କ୍ୟାନସର ହସ୍ପିଟାଲ। ଏଠାରେ ଦେଶର ପାଖାପାଖି ୧ ତୃତୀୟାଂଶ କ୍ୟାନସର ରୋଗୀଙ୍କର ଚିକିତ୍ସା ହୋଇଥାଏ। ଏହି ହସ୍ପିଟାଲରେ ୬୦ ପ୍ରତିଶତ ରୋଗୀଙ୍କୁ ମାଗଣା ଚିକିତ୍ସା କରାଯାଇଥାଏ। ମୁମ୍ବାଇର ପରେଲ ଅଞ୍ଚଳରେ ଥିବା ଏହି ହସ୍ପିଟାଲର ନିର୍ମାଣ ୧୯୪୧ ମସିହାରେ ହୋଇଥିଲା।

ଟାଟା ଗ୍ରୁପ୍‌ର ଫାଉଣ୍ଡର ଜମସେଦଜୀ ଟାଟା ନିଜ ନିଧନର ୧୧୭ ବର୍ଷ ପରେ ବି ଦୁନିଆର ସବୁଠାରୁ ବଡ଼ ଦାନବୀର ରୂପେ ଜଣାଯାଇ ଥାଆନ୍ତି। Hurun Research EdelGive Foundation ତାଲିକାରେ ସେ ଶୀର୍ଷ ସ୍ଥାନରେ ଅଛନ୍ତି। ଯଦି ବର୍ତ୍ତମାନ ହିସାବରେ ଗଣନା କରାଯାଏ, ତ ସେ ନିଜ ଜୀବନରେ ୭.୬୦ ଲକ୍ଷ କୋଟି ଟଙ୍କା ଦାନ କରିଛନ୍ତି। ତାଙ୍କ ଦାନବୀରତାର ଅନେକ କାହାଣୀ ବି ରହିଛି। ବ୍ୟବସାୟ ବାଣିଜ୍ୟ ସାଙ୍ଗକୁ ଜମସେଦଜୀ ଲୋକଙ୍କ ହିତ ପାଇଁ ମଧ୍ୟ କାମ କରୁଥିଲେ।

୧୮୯୬ରେ ସେ ବମ୍ବେ ଗଭର୍ନରଙ୍କୁ ଏକ ପତ୍ର ଲେଖିଥିଲେ, ଯେଉଁଥିରେ କହିଥିଲେ କି, ସେ ପର୍ଯ୍ୟାପ୍ତ ଧନ କମାଇ ସାରିଛନ୍ତି, ଏବେ ଲୋକଙ୍କୁ ସାହାଯ୍ୟ କରିବାରୁ ଚାହୁଁଛନ୍ତି। ପତ୍ରରେ ଜମସେଦଜୀ ଲେଖିଥିଲେ ଯେ କୃଷି ପ୍ରଧାନ ଏହି ଦେଶକୁ ଏବେ ଔଦ୍ଦ୍ୟୋଗିକ ଆଧାରର ଆବଶ୍ୟକତା ରହିଛି। କହି ରଖୁଛୁ, ସେ ନିଜ ଆୟର ଏକ ତୃତୀୟାଂଶ ଭାଗ ଦାନ କରି ଏକ ଇନ୍‌ଷ୍ଟିଚ୍ୟୁଟ ବନାଇଥିଲେ, ଯାହାକୁ ୧୯୦୯ରେ ଇଣ୍ଡିୟାନ ଇନଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସ ନାମ ଦିଆଯାଇଥିଲା।

୧୮୯୮ରେ ବ୍ୟୁବୋନିକ୍‌ ପ୍ଲେଗ୍‌ କାରଣରୁ ବମ୍ବେରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ରୋଗକୁ ଯାଞ୍ଚ କରିବା ପାଇଁ ଜମସେଦଜୀ ଟାଟା ବଡ଼ ପୁଞ୍ଜି ଖର୍ଚ୍ଚ କରିଥିଲେ। ସେ ରୁଷର ଡାକ୍ତରଙ୍କୁ ସାହାଯ୍ୟ କରିଥିଲେ। ‘ପାରସୀ ପ୍ରକାଶ’ ପୁସ୍ତକ ମୁତାବକ, ସୁରତରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ସେ ରିଲିଫ୍‌ ସାମଗ୍ରୀ ପହଞ୍ଚାଉଥିଲେ। ଏହାଛଡ଼ା ୧୮୮୩ରେ ଇଟାଲିରେ ଆସିଥିବା ଭୂମିକମ୍ପରେ ମଧ୍ୟ ସେ ଲୋକଙ୍କୁ ସହାୟତାର ହାତ ବଢ଼ାଇଥିଲେ।

Leave A Reply

Your email address will not be published.