ସମୁଦ୍ର ଗର୍ଭରୁ ମିଳିଲା ୯୦୦ ବର୍ଷର ପୁରୁଣା ଭୟଙ୍କର ଖଣ୍ଡା, ଧର୍ମଯୁଦ୍ଧ ସମୟରେ ବ୍ୟବହାର କରିଥିଲେ ଯୋଦ୍ଧା

ବିଶ୍ୱ ଇତିହାସରେ ଅନେକ ଘଟଣା ଘଟି ଯାଇଛି। ଏହି ଘଟଣା ସବୁର ଅବଶେଷ କେଉଁଠି ନା କେଉଁଠି ଅଳ୍ପ କିଛି ମାତ୍ରାରେ ହେଉନା କାହିଁକି ସୁରକ୍ଷିତ ରହିଛି, ଯାହାକୁ ଦେଖିଲେ ସାଧାରଣତଃ ଆମ ମନ ଭିତରକୁ ସେହି ସମୟର ଘଟଣା ଛବି ହୋଇ ଚାଲି ଆସିଥାଏ। ଏବେ ଇସ୍ରାଏଲରେ ଅନେକ ପୁରୁଣା ଜିନିଷ ଉଦ୍ଧାର ହେବାରେ ଲାଗିଛି, ଯାହାକି ସେତେବେଳର ଇତିହାସକୁ ମନେ ପକାଇ ଦେଉଛି। ବିଗତ ଦିନରେ ଏଠାରେ ପ୍ରାଚୀନ କାଳର ଏକ ଟଏଲେଟ ସିଟ୍‌ ଏବଂ ପୁରୁଣା ମଦ କାରଖାନା ଠାବ କରାଯାଇଥିଲା। ଆଉ ଏବେ ଜଣେ ସମୁଦ୍ର ବୁଡ଼ାଳିଙ୍କୁ ଶତାଧିକ ବର୍ଷ ତଳର ଏକ ପୁରାତନ ଖଣ୍ଡା ମିଳିଛି। କୁହାଯାଉଛି କି, ଏହି ଖଣ୍ଡା ପାଖାପାଖି ୯୦୦ ବର୍ଷର ପୁରୁଣା। ଖଣ୍ଡାର କିଛି ଫଟୋ ମଧ୍ୟ ଜାରି କରାଯାଇଛି, ଯାହାକୁ ଦେଖିଲେ ଲାଗୁଛି ଏହା ବାସ୍ତବରେ ବହୁତ ଭୟଙ୍କର ଖଣ୍ଡା ରହିଥିବ।

ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏହି ସମୁଦ୍ର ବୁଡ଼ାଳିଙ୍କ ନାମ କାଟଜିନ, ଯିଏକି ସମୁଦ୍ର ତଟଠାରୁ ପାଖାପାଖି ୨୦୦ ମିଟର ଗଭୀରରେ ପହଞ୍ଚିବା ପରେ ତାଙ୍କୁ ଏକ ଅଜବ ଜିନିଷ ଦେଖା ଯାଇଥିଲା। ଯେତେବେଳେ କାଟଜିନ୍‌ ଏହାକୁ ଯାଇ ପାଖକୁ ଦେଖିଥିଲେ, ତ ଏକ ପୁରାତନ ଖଣ୍ଡା ବାହାରିଥିଲା। ଏହାପରେ ସେ ଏହାକୁ ଉଠାଇ ଉପରକୁ ଆଣିଥିଲେ। ଯେତେବେଳେ ସେ ବାହାରକୁ ବାହାରି ଥିଲେ, ସେହି ସମୟରେ ଉପସ୍ଥିତ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ରିପୋର୍ଟ ମୁତାବକ, ଇସ୍ରାଏଲର ପ୍ରତ୍ନତତ୍ତ୍ୱ ବିଭାଗ ତରଫରୁ ଏହାର ଯାଞ୍ଚ କରାଯାଇଛି। ଅଧିକାରୀମାନେ କହିଛନ୍ତି କି, ଏହି ଖଣ୍ଡା ଧର୍ମଯୁଦ୍ଧ ସମୟରେ ଲଢ଼ିଥିବା କୌଣସି ଜଣେ ଯୋଦ୍ଧାଙ୍କର ହୋଇଥିବ। ସେହି ସମୟରେ ଯୋଦ୍ଧାମାନଙ୍କୁ କ୍ରୁସେଡର କୁହାଯାଉଥିଲା। ଆଉ ମଧ୍ୟ କୁହାଯାଇଛି ଯେ ଏହା ଏକ ସୁନ୍ଦର ତଥା ଦୁର୍ଲ୍ଲଭ ସନ୍ଧାନ। ଆଶ୍ଚର୍ଯ୍ୟର କଥା, ଏହି ଖଣ୍ଡାରେ ୧ ମିଟର ଲମ୍ବାର ବ୍ଲେଡ୍‌ ଏବଂ ୩୦ ସେଣ୍ଟିମିଟରର ହ୍ୟାଣ୍ଡେଲ ଲାଗିଛି। ଯଦିଓ ଏହି ଖଣ୍ଡାର ଚାରିଆଡ଼େ ଅନେକ ଜଙ୍ଗ୍‌ ଲାଗି ରହିଛି।

ରିପୋର୍ଟରେ ଏହି କଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି କି, ଏହି ଖଣ୍ଡା ଧର୍ମଯୁଦ୍ଧରେ ଲଢ଼ିଥିବା କୌଣସି ସୈନିକଙ୍କର, ଯାହାକି ସେହି ସମୟରେ ସମୁଦ୍ରରେ ପଡ଼ି ଯାଇଥିଲା। ସେବେଠାରୁ ଏହା ସେଠାରେ ପଡ଼ି ରହିଥିଲା। ଅନେକ ବର୍ଷ ବିତି ଯାଇଥିବାରୁ ଏହା କ୍ଷୟ ହୋଇ ପତଳା ଦେଖା ଯାଉଛି, କିନ୍ତୁ ବାସ୍ତବରେ ଏହା ବହୁତ ଭାରୀ ରହିଥିବ। ବର୍ତ୍ତମାନ ସମୁଦ୍ର ବୁଡ଼ାଳି ଜଣକ ଇସ୍ରାଏଲର ପ୍ରତ୍ନତତ୍ତ୍ୱ ବିଭାଗକୁ ଏହି ଖଣ୍ଡା ହସ୍ତାନ୍ତର କରି ଦେଇଛନ୍ତି, ଯାହାର ଆହୁରି ଯାଞ୍ଚ କରାଯିବ। କହି ରଖୁଛୁ, ଏବେ ନିକଟରେ ଇସ୍ରାଏଲର ପ୍ରତ୍ନତତ୍ତ୍ୱ ବୈଜ୍ଞାନିକମାନେ ୧୫୦୦ ବର୍ଷ ପୂର୍ବେ ତିଆରି ହୋଇଥିବା ଏକ ମଦ କାରଖାନାର ସନ୍ଧାନ ପାଇଥିଲେ। ଏହି କାରଖାନାକୁ ବିଜାଣ୍ଟିନ କାଳର ସବୁଠାରୁ ପୁରୁଣା ମଦ କାରଖାନା ବୋଲି କୁହାଯାଉଛି।

Leave A Reply

Your email address will not be published.