ଏମିତି ଭାଇ ଭଉଣୀଙ୍କ ଯୋଡି, ଯିଏ ଏକାସାଙ୍ଗରେ ପଢି ୯୫ ବର୍ଷରେ ପାସ କଲେ ଗ୍ରାଜୁଏସନ୍‌

ଆମେରିକା : ଡେନବର ସହରରେ ରହୁଥିବା ୯୫ ବର୍ଷର ଭାଇ ଓ ୯୪ ବର୍ଷର ଭଉଣୀ ଏକା ସାଙ୍ଗରେ ଗ୍ରାଜୁଏସନ ପାସ କରିଛନ୍ତି। ଏହି ବୟଜ୍ୟେଷ୍ଠ ମହିଳାଙ୍କ ନାମ ଏନୀଟା ରେମିରୋଜ ଓ ପୁରୁଷଙ୍କ ନାମ ଜିଓର୍ଜ ରେମିରୋଜ ଅଟେ । ଦୁଇ ଜଣ ଯାକ ୮୦ ବର୍ଷର ଲମ୍ବା ସମୟ ପୂରଣ କରିବା ପରେ ଗ୍ରାଜୁଏସନ ପଢା ପୂର୍ଣ୍ଣ କରିଛନ୍ତି। ଏହି ବିଷୟରେ ଜିଓର୍ଜ ରେମିରୋଜ କହିଛନ୍ତି ସେ ଯେବେ ଯୁବକଥିଲେ ସେହି ସମୟରେ ସେ ବିଶ୍ବ ଯୁଦ୍ଧ ଦେଖିଥିଲେ।

ଯେବେ ସେ ଅଧା ପାଠ ପଢି ଘରକୁ ଆସଥିଲେ ସେତେବେଳେ ତାଙ୍କ ବାପା ତାଙ୍କୁ କହିଥିଲେ ସେ ବହୁତ ଦିନ ପର୍ଯ୍ୟନ୍ତ ଏମିତି ରହିପାରିବେ ନାହିଁ । ତେଣୁ ତାଙ୍କୁ ଚାକିରି କରିବାକୁ ପଡିବ। ଏହା ପରେ ଜିଓର୍ଜ ଆମେରିକାନ ଆର୍ମିରେ ଟ୍ରକ ଡ୍ରାଇଭର ଭାବେ ନିଯୁକ୍ତ ହୋଇଥିଲେ। ପରେ ଯେତେବେଳେ ସେ ଘରକୁ ଫେରିଥିଲେ ସେହିସମୟରେ ସେ ବାହା ହୋଇଯାଇଥିଲେ। ଏବେ ତାଙ୍କର ୭ଟି ସନ୍ତାନ ଅଛନ୍ତି । ଜିଓର୍ଜ ଓ ଏନୀଟା ନିଜ ପରିବାର ଓ ନିଜ ଦେଶର ସମର୍ଥନ କରିବା ପାଇଁ ସ୍କୁଲ ଛାଡି ଦେଇଥିଲେ। ଏବେ ମାନୁଆଲ ହାଇସ୍କୁଲରେ ଜିଓର୍ଜ ଓ ଏନୀଟା ରେମିରୋଜ ମାନଦାୟୀ ଡିପ୍ଲୋମା ପାସ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.