ଏହି ଦେଶରେ ହଠାତ ଦେଖାଦେଲା ଏକ ରହସ୍ୟମୟ ଗର୍ତ୍ତ, କାହିଁକି ଏମିତି ହେଲା ଜାଣନ୍ତୁ

“ନ୍ୟାସନାଲ ସର୍ଭିସ ଅଫ ଜିଓଲୋଜି ଆଣ୍ଡ ମାଇନିଂଗ”କୁ ଶନିବାର ଏକ ବିରାଟ ଗର୍ତ୍ତ କିମ୍ବା ଯାହାକୁ ଇଂରାଜୀରେ ସିଂଖହୋଲ କୁହାଯାଏ ସେ ବାବଦରେ ଜଣାପଡିଥିଲା । ଆଉ ସେହି ସ୍ଥାନର ପୁଙ୍ଖାନୁପୁଙ୍ଖ ତଥ୍ୟ ହାସଲ କରିବାକୁ ଏକ ବିଶେଷଜ୍ଞ ଦଳକୁ ମଧ୍ୟ ପଠାଯାଇଛି । ଏହାର ନିର୍ଦ୍ଦେଶକ ମୋଟେନେଗ୍ରୋଙ୍କ କହିବା ଅନୁଯାୟୀ, “ସେଠାରେ ପ୍ରାୟ ୨୦୦ ମିଟର ତଳେ ଏକ ଗଭୀର ଗାତ ସୃଷ୍ଟି ହୋଇଛି । ଆମକୁ ଏଯାବତ ଅନ୍ୟ କିଛି ବି ମିଳିପାରିନାହିଁ । କିନ୍ତୁ ସେଠାରେ ଆମେ ଅତ୍ୟଧିକ ପାଣି ଥିବା ନେଇ ଦେଖିବାକୁ ପାଇଛୁ ।” କହିରଖିବା ଉଚିତ ହେବକି ଚି଼ଲ୍ଲୀ ହେଉଛି ବିଶ୍ୱର ସର୍ବାଧିକ ତମ୍ବା ଉତ୍ପାଦନକାରୀ ରାଷ୍ଟ୍ର । ଯାହା ବିଶ୍ୱ ଆବଶ୍ୟକତାର ପ୍ରାୟ ଏକ ଚତୁରତାଂଶ ଅବଶ୍ୟକତା ପୂରଣ କରିଥାଏ । ନିକଟରେ ଜାରି ହୋଇଥିବା ଏକ ରିପୋର୍ଟ ମୁତାବକ, ଏହି ସିଂକହୋଲ ଦ୍ୱାରା କୌଣସି ସମୁଦାୟ କିମ୍ବା ସଦସ୍ୟ ଏଯାବତ ପ୍ରଭାବିତ ହୋଇପାରି ନାହାନ୍ତି ।

ବୟାନରେ ଜାରି ହୋଇଥିବା ରିପୋର୍ଟ ମୁତାବକ ଏହି ଗର୍ତ୍ତ ଠାରୁ ନିକଟତମ ଘର ମାତ୍ର ୬୦ ମିଟର କିମ୍ବା ୧୯୬୯ ଫୁଟ ଦୂରତାରେ ହିଁ ଅବସ୍ଥିତ । ଯେବେକି କୌଣସି ବି ଜନବହୁଳ ସ୍ଥାନ କିମ୍ବା ସାର୍ବଜନିକ ସେବା ପ୍ରଭାବିତ କ୍ଷେତ୍ର ଏହି ସ୍ଥାନ ଠାରୁ ପାଖାପାଖି ଗୋଟେ କିମି ଦୂରତାରେ ଅବସ୍ଥିତ । ଲୁଇଡିଂନ ମାଇନିଙ୍ଗ ବର୍ତ୍ତମାନ ସମୟରେ ପାଖାପାଖି ୮୦ ପ୍ରତିଶତ ସମ୍ପତ୍ତିର ମାଲିକ ଅଛନ୍ତି । ଆଉ ବାକି ଅନ୍ୟାନ ସମ୍ପତ୍ତି ଜାପାନର ସୁମିତୋମୋ କର୍ପୋରେସନ ନିକଟରେ ଅଛି । ସୋସିଆଲ ମିଡିଆରେ ଏହି ଫଟୋ ଖୁବ ଦ୍ରୁତ ବେଗରେ ଭାଇରାଲ ହେବାରେ ଲାଗିଛି । ପ୍ରାୟ ୧୩ ହଜାର ଜନବସତି ବିଶିଷ୍ଟ ଅମରିଲା ନଗରପାଳିକାର ମେୟର କ୍ରିଷ୍ଟିୟାନ ଜୁନିଗା ପତ୍ରକାର ମାନଙ୍କୁ କହିଛନ୍ତିକି ଏମିତି ଏକ ସିଂଙ୍କହୋଲ କିମ୍ବା ବିରାଟକାୟ ଗର୍ତ୍ତ ସୃଷ୍ଟି ହେବ ବୋଲି କାହାର ହୁରତ କେବେବି ବିଶ୍ୱାସ ନଥିଲା । ଏହା ପଛର କାରଣକୁ ତୁରନ୍ତ ସ୍ପଷ୍ଟ କରିବା ନିହାତି ଦରକାର । ଅତ୍ୟଧିକ ଖନନ କାରଣରୁ ଏମିତି ଏକ ଗର୍ତ୍ତ ସୃଷ୍ଟି ହୋଇଥିବା ନେଇ ଆଶଙ୍କା କରାଯାଉଛି । ବୈଜ୍ଞାନିକ ମାନେ ବି ସମାନ ମତ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.