ଇଏ କଣ କଳି ଯୁଗର କୃଷ୍ଣ ! ବଂଶୀ ସ୍ୱର ଶୁଣି ବ୍ୟକ୍ତିଙ୍କ ଶରୀରରେ ଆସି ବସୁଛନ୍ତି ଲକ୍ଷ ଲକ୍ଷ ମହୁମାଛି

ଶ୍ରୀ କୃଷ୍ଣଙ୍କ ବଂଶୀ ସ୍ୱର ଶୁଣି ଗାଈଗୋରୁ ମାନେ ପାଖକୁ ଆସିବା ଭଳି ଦୃଶ୍ୟ ଆପଣମାନେ ଅନେକ ଥର ଦେଖିଥିବେ । ଯେବେ ଯେବେ କୃଷ୍ଣଙ୍କ କାହାଣୀ କଥା ଉଠେ ପ୍ରଥମେ ଆଖି ସାମ୍ନାକୁ ଏମିତି ହିଁ କିଛି ଦୃଶ୍ୟ ଆସେ । କିନ୍ତୁ କେବେ ଭାବିଛନ୍ତିକି ଜଣେ ବଂଶୀ ବାଦକଙ୍କ ବଂଶୀର ଧୁନ ଶୁଣି ଶୁଣି ମହୁମାଛି ମାନେ ତାଙ୍କ ପାଖକୁ ଆସିବେ ବୋଲି । ମହୁମାଛି ଆସିଲେ ତ ଆଉ ଗୋଟେ କି ଦୁଇଟି ନୁହେଁ ଏକା ଥରକେ ଲକ୍ଷ ଲକ୍ଷ ସଂଖ୍ୟାରେ ।ପ୍ରଥମେ ପ୍ରଥମେ ତ ଭାଇରାଲ ହୋଇଥିଲାକି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ ହିନ୍ଦୁ ଆଉ ସେ ଜଣେ କୃଷ୍ଣ ପ୍ରେମୀ । ତାଙ୍କ ବଂଶୀ ଧୁନ ଶୁଣି ମହୁମାଛି ମାନେ କେଉଁଠି ଅଛନ୍ତି କେଜାଣି ଚାଲି ଆସୁଛନ୍ତି  । ହୁଏତ କୃଷ୍ଣଙ୍କ ପ୍ରତି ଥିବା ଆକର୍ଷଣ ହିଁ ସେମାନଙ୍କୁ ଟାଣି ଆଣୁଛି । ଦିପୁ ସେଗାର ନାମକ ଜଣେ ଟ୍ୱିଟର ୟୁଜର ଏହାକୁ ଟ୍ୱିଟରରେ ପୋଷ୍ଟ କରି କ୍ୟାପ୍ସନରେ ଲେଖିଛନ୍ତିକି, “ଏମିତି ବି ଜଣେ ଭକ୍ତ ଅଛନ୍ତି ଯାହାଙ୍କ ସୁମଧୁର ବଂଶୀ ସ୍ୱର ଶୁଣି ମହୁମାଛି ମାନେ ତାଙ୍କ ଆଡକୁ ଟାଣି ହୋଇଆସୁଛନ୍ତି । କେବଳ ସନାତନ ଧର୍ମରେ ହିଁ ଏମିତି ଦେଖାଯାଇପାରେ ।”

କିନ୍ତୁ ପରେ କାହାଣୀ ଏକ ଭିନ୍ନ ମୋଡ ନେଇଥିଲା । ତନାଘନାରୁ ସାମ୍ନାକୁ ଆସିଥିଲାକି ବ୍ୟକ୍ତି ଜଣଙ୍କର ପ୍ରକୃତ ନାଁ ହେଉଛି ମହତାବ ମୋରୋଲ । ଆଉ ସେ ହେଉଛନ୍ତି ବାଂଲାଦେଶ ନାଗରିକ  । ଆଉ ଜଣେ ଉତ୍ତମ ମାନର ବଂଶୀ ବାଦକ ଭାବେ ସେହି ଦେଶରେ ତାଙ୍କର ଖ୍ୟତି ରହିଛି । ନିଜ ବଂଶୀ ବଜାଇ ସେ ମଧୁ ମକ୍ଷିକା ମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିପାରୁଛନ୍ତି  ।ଖାଲି ସେତିକି ନୁହେଁ ଏହି ମହୁମାଛିଙ୍କ ଠାରୁ ମହୁ ସଂଗ୍ରହ କରି ତାହାକୁ ବିକ୍ରି କରି ତାଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି । ମଧୁ ସଂଗ୍ରହ କରିବା ପରେ ବାକି ସବୁ ଅବଶିଷ୍ଠକୁ ଏକ କପଡାରେ ଗୁଡ଼ାଇ ଘର ଚାରିପଟରେ ଟାଙ୍ଗି ଦେଉଛନ୍ତି  । ସେହି କପଡାରେ ବସିଥିବା ମହୁମାଛି ଗୁଡିକ ଖାଦ୍ୟ ସଂଗ୍ରହ କରିବାକୁ ଘର ଚାରିପଟରେ ବୁଲିବାକୁ ଲାଗନ୍ତି । ପ୍ରଥମ ପଦକ୍ଷେପରେ ମୋରାଲ ସେହି ମାଛି ମାନଙ୍କୁ ଏକାଠି କରି ବଂଶୀ ବଜାଇବାକୁ ଲାଗନ୍ତି  । ଆଉ ସେହି ଟ୍ୟୁନିଙ୍ଗ ଶୁଣି ହଜାର ହଜାର ସଂଖ୍ୟକ ମଧୁ ମକ୍ଷିକା ତାଙ୍କ ଆଡକୁ ଅକ୍ରୁସ୍ତ ହୋଇ ଆସି ତାଙ୍କ ଉପରେ ବସି ପଡନ୍ତି ।

ଏହା ପରେ ମୋରାଲଙ୍କୁ ବ୍ୟକ୍ତିଗତ ଭାବେ ପଚରା ଯିବାରୁ ସେ ସ୍ପଷ୍ଟ କରିଥିଲେକି ସେ ଜଣେ ମୁସଲିମ । ତାଙ୍କ ପିତା ବି ଜଣେ ମୁସଲିମ ଥିଲେ । ତାଙ୍କ କାମ ବିଷୟରେ ପଚରା ଯିବାରୁ ସେ କହିଥିଲେକି ଦୀର୍ଘ ୨୨ ବର୍ଷ ହେବ ସେ ଲଗାତାର ଭାବେ ମହୁ ସଂଗ୍ରହ କରି ଆସୁଛନ୍ତି । ମହୁ ସଂଗ୍ରହ କରିବା ନେଇ ଆଗ୍ରହ ତାଙ୍କର ପିଲାଟି ବେଳରୁ ହିଁ ଆସିଥିଲା । ସେ ତାଙ୍କ ଛୋଟ ବେଳେ ଜଣଙ୍କୁ ମହୁ ଖାଇବାକୁ କହିଥିଲେ ମଧ୍ୟ ସେ ରାଜି ହୋଇନଥିଲେ । ଆଉ ସେବେ ଠାରୁ ହିଁ ବଡ ହେଲେ ମହୁ ସଂଗ୍ରହ କରିବେ ବୋଲି ମନେ ମନେ ସ୍ଥିର କରିନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.