ରାମ ମନ୍ଦିର ପାଇଁ ତିଆରି ଚାଲିଛି ୨୧୦୦ କେଜିର ଘଣ୍ଟି, କରୁଛନ୍ତି ମୁସଲିମ କାରିଗର, ଜାଣନ୍ତୁ କେତେ ରହିଛି ଦାମ୍‌

କେନ୍ୟୁଜ୍‌ (ବ୍ୟୁରୋ):  ସୁପ୍ରିମ କୋର୍ଟର ଅଯୋଧ୍ୟା ରାମ ମନ୍ଦିର ରାୟ ଆସିବା ପରେ ଅନେକ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି। ଏମିତିକି ବିଦେଶୀ ଗଣମଧ୍ୟମରେ ମଧ୍ୟ ଏହି ପ୍ରସଙ୍ଗ ଶିରୋନାମା ପାଲଟିଛି। ରାମ ମନ୍ଦିର ତିଆରି ହେବା ନେଇ ଦେଶବାସୀଙ୍କ ମଧ୍ୟରେ ଏକ ଉତ୍ସାହ ମଧ୍ୟ ପରିଲିଖିତ ହେଇଛି। ବିଭିନ୍ନ ରାଜ୍ୟରୁ କାରିଗର ପ୍ରଭୁ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣରେ ସହଯୋଗ କରିବା ପାଇଁ ଆଗେଇ ଆସୁଥିବାର ଦେଖିବାକୁ ମିଳିଛି। ପ୍ରଭୁ ରାମଙ୍କ ମନ୍ଦିର ନିର୍ମାଣ ନହେବା ପୂର୍ବରୁ ଏକ ବିଶାଳ ଘଣ୍ଟିର ଫଟୋ ଏବେ ସେସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାର ଓଜନ ରହିଛି ୨୧୦୦ କିଲୋଗ୍ରାମ। କୁହାଯାଉଛି ଏହି ଭଳି ୧୦ଟି ଘଣ୍ଟି ତିଆରି ହେବାର ଯୋଜନା ରହିଛି। ଏଥିମଧ୍ୟରୁ ଗୋଟିଏ ଘଣ୍ଟି ତିଆରି ହୋଇସାରିଛି। ଗୋଟିଏ ଘଣ୍ଟି ତିଆରି କରିବାକୁ ପାଖାପାଖି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାର ସୂଚନା ମିଳିଛି।

ସବୁଠାରୁ ତାଜୁବ କଲା ଭଳି କଥା ହେଉଛି ଏହି ଘଣ୍ଟିକୁ ପଲିସ୍‌ କରିବାରେ ଲାଗି ପଡିଛନ୍ତି ଏକବାଲ ନାମକ ଜଣେ ମୁସଲିମ କାରିଗର । ସେଭଳି ଘଣ୍ଟି ତିଆରି କରୁଥିବା ବିକାଶ ମିତ୍ତଲଙ୍କ କହିବା ଅନୁସାରେ ରାମ ମନ୍ଦିର ପାଇଁ ଦେଶର ସମସ୍ତ ମନ୍ଦିରରେ ବଡ ଓ ଓଜନଦାର ଘଣ୍ଟି ତିଆରି କରାଯାଉଛି। ଏହି ସବୁ ଘଣ୍ଟିରେ ପିତଳ ସହିତ ଅନ୍ୟ ଧାତୁର ବ୍ୟବହାର କରାଯିବ। ଏହି ଘଣ୍ଟିର ଚାହିଦା ଦେଖି କାରିଗରଙ୍କ ସଂଖ୍ୟା ମଧ୍ୟ ବଢାଇ ଦିଆଯାଇଛି। ତିଆରି ହେଉଥିବା ଏହି ଘଣ୍ଟିର ଉଚ୍ଚତା ୬ ଫୁଟ୍ ଓ ଚଉଡା ୫ଫୁଟ ରହିବ ବୋଲି ଜଣା ପଡିଛି

You might also like