କପି ରୋକିବାକୁ ଆସିଲା ବିଲ୍ , କପି ହେଲେ କୋଟିଏ ଟଙ୍କା ଜରିମାନା

କପି ରୋକିବାକୁ ଆସିଲା ବିଲ୍। UPSC, SSC, ରେଲୱେ ଭଳି ନିଯୁକ୍ତି ପରୀକ୍ଷା ଏବଂ JEE, NEET, CUET ଭଳି ପ୍ରବେଶିକା ପରୀକ୍ଷାରେ ପେପର ଲିକ୍ ଓ ସଂଗଠିତ କପି ରୋକିବାକୁ ବିଲ୍ ଆଣିଲେ କେନ୍ଦ୍ର ସରକାର।

ନୂଆଦିଲ୍ଲୀ : କପି ରୋକିବାକୁ ଆସିଲା ବିଲ୍। UPSC, SSC, ରେଲୱେ ଭଳି ନିଯୁକ୍ତି ପରୀକ୍ଷା ଏବଂ JEE, NEET, CUET ଭଳି ପ୍ରବେଶିକା ପରୀକ୍ଷାରେ ପେପର ଲିକ୍ ଓ ସଂଗଠିତ କପି ରୋକିବାକୁ ବିଲ୍ ଆଣିଲେ କେନ୍ଦ୍ର ସରକାର। ପବ୍ଲିକ ଏଗଜାମିନେସନ୍ ପ୍ରିଭେନସନ୍ ଅଫ ଅନଫେୟାର ମିନ୍ସ ବିଲ୍ -୨୦୨୪। କେନ୍ଦ୍ର କ୍ୟାବିନେଟ୍ ଏହି ବିଲ୍ ଚିଠାକୁ ଅନୁମୋଦନ ଦେଇଥିଲା। ନେସନାଲ ଟେଷ୍ଟିଂ ଏଜେନ୍ସୀ ପରିଚାଳନା କରୁଥିବା ସମସ୍ତ ପରୀକ୍ଷା ଏହି ବିଲ୍ ଅଧୀନରେ ରହିବ। ବିଲ୍ ରେ ୩ ରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ପ୍ରାବଧାନ ରହିଛି। ସଂଗଠିତ ଅପରାଧ ହୋଇଥିଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ। ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥାକୁ ଅତି କମରେ ୧ କୋଟି ଟଙ୍କାର ଜରିମାନା ହେବ। ସଂସ୍ଥାକୁ ୪ ବର୍ଷ ପାଇଁ ପରୀକ୍ଷା ପରିଚାଳନାରୁ ନିବୃତ୍ତ ରଖାଯିବ। ପରୀକ୍ଷା କର୍ତ୍ତୃପକ୍ଷଙ୍କ ସହ ସଂପର୍କରେ ଥିବା କୌଣସି ବ୍ୟକ୍ତି ବା ଏକାଧିକ ବ୍ୟକ୍ତି ଯଦି ସଂଗଠିତ ଅପରାଧ କରନ୍ତି ସେମାନଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ୧ କୋଟି ଟଙ୍କାର ଜରିମାନା ହେବ। ତାଙ୍କ ଠାରୁ ପରୀକ୍ଷାର ସମସ୍ତ ଖର୍ଚ୍ଚ ଆଦୟ କରାଯିବ। ତେବେ ପ୍ରାର୍ଥୀଙ୍କୁ ଏହି ବିଲ୍ ରେ ସୁରକ୍ଷା ଦିଆଯାଇଛି।