ପ୍ଲାଷ୍ଟିକ ଡ୍ରମ ପାଲଟିଲା ସବାରୀ, ଉଛୁଳା ବଢି ପାଣିରେ ଏମିତି ବିଦା ହେଲା କନ୍ୟା

ବହାଘର ଏକ ଏମିତି ପରମ୍ପରା ଯାହାର ସ୍ମୃତିକୁ ଚିରସତେଜ ରଖିବା ପାଇଁ ଅନେକ ଲୋକ ବ୍ୟୟବହୁଳ କିମ୍ବା ଅଦ୍ୱିତୀୟ ଭାବେ ସମାପନ କରିଥାନ୍ତି। ହେଲେ କେହି କେବେ ବି ଶୁଣିନଥିବେ ଜୀବନ ସହ ସଂଘର୍ଷ କରି ଗଭୀର ଜଳରେ ନବଦମ୍ପତିଙ୍କୁ ବିଦାୟୀ କରୁଥିବାର। କାଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।

ଘଟଣା ଟି ହେଉଛି ବିହାର ଫରବିସଗଞ୍ଜ ଅଞ୍ଚଳର ଯେଉଁଠାରେ ମୂଷଳଧାରାର ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଠାରେ ଏକ ନବବିବାହିତ ଦମ୍ପତିଙ୍କୁ ବନ୍ୟା ଅଞ୍ଚଳ ପାରି ହୋଇ ଗାଁକୁ ଯିବା ପାଇଁ ପ୍ଲାଷ୍ଟିକ ଡ୍ରମର ଏକ କୃତ୍ରିମ ଡଙ୍ଗାର ସାହାଯ୍ୟ ଲୋଡା ଯାଇଥିଲା। କିଛି ଲୋକ ଜୀବନ ସହ ସଂଘର୍ଷ କରି ବଢିପାଣିରେ ପଶି ଏହି ନବ ଦମ୍ପତିଙ୍କ ଡ଼ଙ୍ଗାକୁ ପାର କରୁଥିଲେ। ଯାହାର ଭିଡିଓ ଟି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.