ବ୍ୟବସାୟୀଙ୍କ ଅଜବ ସଉକ ! ନିଜ ଜାଗୁଆର କାରରେ ଲଗାଇଲେ ୪୬୦୦ ଖେଳନା କାର, ଫଟୋ ହେଲା ଭାଇରାଲ

ମାଲେସିଆର ଦତୁକ ସେରି ନାମକ ଜଣେ ବ୍ୟବସାୟୀ ନିଜ ଜାଗୁଆର ଏସ ଟାଇପ କାର୍‌ ଉପରେ ୪୬୦୦ରୁ ଅଧିକ ଖେଳନା କାର ଲଗାଇ କାରକୁ କଲରଫୁଲ ଲୁକ୍‌ ଦେଇଛନ୍ତି । ଏହି କାର ମାଲିକ ଦତୁକ ଫାଇନାନ୍ସିଆଲ ଜିନିୟସ ଗ୍ରୁପର ସିଇଓ ଅଟନ୍ତି ଓ ତାଙ୍କୁ ଖେଳନା କାର ସଂଗ୍ରହ କରିବାର ସଉକ ଥିଲା । ତାଙ୍କର ଏହି କଲରଫୁଲ କାର୍‌ଟିର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଦତୁକ ୧୩ ବର୍ଷ ବୟସରୁ ଛୋଟ ଖେଳନା କାର ସଂଗ୍ରହ କରି ଆସୁଥିଲେ । ବର୍ତ୍ତମାନ ସୁଦ୍ଧା ତାଙ୍କ ପାଖରେ ଏମିତି ୫ହଜାର ଖେଳନା କାର ଅଛି । ଏଥିରୁ ୪୬୦୦ ଖେଳନା କାରକୁ ନିଜ ଜାଗୁଆର ଏସ ଟାଇପ କାରରେ ଲଗାଇଛନ୍ତି ।

ଦତୁକଙ୍କ କହିବା ମୂତାବକ ସଂଗ୍ରହ କରିଥିବା ଖେଳନା କାରର ସଂଖ୍ୟା ଅଧିକ ହେବା କାରଣରୁ ଏହାକୁ ଦେଖାରଖା କରିବାର ଅସୁବିଧା ହେଉଥିଲା । ଏଥିପାଇଁ ଏହି ଖେଳନା କାର ଗୁଡିକୁ ନିଜ କାରରେ ଲଗାଇବା ପାଇଁ ଚିନ୍ତା କରିଥିଲେ ଓ ପରେ ଅଠା ସାହାଯ୍ୟରେ ସେହି ଖେଳନା କାର ଗୁଡିକୁ ନିଜ କାରରେ ଲଗାଇଥିଲେ । କାରର ଲୁକ୍‌ ନିଜର ବ୍ୟକ୍ତିତ୍ୱ ବିଷୟରେ ଅନେକ କିଛି କହୁଛି ଓ ଏହା ତାଙ୍କର ଏକ ଫ୍ୟାସନ ବୋଲି ଦତୁକ କହିଛନ୍ତି ।

ଦତୁକଙ୍କ ମୂତାବକ କାରକୁ ଭିନ୍ନ ଲୁକ୍‌ ଦେବା ଯେତିକି ଅଲଗା ହୋଇଥାଏ ସେତିକି କଠିନ ସାଧ୍ୟ ମଧ୍ୟ ହୋଇଥାଏ । ଏହା ପରେ ଦତୁକ କହିଛନ୍ତି ମୁଁ ଏହି କାରକୁ ଅନ୍ୟ ଜାଗାରେ ପାର୍କ କରିପାରୁନାହିଁ, କାରଣ କେହି ଯଦି ଏହି ଖେଳନା କାରକୁ କଢିନେବ ସେଥିପାଇଁ ଡର ରହୁଛି । ଯଦି ଲୋକଙ୍କ ଭିତରେ ନିଜ ଆକର୍ଷଣ ବଢାଇବା ପାଇଁ ଚାହୁଁଥାନ୍ତି ତେବେ ଅନ୍ୟମାନେ ମଧ୍ୟ ଏହିପରି କରିପାରିବେ ବୋଲି ଦତୁକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.