ଦେଶ ବିଦେଶ

ଫେସବୁକରେ ଠକାମୀର ଶିକାର ହେଲେ ବ୍ୟବସାୟୀ, ୧୦ କୋଟି ଟଙ୍କା ଲୋଭରେ ହରାଇଲେ ୨ କୋଟି

(କେନ୍ୟୁଜ ବ୍ୟୁରୋ) : ପ୍ରତିଦିନ ଲୋକମାନେ ସାଇବର ଠକାମୀର ଶିକାର ହେଉଛନ୍ତି । ମେସେଜ, ହ୍ଵାଟସଆପ ଏବଂ ଇମେଲ ମାଧ୍ୟମରେ ସାଇବର ଠକଙ୍କ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ତେବେ ଏଭଳି ଏକ ସମାନ ଘଟଣା ଫେସବୁକରେ ହୋଇଥିବା ଜଣା ପଡ଼ିଛି । ସାଇବର ଠକ ଫେସବୁକରେ ୧୦ କୋଟି ଟଙ୍କାର ଲୋଭ ଦେଖାଇ ଜଣେ ବ୍ୟବସାୟୀଙ୍କ ବ୍ୟାଙ୍କ ଖାତାରୁ ଦୁଇ କୋଟି ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି ।

ତେଲେଙ୍ଗାନାର ଏକ ଫ୍ରଡ କମ୍ପାନୀ ବ୍ୟବସାୟରେ ନିବେଶ କରିବା ବଦଳରେ ଅଧିକ ଟଙ୍କା ଫେରସ୍ତ କରିବାର ଲୋଭ ଦେଖାଇ ଲୁଟ କରିଥିବା ସୂଚନା ମିଳିଛି । ବ୍ୟବସାୟୀ ଜଣଙ୍କ ସାଇବର ଠକାମୀର ଶିକାର ହୋଇ ଦୁଇ କୋଟି ଟଙ୍କା ନିବେଶ କରିଥିଲେ । ବ୍ୟବସାୟୀ ଜଣଙ୍କ ଠକାମୀର ଶିକାର ହୋଇଥିବା ଅନୁଭବ କଲା ପରେ ଫ୍ରଡ କମ୍ପାନୀ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି ।

ରାଚକୋଣ୍ଡା ପୋଲିସ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ ମାର୍ଚ୍ଚ ୬ରୁ ୧୭ ମେ ମଧ୍ୟରେ ହୋଇଥିବା କ୍ରିପ୍ଟୋ କରେନ୍ସି ସମୟରେ ସେ ଦୁଇ କୋଟି ଟଙ୍କା ନିବେଶ କରିଥିଲେ । ବ୍ୟବସାୟୀ ଜଣଙ୍କ ଫେସବୁକରେ ଆସିଥିବା ବିଟକଏନ ଟ୍ରେଡିଙ୍ଗ ବିଜ୍ଞାପନ ଦେଖି ଏହି ନିବେଶ କରିଥିଲେ । ବ୍ୟବସାୟୀଙ୍କ ଫେସବୁକରେ ବିଟକଏନ ୱେବସାଇଟର ଲିଙ୍କ ଆସିଥିଲା । ବିଜ୍ଞାପନରେ ନିବେଶ ଟଙ୍କାର ଅଧିକ ଟଙ୍କା ଫେରସ୍ତ ହେବା ପାଇଁ ଦାବି କରାଯାଇଥିଲା । ବ୍ୟବସାୟୀ ଲିଙ୍କ ଉପରେ କ୍ଲିକ କରିବା ପରେ ୱେବସାଇଟ ତରଫରୁ ରେଜିଷ୍ଟ୍ରେସନ ପାଇଁ ଲିଙ୍କ ଆସିଥିଲା । ରେଜିଷ୍ଟ୍ରେସନ ପରେ ବ୍ୟବସାୟୀ ଜଣଙ୍କ କମ୍ପାନୀର ଆପ ଡାଉନଲୋଡ କରିଥିଲେ ।
ରେଜିଷ୍ଟ୍ରେସନ ପରେ ହ୍ଵାଟସଆପରେ କମ୍ପାନୀ ତରଫରୁ ଟଙ୍କା ନିବେଶ ପାଇଁ ଟିପ୍ସ ଆସିଥିଲା । କମ୍ପାନୀ ଦେଇଥିବା ଟିପ୍ସ ଅନୁଯାୟୀ ବ୍ୟବସାୟୀ ମାର୍ଚ୍ଚ ୬ରୁ ମେ ୧୭ ତାରିଖ ମଧ୍ୟରେ ୨୦.୬ କୋଟି ଟଙ୍କା ନିବେଶ କରି ଠକାମୀର ଶିକାର ହୋଇଥିଲେ ।

ବ୍ୟବସାୟୀ ବ୍ୟାଙ୍କରୁ ଋଣ ନେଇ ଏହି ୱେବସାଇଟରେ ଟଙ୍କା ନିବେଶ କରିଥିଲେ । ସେ ୨ କୋଟି ଟଙ୍କା ନିବେଶ କରି ୧୦ କୋଟି ଟଙ୍କା ଫେରସ୍ଥ ପାଇବାର ଆଶା ନେଇ ଏପରି କରିଥିବା ପୋଲିସ ନିକଟରେ କହିଛନ୍ତି । ୱେବସାଇଟରେ ମଧ୍ୟ ଏଭଳି ଦାବି କରାଯାଇଥିଲା । ତେବେ ବ୍ୟବସାୟୀଙ୍କ ଅଭିଯୋଗକ୍ରମେ ସାଇବର କ୍ରାଇମ ବ୍ରାଞ୍ଚ ତରଫରୁ ଘଟଣାର ତଦନ୍ତ ଜାରି ରହିଛି ।

 

KNews Bureau

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

3 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

18 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

28 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

37 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

53 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

1 hour ago