ଏବେ କାର ଚାଳକମାନେ ହେଲମେଟ୍ ପିନ୍ଧିବେ କି? ନପିନ୍ଧିଲେ କଟିଯାଉଛି ଚାଲାଣ

ଏବେ କାର ଚାଳକମାନେ ହେଲମେଟ୍ ପିନ୍ଧିବେ କି? ନପିନ୍ଧିଲେ କଟିଯାଉଛି ଚାଲାଣ । ଏମିତି ଜଣଙ୍କ ସାଙ୍ଗରେ ହୋଇସାରିଛି ଦର୍ଶକବନ୍ଧୁ, କାର ଚଳାଇ ଘରକୁ ଫେରିଲେ । ମୋବାଇଲକୁ ଆସିଗଲା ଚାଲାଣର ଲମ୍ବା ଚଉଡା଼ ମେସେଜ । କାର ଚାଳକଙ୍କୁ ଆସିଲା ହେଲମେଟ ପିନ୍ଧିନଥିବା ପାଇଁ ଫାଇନ । ଚାଲିଥିଲା ହେଲମେଟ ଚେକିଂ । ହେଲମେଟ ପିନ୍ଧି ନଥିବା’ ପାଇଁ କାର ମାଲିକଙ୍କୁ ଜରିମାନା, ନାଁ ନାଁ ଦର୍ଶକବନ୍ଧୁ ଏ ନିୟମ ଆମ ରାଜ୍ୟର ନୁହେଁ କି ମିଥ୍ୟ ବି ନୁହେଁ । ଏ ଘଟଣା ପ୍ରକୃତରେ ସତ । ଉତ୍ତରପ୍ରଦେଶ ଗାଜିଆବାଦରେ ଅଜବ ଚାଲାଣ ନିୟମ । ଜଣେ କାର ଚାଳକଙ୍କର ଆସିଛି ହେଲମେଟ ନ ପିନ୍ଧିଥିବା ପାଇଁ ଫାଇନ । ତେବେ ଏଭଳି ନିୟମ ପ୍ରକୃତରେ ଅଛି କି ନାହିଁ କିମ୍ବା ଏଥିରେ ଆଉ କଣ ଟ୍ଵିଷ୍ଟ ଅଛି ଆସନ୍ତୁ ଜାଣିବା ।

ହଁ ଦର୍ଶକବନ୍ଧୁ, ଗାଜିଆବାଦରେ ଟ୍ରାଫିକ ପୋଲିସର ଅବହେଳାର ଏକ ଅନନ୍ୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ କାର ମାଲିକଙ୍କୁ ହେଲମେଟ ପିନ୍ଧି ନଥିବା କାରଣରୁ ଜରିମାନା ମେସେଜ ଦିଆଯାଇଥିଲା । ଜଣେ କାର ମାଲିକଙ୍କୁ “ହେଲମେଟ୍ ପିନ୍ଧି ନଥିବା” ପାଇଁ ମୋଟର ଯାନ ଆଇନ ଅନୁଯାୟୀ 1000 ଟଙ୍କା ଜରିମାନା କରାଯାଇଥିଲା । ଯେତେବେଳେ ଏ କାର ଓନର ଜଣକ ପୋଲିସକୁ ଘଟଣା ସମ୍ପର୍କରେ ପଚାରିଲେ ପୋଲିସ ଏହାକୁ ଏକ ମାନବିୟ ତ୍ରୁଟି ବୋଲି କହିଛି । ସୋସିଆଲ ମିଡିଆରେ ଏକ ଚାଲାଣର ଫଟୋ ଭାଇରାଲ ହେବା ପରେ ଏହି ମାମଲା ଚର୍ଚ୍ଚାକୁ ଆସିଥିଲା, ଯେଉଁଥିରେ ଦୁଇ ଚକିଆ ଯାନ ପାଇଁ ଉଲ୍ଲଂଘନ ଉଲ୍ଲେଖ କରାଯାଇଥିଲା କିନ୍ତୁ ଫଟୋଟି ଏକ କାରର ଥିଲା । ଏହି ଫଟୋଟି ସ୍ଥାନୀୟ ପଞ୍ଜୀକରଣ ନମ୍ବର ଥିବା ଏକ କାରର ଥିଲା । ସୋମବାର ଜାରି ହୋଇଥିବା ଚାଲାଣରେ ଦୁଇ ଚକିଆ ଯାନ ସମ୍ବନ୍ଧୀୟ ଉଲ୍ଲଂଘନ ଉଲ୍ଲେଖ କରାଯାଇଥିଲା ଏବଂ ରାଜ ନଗର ଏକ୍ସଟେନସନର ଅଜ୍ଞାରା ସୋସାଇଟି ଛକ ନିକଟରେ ପାର୍କିଂ ହୋଇଥିବା ଏକ କାରର ଫଟୋ ଥିଲା । ଚାଲନ୍ତୁ ଜାଣିବା ପୂରା ଘଟଣା କ’ଣ ଥିଲା ?

ଗାଜିଆବାଦରେ ଜଣେ ଯୁବକ ତାଙ୍କ ଗାଡ଼ି ଚଳାଉଥିଲେ । କିଛି ସମୟ ପରେ ତାଙ୍କ ମୋବାଇଲରେ ଏକ ଚାଲାଣ ମେସେଜ୍ ଆସିଥିଲା । ଯେତେବେଳେ ସେ ଚାଲାଣ ଦେଖିଲେ, ସେଥିରେ ଲେଖାଯାଇଥିଲା ଯେ ସେ ହେଲମେଟ୍ ପିନ୍ଧି ନଥିବାରୁ ତାଙ୍କୁ ଜରିମାନା କରାଯାଇଛି । ଏହା ଦେଖି କାର୍ ଚାଳକ ଆଶ୍ଚର୍ଯ୍ୟ ହୋଇଗଲେ କାରଣ କୌଣସି ନିୟମ ଅନୁଯାୟୀ କାର୍ ଚାଳକଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ନୁହେଁ । ଏହି ସମ୍ପୂର୍ଣ୍ଣ ଘଟଣା ସ୍ପଷ୍ଟ କରିଦେଲା ଯେ ଚାଲାଣ ଜାରି କରିବା ସମୟରେ ବହୁତ ଅବହେଳା କରାଯାଇଥିଲା ।

ଅଧିକାରୀମାନେ କହିଛନ୍ତି ଯେ ଜଣେ ଟ୍ରାଫିକ୍ ସବ୍-ଇନସ୍ପେକ୍ଟର ‘ନୋ-ପାର୍କିଂ’ ଜୋନରେ ପାର୍କିଂ ହୋଇଥିବା ଏକ କାରର ଫଟୋ ଉଠାଇଥିଲେ କିନ୍ତୁ ଅସାବଧାନତାବଶତଃ ଏହି ଫଟୋଟି ଏକ ଦୁଇ ଚକିଆ ଯାନର ଚାଲାଣରେ ଲଗାଯାଇଥିଲା । ଏହି ଘଟଣାର ପ୍ରତିକ୍ରିୟା ଦେଇ ଅତିରିକ୍ତ ଡେପୁଟି କମିଶନର ଅଫ୍ ପୋଲିସ ଟ୍ରାଫିକ୍ ସଚିଦାନନ୍ଦ କହିଛନ୍ତି, “ଏହା କେବଳ ଏକ ମାନବିୟ ତ୍ରୁଟି । ଏହା କିପରି ଘଟିଲା ତାହା ଆମେ ତଦନ୍ତ କରୁଛୁ।

Also Read: ପରକୀୟା ପ୍ରୀତିରେ ପାଗଳ ହୋଇ ସ୍ୱାମୀକୁ ମାରୁଥିଲା ସ୍ତ୍ରୀ, ବୁଦ୍ଧି ବଳରେ ନିଜ ଜୀବନ ବଞ୍ଚାଇଲା ସ୍ୱାମୀ