କୁକୁଡାକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଦୁଇ ଭାଇଙ୍କ ସହିତ ମୋଟ ୩ଜଣଙ୍କ ଜୀବନ
ଗୋଟେ କୁକୁଡା ପାଇଁ ଚାଲିଯାଇଛି ତିନି ତିନି ବାଳକଙ୍କ ଜୀବନ । ଘଟଣା ଘଟିଛି ଆସାମ କଛାର ଜିଲ୍ଲାର ଲଖୀମପୁର ଅଞ୍ଚଳରେ ।

ମୃତ୍ୟୁ ଯେତେବେଳେ ଆସେ ନା ଦେଖେ ସମୟ ନା ଦେଖେ ମଣିଷ । ମୃତ୍ୟୁ କାହା ପାଇଁ କେତେବେଳେ କେଉଁ ରୂପରେ ଆସିବ, ତାହା କେହି ଜାଣି ନଥାନ୍ତି । ଏକଥା ସତ ଯେ ଭଗବାନ କେତେବେଳେ ଯେ କଣ କାହା ସହ କରିବେ ତାହା କେହି କହିପାରିବେ ନାହିଁ । ଏଇ ଯେମିତି ଘଟିଛି ଗୋଟିଏ ଗାଁର ତିନି ବାଳକଙ୍କ ସହ । ତିନି ଜଣଙ୍କ ଭିତରୁ ଦୁଇ ଭାଇ ଥିବାବେଳେ ଆଉ ଜଣେ ସେହି ଗାଁର ରହିଥିବା କୁହାଯାଉଛି । ହେଲେ ଘଟଣା କଣ? ଘଟଣା ଏତେ ଦୁଃଖଦ ଯେ ଆପଣ ଜାଣିଲେ ମ୍ରିୟମାଣ ହୋଇଯିବେ ।
ତେବେ ଘଟଣା ଘଟିଛି ଆସାମ କଛାର ଜିଲ୍ଲାର ଲଖୀମପୁର ଅଞ୍ଚଳରେ । ଖବର ମୁତାବକ, ଗୋଟେ କୁକୁଡା ପାଇଁ ଚାଲିଯାଇଛି ତିନି ତିନି ବାଳକଙ୍କ ଜୀବନ । ହଁ ଆଜ୍ଞା ଯାହା ଖବର ମିଳିଛି, ଏକ କୁକୁଡା ଅସାବଧନତା ବଶତଃ ବାରିରେ ଥିବା କୂଅ ଭିତରେ ପଡିଯାଇଥିଲା । ଯାହାକୁ ଦେଖିବା ମାତ୍ରକେ ସେହି ଘରର ସାନ ପୁଅ କୁକୁଡ଼ାଟିକୁ ବଞ୍ଚାଇବାକୁ ଯାଇ କୂଅକୁ ଡେଇଁପଡ଼ିଲେ । କିନ୍ତୁ ଦୀର୍ଘ ସମୟ ଧରି ସେ ବାହାରକୁ ନ ବାହାରିବା ଦେଖି, ବଡ ଭାଇ ମଧ୍ୟ କୂଅ ଭିତରକୁ ଡେଇଁପଡିଥିଲେ ।
କିନ୍ତୁ କଥା ଏମିତିରେ ସରିନି । ଯେତେବେଳେ ସେ ମଧ୍ୟ ବାହାରକୁ ଆସିଲେ ନାହିଁ, ଏହା ଦେଖି ସ୍ଥାନୀୟ ଜଣେ ବାଳକ ମଧ୍ୟ କୂଅ ଭିତରକୁ ଡେଇଁପଡିଥିଲେ । ଏହାପରେ ଯାହା ହୋଇଥିବ ଆପଣ ଅନୁମାନ କରିସାରିବେଣି । କୁକୁଡା ପାଇଁ ଏକାବେଳକେ ତିନି ତିନି ଜଣ କୂଅକୁ ଡେଇଁଥିବାବେଳେ, କେହିବି ଅଆଉ ବାହାରି ନଥିଲେ ।
ଯେତେବେଳେ ତିନି ଜଣଙ୍କର କୌଣସି ସନ୍ଧାନ ମିଳିଲା ନାହିଁ, ପରିବାର ସଦସ୍ୟ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ସ୍ଥାନୀୟ ପୋଲିସ୍ ପ୍ରଶାସ ତୁରନ୍ତ ଏସଡିଆରଏଫ ଟିମ୍ ସହ ଘଟଣାସ୍ଥଳରେ ପହଁଚିଥିଲେ। ଏହା ପରେ ଉଦ୍ଧାର କାର୍ଯ୍ୟରେ ଆରମ୍ଭ ହୋଇଥିଲା । କୂଅ ଭିତରୁ ତିନି ଜଣଙ୍କ ମୃତଦେହକୂ ଉଦ୍ଧାର କରାଯାଇଥିଲା ।
ସୂଚନାନୁସାରେ, କୂଅ ଭିତରେ ଥିବା ବିଷାକ୍ତ ଗ୍ୟାସ୍ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ଏହି ତିନି ଜଣଙ୍କ ଜୀବନ ଯାଇଥିବା କୁହାଯାଇଛି । ତେବେ ଯାହା ଜଣାପଡିଛି ୩ ମୃତକ ହେଉଛନ୍ତି ସାନ ଭାଇ ମନଜିତ୍ ଦେବ,ବଡ ଭାଇ ପ୍ରସନଜିତ୍ ଦେବ ଏବଂ ଗାଁର ଜଣେ ବାଳକ ଅମିତ୍ ସେନ୍ । ତେବେ ଗାଁର ତିନି ତିନି ବାଳକଙ୍କର ଏଭଳି ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।