ଆମ ଦେଶରେ ମହିଳାଙ୍କୁ ଛୋଟ କପଡା ପିନ୍ଧିବା ମନା ନାର୍ହି । ତେଣୁ ମହିଳା ମାନେ ନିଜ ମୁତାବକ ଛୋଟ କିମ୍ବା ବଡ ପୋଷାକ ପିନ୍ଧି ଥାନ୍ତି । ଏଥିରେ ତାଙ୍କ ଉପରେ କୌଣସିବି ରୋକ ଲଗାଯାଇ ନଥାଏ କି, ଛୋଟ କପଡା କାହିଁକି ପିନ୍ଧିଲ ବଡ କପଡା କାହିଁକି ପିନ୍ଧିଲ । ଏମିତିରେ ଆମେ ସବୁବେଳେ ମୁସଲମାନ୍ ମହିଳାଙ୍କୁ ବୁର୍ଖାରେ ଦେଖିଥାଉ । କାରଣ ଏମାନଙ୍କର ନିତି ନିୟମ ଏପରି ହୋଇଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁ ଠାରେ କପଡା ଲମ୍ବା ହେଇଥିଲେ ଏହାକୁ କଟା ଯାଏ ।
ଚିନରେ କିଛି ଏମିତି ନିୟମ ତିଆରି କରାଯାଉଛି ଯାହା ବହୁତ ଅଜବ । ସିଂଜିଆଙ୍ଗ ଠାରେ ମୁସଲମାନ୍ ମହିଳାଙ୍କ ଉପରେ ଏହି ନିୟମ ମଧ୍ୟ ଲାଗୁ କରାଯାଇଛି । ପ୍ରଥମେ ସ୍କୁଲର ଛୋଟ ଝିଅ ମାନଙ୍କୁ ଧାର୍ମିକ କାର୍ୟ୍ୟକ୍ରମରେ ଭାଗ ନେବାରେ ରୋକ ଲଗାଯାଇଛି ଏବଂ ଏବେ ମୁସଲମାନ୍ ମହିଳାଙ୍କ ଲମ୍ବା କପଡା ପିନ୍ଧା ଉପରେ ମଧ୍ୟ କଟକଣା ଲଗାଯାଇଛି ।
ଲମ୍ବା କପଡାରେ କାହିଁକି କାହାକୁ ବାଧା ଦେଇଥାଏ, କିନ୍ତୁ ପୂର୍ବ ର୍ତ୍ତୁକିସ୍ଥାନରେ ଚିନର ପୋଲିସ ମାନେ ଉଡିଗୁଡ୍ ମୁସଲମାନ୍ ମହିଳା ମାନଙ୍କ ଲମ୍ବା କପଡା ପିନ୍ଧିବା ଉପରେ ରୋକ ଲଗାଇଛନ୍ତି । ଏତିକି ନୁହେଁ ସେମାନେ କହୁଛନ୍ତି ଯେ ଯଦି କାହାକୁ ଲମ୍ବା କପଡାରେ ଦେଖିବେ ତାହାଲେ ସାଙ୍ଗେ ସାଙ୍ଗେ ସେହି ଠାରେ ହିଁ ତାଙ୍କର କପଡା କାଟି ଦେବେ ।
ଏହା ଜାଣିଲା ପରେ ଆପଣ ଆହୁରି ଆଶ୍ଚର୍ୟ୍ୟ ହେବେ ଯେ, ପୋଲିସ୍ ରାସ୍ତାରେ ଯାଉଥିବା ମୁସଲମାନ୍ ମହିଳା ମାନଙ୍କର ପିନ୍ଧି ଥିବା ଲମ୍ବା କପଡାକୁ କଂଇଚି ଦ୍ବାରା କାଟୁଛନ୍ତି । ଡକୁମେଣ୍ଟଙ୍ଗ୍ ଇମମ୍ପୁନିଟି ଏଗେନେଷ୍ଟ ମୁସଲିମସ୍ (ଡିଓଏଏମ) ଏମାନଙ୍କୁ ଲାଗୁଛି କି ମୁସଲମାନ୍ ମହିଳା ମାନଙ୍କର କପଡା ଅଧିକ ଲମ୍ବା ହୋଇଯାଉଛି । ଏହାର କିଛି ଫୋଟ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।