ଦୁନିଆର ପ୍ରମୁଖ ଖେଳ ମଧ୍ୟରେ ଗୋଟିଏ ହେଉଛି ଫୁଟବଲ । ସାରା ଦୁନିଆରେ ଏହାର କ୍ରେଜିନେସ ଦେଖିବାକୁ ମିଳିଥାଏ । ଅନେକ ସମୟରେ ଫ୍ୟାନ ମାନେ ଏହି ଖେଳର ମର୍ଯ୍ୟାଦାକୁ ଉଲ୍ଲଙ୍ଘନ କରି ଏପରି କିଛି କରି ବସନ୍ତି ଯେଉଁଥିପାଇଁ ପରେ ତାଙ୍କୁ ଦଣ୍ଡ ଭୋଗିବାକୁ ପଡିଥାଏ । ଠିକ ସେହିପରି ସାର୍ବଜନିକ ସ୍ଥାନରେ ଅଶ୍ଳୀଳ ବ୍ୟବହାର କରିଥିବା ନେଇ ଜଣେ ଯୁବକଙ୍କୁ କୋର୍ଟର ଦ୍ୱାରସ୍ଥ ହେବାକୁ ପଡିଛି । ତାହେଲେ ଆସନ୍ତୁ ଜାଣିବା କଣ ଥିଲା ସମ୍ପୂର୍ଣ୍ଣ ଘଟଣା ।
ସୂଚନା ଅନୁଯାୟୀ ଗତବର୍ଷ ମେ ୨୫ ତାରିଖରେ ସେଲଟିକର ଲଗାତାର ତୃତୀୟ ଏବଂ ଐତିହାସିକ ଜିତ ପରେ ୩୬ ବର୍ଷୀୟ ଡେବିଡ ବୃଷ ସର୍ବସାଧାରଣରେ ଅଶ୍ଳୀଳତା ପ୍ରଦର୍ଶନ କରିଥିଲେ । ଏହି ଜିତରେ ସେ ଅତ୍ୟନ୍ତ ଖୁସି ହୋଇ ଏକ କାରର ବନେଟ ସହିତ ସେକ୍ସ କରିବା ଭଳି ବ୍ୟବହାର ଦେଖାଇଥିଲେ । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ତାଙ୍କ ଟିମ ଜିତି ଫାଇନାଲରେ ପ୍ରବେଶ କରିବା ପରେ ଡେବିଡ଼ ଅତ୍ୟନ୍ତ ଖୁସିରେ ନାଚି ଉଠିଥିଲେ । ତାପରେ କାର ନିକଟକୁ ଯାଇ ସେଠାରେ ଅଶ୍ଳୀଳ ବା ଅଜବ ପ୍ରକାରର ବ୍ୟବହାର କରିବାରେ ଲାଗିଥିଲେ ।
କୋର୍ଟରେ ସାକ୍ଷୀ ଦେବା ସମୟରେ ଜଣେ ବ୍ୟକ୍ତି କହିଥିଲେ ଯେ ସେଲଟିକର ଲଗାତାର ତୃତୀୟ ବିଜୟ ପରେ ସେଠାରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ଖୁସିଥିଲେ । ଠିକ ସେହି ସମୟରେ ବାହାରୁ ଏକ ଅଜବ ପ୍ରକାର ସ୍ୱର ଶୁଭାଯାଇଥିଲା । ତେବେ ସେଠାରେ ସମସ୍ତେ ଯାଇ ଦେଖନ୍ତି ତ ଡେବିଡ ଜୋର ଜୋର ରେ ଗୀତ ଗାଉଛନ୍ତି । ତେବେ ଏହି ସମୟରେ ଡେବିଡ ଆପତ୍ତିଜନକ ଅବସ୍ଥାରେ ଥିଲେ ଓ ତାପରେ ସେ ସେଠାରୁ ଏକ ମିନିବସ ସାଇଡକୁ ଚାଲିଯାଇଥିଲେ ଏବଂ ପୁଣିଥରେ ତାକୁ ଦୋହରାଇ ଥିଲେ ।
ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି କୋର୍ଟ ଡେବିଡଙ୍କୁ ସାର୍ବଜନିକ ସ୍ଥଳରେ ଅଶ୍ଳୀଳତା ପାଇଁ ନୁହେଁ ବରଂ କାରର ବନେଟକୁ କ୍ଷତି ପହଞ୍ଚାଇଥିବା ଅପରାଧରେ ଦୋଷୀ ଦଣ୍ଡରେ ଦଣ୍ଡିତ କରିଥିଲେ ।