ସରକାରୀ ସୁରକ୍ଷାରେ ଆସି ଜେଲରେ ସଜା କାଟୁଥିବା କଏଦୀ ପ୍ରାର୍ଥିପତ୍ର ଦାଖଲ କଲା, ଜାଣନ୍ତୁ କେଉଁଠୁ

ଲୋକସଭା ନିର୍ବାନରେ ଅନେକ ଅଭିନେତା ଓ କ୍ରୀଡ଼ାବିତ୍ ଲୋକସଭା ନିର୍ବାଚନ ଲଢୁଥିବାର ଖବର ଆପଣମାନେ ଜାଣିଥିବେ। ହେଲେ ଅପଣଙ୍କୁ ଏକଥା ଆଶ୍ଚର୍ଯ୍ୟ ଲାଗିବ ଯେ ଜଣେ ଜେଲ୍ରେ ଥିବା କଏଦୀ ଲୋକସଭା ନିର୍ବାଚନ ଲଢିବା ପାଇଁ ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଘଟଣାଟ ହେଉଛି ଗୁଜରାଟର । ଯେଉଁଠି ଧୀରେନ କାରିୟା ନାମକ ଜଣେ ଚୋରା ଦେଶୀ ମଦ ବ୍ୟବସାୟୀ ଦଣ୍ଡିତ ହୋଇ ଜେଲରେ ସଜା କାଟୁଛନ୍ତି । କେବଳ ସେତିକି ନୁହେଁ ଜେଲ୍ ପ୍ରବେଶର ପ୍ରଥମ ଦିନରେ ଧୀରେନ ଜଣେ କଏଦୀଙ୍କୁ ମାରି ଲହୁଲୁହାଣ କରିଥିବାରୁ ତାଙ୍କ ସଜା ମଧ୍ୟ ବଢ଼ି ଯାଇଛି । ଆଉ ସେହି କଏଦୀ ଏବେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏଥିପାଇଁ ତାକୁ କଡ଼ା ସୁରକ୍ଷା ମଧ୍ୟରେ ଜିଲ୍ଲାପାଳ ଅଫିସକୁ ନିଆଯାଇଥିଲା । ସେଠାରେ ଧୀରେନ ପ୍ରାର୍ଥିପତ୍ର ଦାଖଲ କରିବା ସହ ତାଙ୍କୁ ନିଜ ଖର୍ଚ୍ଚରେ ଏକ ପିଏସଓ ଏବଂ କିଛି କର୍ମଚାରୀ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ଜଣେ ଅପରାଧୀ ଜେଲ ଭିତରେ ରହି କିଭଳି ଭାବରେ ନିର୍ବାଚନ ଲଢୁଛନ୍ତି ଏହାକୁ ନେଇ ନିର୍ବାଚନ ଆୟୋଗଙ୍କ ନୀତି ଉପରେ ସାଧାରଣ ଲୋକ ପ୍ରଶ୍ନ ଉଠାଇଛନ୍ତି ।