ସୁଇମିଂ ପୁଲ୍ ଭିତରେ ପଶିଗଲା ଘଡିଆଳ କୁମ୍ଭୀର, ଘଣ୍ଟାଏ ତାକୁ ଖେଳାଇଲେ ଏହି ବ୍ୟକ୍ତି, ପୁଣି ହେଲା ଏମିତି କିଛି

କୁମ୍ଭୀର ଦେଖିଲେ ଯେ କେହି ଭୟଭୀତ ହୋଇପଡ଼ନ୍ତି। ପାଣି କିମ୍ବା ସନ୍ତସନ୍ତିଆ ଜାଗାରେ ରହୁଥିବା ଏହି ଭୟାନକ ପ୍ରାଣୀ କେବେ କେବେ ଜନବସତି ଆଡ଼କୁ ମଧ୍ୟ ମାଡ଼ି ଆସିଥାଏ। ଆଉ ଏମିତି ହିଁ ଏକ ଘଟଣା ଘଟିଛି ଆମେରିକାର ଫ୍ଲୋରିଡା ସହରରେ। ଏଠାରେ ୯ ଫୁଟ ଲମ୍ବାର ଏକ କୁମ୍ଭୀର ଜଣଙ୍କ ଘରେ ପଶିଯାଇଥିଲା। ଘର ପରିସରରେ ଥିବା ସୁଇମିଂ ପୁଲ୍‌ରେ କୁମ୍ଭୀରଟି ପଶି ରହିଥିଲା। ଘର ଲୋକେ ସୁଇମିଂ ପୁଲ୍‌ରେ କୁମ୍ଭୀର ଦେଖି ଭୟଭୀତ ହୋଇପଡ଼ିଥିଲେ। ସେମାନେ ତାକୁ ଧରିବା ପାଇଁ କୁମ୍ଭୀର ଧରାଳୀଙ୍କୁ ଫୋନ୍ ଯୋଗେ ଡକାଇଥିଲେ।

କୁମ୍ଭୀର ଧରିବାରେ ମାହିର ପଲ୍ ବେଡାର୍ଡ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ଘରଲୋକଙ୍କୁ ସୁଇମିଂ ପୁଲ୍‌ରେ ଏକ ବଡ଼ ଘଡିଆଳ ଥିବା ଜଣାଇଥିଲେ। ପଲ୍ ଭୟ ନ କରି ସୁଇମିଂ ପୁଲ୍ ଭିତରକୁ ପ୍ରବେଶ କରିଥିଲେ। ଏହାପରେ ସେ ପାଣି ଭିତରେ କୁମ୍ଭୀର ସହ ଖେଳିବା ଆରମ୍ଭ କରିଦେଇଥିଲେ। ଘଡିଆଳ ମଧ୍ୟ ତାଙ୍କ ଆଗପଛରେ ପହଁରିବାକୁ ଲାଗିଥିଲା। କିନ୍ତୁ ଏହା ପଛରେ ପଲ୍ଙ୍କ ଉଦ୍ଦେଶ୍ୟ କିଛି ଅଲଗା ଥିଲା।

ଏହାସହ ପଢ଼ନ୍ତୁ: ବାଥରୁମ୍‌ କାମ କରିବା ପାଇଁ ପାଇପ୍‌ ମିସ୍ତ୍ରୀଙ୍କୁ ଘରକୁ ଡାକିଥିଲେ ଏହି ବ୍ୟକ୍ତି, ସିସିଟିଭି ଫୁଟେଜ୍‌ ଦେଖିଲା ପରେ ଉଡିଗଲା ହୋସ୍‌

ପଲ୍ ବେଡାର୍ଡ ଖେଳ ଖେଳରେ କୁମ୍ଭୀରକୁ ଥକେଇବାକୁ ଚାହୁଁଥିଲେ। କାରଣ ଏହାଦ୍ୱାରା ତାକୁ ଧରିବା ସହଜ ହୋଇପାରିବ। ଆଉ ପଲ୍ ଯାହା ଚାହୁଁଥିଲେ, ତାହା ହିଁ ହେଲା। ୯ ଫୁଟିଆ ଘଡିଆଳ କିଛି ସମୟ ପରେ ଥକିଗଲା ଆଉ ଶାନ୍ତ ହୋଇ ଅନ୍ୟ ଏକ ଜାଗାରେ ବସିଗଲା। ଏହାପରେ ପଲ୍ ନିଜ ଉଦ୍ଦେଶ୍ୟକୁ ପୂରା କରିଥିଲେ ଏବଂ ତା’ର ଧ୍ୟାନ ହଟାଇ ତା’ ମୁହଁରେ ଟେପ୍ ବାନ୍ଧିଦେଇଥିଲେ। ପୁଣି କୁମ୍ଭୀରକୁ କୋଳକୁ ଉଠାଇ ସିଧା ନିଜ ଟ୍ରକ୍‌ରେ ଭର୍ତ୍ତି କରିଦେଲେ। କୁମ୍ଭୀରଟିକୁ ପଲ୍ ପାଖ ଜଙ୍ଗଲରେ ନେଇ ଛାଡ଼ିଦେଇଥିଲେ।

Roshni

Recent Posts

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 min ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

17 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

23 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

36 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago