ଏହି ଡେଲିଭରି ଗାର୍ଲଙ୍କ ଡ୍ରେସିଙ୍ଗ୍ ଷ୍ଟାଇଲ୍ ସୋସିଆଲ ମିଡିଆରେ କରୁଛି ହଇଚଇ, ଲୋକେ ହେଉଛନ୍ତି ଦିଓ୍ଵାନା

ହଙ୍ଗକଙ୍ଗ୍‌ର ଏକ ଫୁଡ୍‌ପାଣ୍ଡାର ଡେଲିଭରି ଗାର୍ଲ ନିଜ ଡ୍ରେସ୍‌କୁ ନେଇ ସୋସିଆଲ ମିଡିଆରେ ଧୁମ୍ ମଚାଉଛନ୍ତି। ନିକି ନାମ୍ନୀ ଏହି ଯୁବତୀ ଜଣକ ନିଜ ଫେସ୍‌ବୁକ ଆକାଉଣ୍ଟରେ ଅଲଗା ଅଲଗା ଡ୍ରେସ୍ ପିନ୍ଧି ଫଟୋଗୁଡ଼ିକୁ ଶେୟାର କରିଛନ୍ତି, ଯାହାକି ଖୁବ୍ ଭାଇରାଲ ହୋଇଯାଇଛି।
ଏହାଦ୍ୱାରା ନିକି ଫୁଡ୍‌ପାଣ୍ଡାର ବିଜିନେସ୍ ମଧ୍ୟ ବଢ଼ାଉଛନ୍ତି। ଏବେ ଅଧିକରୁ ଅଧିକ ଲୋକ ତାଙ୍କ ଦ୍ୱାରା ଖାଦ୍ୟ ମଗାଉଛନ୍ତି।

deli2

ଏମିତିରେ ପ୍ରତ୍ୟେକ ଡେଲିଭରି ରାଇଡରଙ୍କର ନିଜ ନିଜର ୟୁନିଫର୍ମ ରହିଥାଏ, କିନ୍ତୁ ନିକି ଯେଉଁ ଡ୍ରେସିଙ୍ଗ୍ ଷ୍ଟାଇଲ୍ ଆପଣାଇଛନ୍ତି, ଲୋକେ ତାଙ୍କ ଦିଓ୍ଵାନା ହୋଇଯାଇଛନ୍ତି। ଅନ୍ୟ ଦେଶର ଲୋକଙ୍କ କହିବା ହେଲା, ନିକି ମଧ୍ୟ ସେମାନଙ୍କ ପାଇଁ ଫୁଡ୍ ଡେଲିଭରି କରନ୍ତୁ।

ଏହାସହ ପଢ଼ନ୍ତୁ: ପୂରା ଦୁନିଆକୁ ପାଗଳ କରିଦେଇଛି ୫ ବର୍ଷର ଏହି କୁନି ଝିଅ, ଜେନିଫର ଲୋପେଜ୍‌ଙ୍କ ସହ ତୁଳନା କଲେ ଲୋକେ

ଜଣେ ବ୍ୟକ୍ତି କହିଥିଲେ, ଯଦି ନିକି ଫୁଡ୍ ଡେଲିଭରି କରିବେ, ତା’ହେଲେ ସେ ଖାଇବେ। ନଚେତ୍ ଭୋକିଲା ରହିବାକୁ ପସନ୍ଦ କରିବେ। ତେବେ ନିକିଙ୍କ କହିବା ହେଲା, ଫୁଡ୍‌ପାଣ୍ଡା ପାଇଁ କାମ କରିବା ତାଙ୍କୁ ବହୁତ ପସନ୍ଦ ଆସୁଛି। ଏଥିରୁ ତାଙ୍କର ଭଲ ରୋଜଗାର ମଧ୍ୟ ହୋଇଯାଉଛି। ଏବେ ତାଙ୍କ ପରିବାର ପାଇଁ ପଇସାର ଆବଶ୍ୟକତା ରହିଛି। ଅଧିକ ଦରମା ମିଳିବ ଯଦି ସେ ସେଥିରେ ଆହୁରି ସୁନ୍ଦର ଡ୍ରେସ୍ କିଣିପାରନ୍ତେ।