ବେଙ୍ଗାଲୁରୁ ଦଳଚକଟା : ପୁଅର କବର ପାଖେ ବସି କାନ୍ଦୁଛି ବାପା, ସାମ୍ନାକୁ ଆସିଲା ହୃଦୟବିଦାରକ ଦୃଶ୍ୟ

ବେଙ୍ଗାଲୁରୁ : ବେଙ୍ଗାଲୁରୁ ଦଳଚକଟା ଘଟଣା ପରେ ଅନେକ ପରିବାର ଲୋକ ଭାଙ୍ଗିପଡିଛନ୍ତି । ସେହି ଘଟଣାରେ ୧୧ଜଣଙ୍କର ଜୀବନ ଚାଲିଯାଇଥିବାବେଳେ  ୪୭ ଜଣ ଆହତ ହୋଇଛନ୍ତି । ସେହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୧ ବର୍ଷୀୟ ପୁଅ ଭୂମିକା ଲକ୍ଷ୍ମଣଙ୍କ ବାପା ବିଟି ଲକ୍ଷ୍ମଣଙ୍କର ଏକ ଭାବପ୍ରବଣତା ଏବଂ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଏହି ଚିତ୍ରରେ ଗୋଟିଏ ବାପାର ତା’ ପୁଅ ପ୍ରତି ଥିବା ଭଲପାଇବା ଦେଖିବାକୁ ମିଳୁଛି । ଯାହା ଛାତିକୁ ଦୋହଲାଇ ଦେଉଛି ।

ବାପା ତା’ ପୁଅକୁ ହରାଇବା ପରେ କେତେ ଭାଙ୍ଗିପଡିଛି ସାମ୍ନାକୁ ଆସିଥିବା ଭିଡିଓରୁ ହିଁ ଜଣାପଡୁଛି । ଆହୁରି ମଧ୍ୟ ଦେଖିବାକୁ ମିଳୁଛି ଯେ, ବାପା ପୁଅର ଦିଆଯାଇଥିବା କବର ପାଖରେ ବସି କାନ୍ଦି କାନ୍ଦି ଗଡିଯାଉଛି । ମୋ ସହ ଯାହା ଘଟିଛି ଏମିତି ଯେପରି କାହା ସହ ନ ଘଟୁ । ମୁଁ ଏବେ ଏହି ସ୍ଥାନକୁ ଛାଡି ଯିବାକୁ ଚାହୁଁନି, ଏଠାରେ ହିଁ ରହିବାକୁ ଚାହୁଁଛି କହି ଆଳୁଳବିକଳ ହେଉଛି ସେହି ବାପା । ପୁଅକୁ ହରାଇବାର ଦୁଃଖ ଏହି ବାପାଙ୍କ ପାଖରୁ ସ୍ପଷ୍ଟ ଜଣାପଡୁଛି । ଏତେ ବଡ ଦୁଃଖକୁ ସହିବା ତାଙ୍କ ପକ୍ଷେ  ଅସମ୍ଭବ ହୋଇପଡିଛି ।

ଏକ ରିପୋର୍ଟ ଅନୁଯାୟୀ, ଜୁନ୍ ୪ ତାରିଖରେ ବେଙ୍ଗାଲୁରୁ ଷ୍ଟାଡିୟମରେ IPL ମ୍ୟାଚ ଖେଳାଯାଇଥିଲା । RCBଟିମ୍ ଜିତିବା ପରେ ଫ୍ୟାନ୍ସ ମିଶି ଉତ୍ସବ ପାଳନ କରିଥିଲେ । ହେଲେ ସେହି ଖୁସିର ମୁହୂର୍ତ୍ତ ଦୁଃଖରେ ପରିଣତ ହୋଇଯାଇଥିଲା । ଦଳାଚକଟାରେ ଜଣେ ୧୪ ବର୍ଷୀୟ ଝିଅ ସମେତ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା । ସେମାନଙ୍କର ମଧ୍ୟରେ ମୃତକ ଭୂମିକା ଲକ୍ଷ୍ମଣ ମଧ୍ୟ ରହିଥିଲେ । ମୃତକ ଭୂମିକା ଲକ୍ଷ୍ମଣ ଜଣେ ଇଞ୍ଜିନିୟରିଂ ଛାତ୍ର ଥିଲେ ବୋଲି ସୂଚନା ମିଳୁଛି । ସାଙ୍ଗମାନଙ୍କ ସହ ଷ୍ଟାଡିୟମ ଯାଇଥିବାବେଳେ ଏପରି ଅଘଟଣରେ ତାଙ୍କର ମୃତ୍ୟୁ ଘଟିଥିଲା । ସେହି ସମୟରେ RCB ବିଜୟ ପ୍ୟାରେଡ୍  ପାଇଁ  ଶୀଘ୍ର ଆସିଥିଲା । କିନ୍ତୁ ପୋଲିସ ପ୍ରସ୍ତୁତ ନଥିଲା । ଯାହାଫଳରେ ଏହି ମାମଲାକୁ ନେଇ ହାଇକୋର୍ଟ ହସ୍ତକ୍ଷେପ କରିଥିଲେ । ଏହା ସହିତ ଜୁନ୍ ୧୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଦଳାଚକଟା ପାଇଁ ପୋଲିସକୁ ଦାୟୀ କରିଥିଲେ । ଏହା ପରେ ପୋଲିସ କମିଶନରଙ୍କ ସମେତ ଅନେକ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା । ପରେ କର୍ଣ୍ଣାଟକର ଆଇପିଏସ ଅଧିକାରୀ ସୀମାନ୍ତ କୁମାର ସିଂ ବେଙ୍ଗାଲୁରୁର ପୋଲିସ କମିଶନ ଭାବରେ ନିଯୁକ୍ତି କରାଇଥିଲେ ।

Also Read : ମଣିପୁରର ୫ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ, ଉତ୍ତେଜନାକୁ ରୋକିବା ପାଇଁ ପ୍ରଶାସନର ଏଭଳି ଘୋଷଣା