ଗ୍ରାଇଣ୍ଡରରେ ପୁଅର ମୃତ ଶରୀର ପେସି ଦେଲା ବାପା! ପୁଣି ଖଣ୍ଡ ବିଖଣ୍ଡିତ ଅଙ୍ଗକୁ ସହରର ଭିନ୍ନ ଭିନ୍ନ ଜାଗାରେ ଫିଙ୍ଗି ଦେଲା; ଜାଣନ୍ତୁ ମାମଲା…

ଗୁଜରାଟର ଭାସ୍‌ଣା ଅଞ୍ଚଳରେ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି। ଏଠାରେ ଜଣେ ବାପା ନିଜ ପୁଅକୁ ଅତି ବିଭତ୍ସ ଭାବେ ହତ୍ୟା କରିଛି। ହତ୍ୟା କରିବା ପରେ ମୃତଦେହକୁ ଗ୍ରାଇଣ୍ଡରରେ ପେସି ଖଣ୍ଡ ବିଖଣ୍ଡିତ କରି ଦେଇଥିଲା। ପୁଣି ଅଙ୍ଗ ପ୍ରତ୍ୟେଙ୍ଗଗୁଡ଼ିକୁ କଳା ପଲିଥିନ ଜରିରେ ପୂରାଇ ସହରର ଭିନ୍ନ ଭିନ୍ନ ଅଳିଆ ଗଦାରେ ଫିଙ୍ଗି ଦେଇଥିଲା।

ପୋଲିସକୁ ଅଲଗା ଅଲଗା ସ୍ଥାନରୁ ମୃତକଙ୍କ ଖଣ୍ଡ ବିଖଣ୍ଡିତ ଅଙ୍ଗ ମିଳିଛି। ପୋଲିସ ସୂଚନା ମୁତାବକ, ପୁଅ ଜଣକ ପ୍ରବଳ ମାତ୍ରାରେ ମଦ ଏବଂ ଡ୍ରଗ୍ସ ଖାଉଥିବାରୁ ବାପା ତାକୁ ହତ୍ୟା କରିଥିଲା। ଏହି ଘଟଣାରେ ପୋଲିସ ଅଧିକ ପଚରାଉଚରା ଜାରି ରଖିଛି।

ସୂଚନା ମୁତାବକ, ଗୁଜରାଟର ଅହମ୍ମଦାବାଦରେ ବିନା ମୁଣ୍ଡ, ହାତ ଏବଂ ଗୋଡ଼ ଥିବା ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଥିଲା। ଘଟଣାର ୫ ଦିନ ପରେ ଭାସ୍‌ଣାରୁ ପାଖାପାଖି ୩ କିଲୋମିଟର ଦୂରରୁ କଟା ଗୋଡ଼ ମିଳିଥିଲା। ଏହି ଘଟଣାକୁ ନେଇ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଏହାପରେ ପୂରା ମାମଲା ସାମ୍ନାକୁ ଆସିଥିଲା।

ପୋଲିସର କହିବା ହେଲା, ମୃତ ଯୁବକ ହେଲେ ୨୧ ବର୍ଷୀୟ ହିତେଶ, ତାଙ୍କୁ ତାଙ୍କ ବାପା ହତ୍ୟା କରିଛନ୍ତି। ଅଭିଯୁକ୍ତ ନିଜ ପୁଅର ମୃତଦେହକୁ ଗ୍ରାଇଣ୍ଡରରେ ଛୋଟ ଛୋଟ ଖଣ୍ଡ କରି କାଟି ଦେଇଥିଲେ। ଏହାପରେ କଳା ପଲିଥିନ ଜରିରେ ପୂରାଇ ସହରର ଭିନ୍ନ ଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲେ।

ଅହମ୍ମଦାବାଦ କ୍ରାଇମ୍‌ ବ୍ରାଞ୍ଚ ମୁତାବକ, ପୁଅର ହତ୍ୟା ପରେ ଅଭିଯୁକ୍ତ ବାପା ସୁରଟ ଚାଲି ଯାଇଥିଲେ। ସୁରଟରୁ ଟ୍ରେନ୍‌ ଯୋଗେ ଗୋରଖପୁର ଯିବାର ଯୋଜନା କରିଥିଲେ। ଏହି ସମୟରେ ପୋଲିସ ତାଙ୍କୁ ଗିରଫ କରି ନେଇଥିଲା। ଗୋରଖପୁରରେ ଦର୍ଶନ କରିବା ପରେ ଅଭିଯୁକ୍ତ ସେଠାରୁ ନେପାଳ ଖସି ଯିବାକୁ ଚାହୁଁଥିଲେ।

ଅଭିଯୁକ୍ତ ପୋଲିସକୁ କହିଥିଲେ କି, ଗତ ୫/୬ ବର୍ଷ ହେବ ତାଙ୍କ ପୁଅ ନିଶାଗ୍ରସ୍ତ ହୋଇ ଯାଇଥିଲା। ଘଟଣା ଦିନ ସେ ମଦ ପିଇ ପଇସା ମାଗିଥିଲା। ପଇସା ଦେବାକୁ ମନା କରିବାରୁ ସେ ତାଙ୍କୁ ମାଡ଼ ମାରିଥିଲା। ଏହାପରେ ବାପା ଘରେ ଥିବା ଏକ ପଥରରେ ପୁଅର ମୁଣ୍ଡକୁ ପିଟି ଦେବାରୁ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟିଥିଲା।

ପୁଅର ମୃତ୍ୟୁ ପରେ ଅଭିଯୁକ୍ତ ବାପା ବଜାର ଯାଇଥିଲେ ଏବଂ ସେଠାରୁ ଗ୍ରାଇଣ୍ଡର ମେଶିନ୍‌ କିଣିକି ଆଣିଥିଲେ। ଏହାପରେ ସେ ପୁଅର ଶବକୁ ଛୋଟ ଛୋଟ ଖଣ୍ଡ କରି କାଟି ଦେଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Leave A Reply

Your email address will not be published.