ଧୁ ଧୁ ହୋଇ ଜଳିଉଠିଲା ଅହମଦାବାଦର ଏହି ସ୍କୁଲ: ନିଆଁ ଲିଭାଇବା ପାଇଁ ୧୦ଟି ଦମକଳ ଗାଡି ନିୟୋଜିତ, ୪ ପିଲା ଫସିଥିବା ଅନୁମାନ

ଅହମଦାବାଦର କ୍ରିଷ୍ଣାନଗର ସ୍ଥିତ ଅଙ୍କୁର ସ୍କୁଲରେ ଭୀଷଣ ନିଆଁ ଲାଗିଛି। ଏହି ନିଆଁକୁ ଆୟତ୍ତ କରିବା ପାଇଁ ୧୦ଟି ଦମକଳ ଗାଡି ନିୟୋଜିତ ହୋଇଛି। ନିଆଁର ମାତ୍ରା ବେଶ ଭୟଙ୍କର ରହିଛି। ତେଣୁ ଏହାର ଆଖପାଖ ଅଞ୍ଚଳ କଳାଧୂଆଁରେ ଭରି ହୋଇଯାଇଛି। ଏହି ନିଆଁରେ ୪ ଜଣ ପିଲା ଫସିଥିବା ଅନୁମାନ କରାଯାଉଛି। ଯେଉଁଥିରୁ ୨ ଜଣ ପିଲାଙ୍କୁ ସ୍କୁଲରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।

ସବୁଠାରୁ ଆଶ୍ଚର୍ଯ୍ଯକର କଥା ହେଉଛି, କରୋନା ଯୋଗୁଁ ରାଜ୍ଯର ସମସ୍ତ ସ୍କୁଲ ବନ୍ଦ ଥିବା ବେଳେ ଏହି ସ୍କୁଲକୁ ପିଲା କେମିତି ଗଲେ। ସ୍କୁଲରେ କେଉଁ କାରଣ ଯୋଗୁଁ ନିଆଁ ଲାଗିଛି, ତାହା ସ୍ପଷ୍ଟ ହୋଇନାହିଁ। ସ୍କୁଲ ବିଲିଡିଂରେ ନିଆଁ ଚାରିଆଡେ ବ୍ଯାପି ଯାଇଛି। ଦମକଳ ବାହିନୀ ନିଆଁକୁ ଲିଭାଇବାରେ ସକ୍ଷମ ହୋଇଛି ବୋଲି ଖବର ମିଳିଛି। କିନ୍ତୁ ଏପର୍ଯ୍ଯନ୍ତ କିଛି କ୍ଷୟକ୍ଷତି କିମ୍ବା ଜୀବନହାନୀ ବିଷୟରେ କୌଣସି ସୂଚନା ମିଳିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.