ଦେଖୁ ଦେଖୁ ଚଳନ୍ତା ବସ୍‌ରେ ହଠାତ୍ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ : ମଝିରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ଲକ୍‌ଜୁରୀ ବସ୍‌। ଗତକାଲି ରାତି ପ୍ରାୟ ସାଢେ ୯ଟାରେ ହାଇଦ୍ରାବାଦର କେପିଏଚବି କଲୋନୀ ନିକଟରେ କାବେରୀ ବସ୍‌ରେ ନିଆଁ ଲାଗିଥିଲା। ବସରେ ନିଆଁ ଲାଗିବା ବେଳେ ଦୁଇଜଣ ବସ ଡ୍ରାଇଭର, ଜଣେ ସହାୟକ ଡ୍ରାଇଭରଙ୍କ ସହ ୮ଜଣ ଯାତ୍ରୀ ଥିଲେ। ତେବେ ଏଥିରେ କାହାରି କିଛି କ୍ଷତି ହୋଇନଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଯାନ୍ତ୍ରିକ ତ୍ରୁଟିରୁ ବସରେ ନିଆଁ ଲାଗିଥିବା ପୋଲିସ ଅନୁମାନ କରୁଛି। କାବେରୀ ବସର ଡ୍ରାଇଭର କେବିନରେ ପ୍ରଥମେ ନିଆଁ ଲାଗିବା ପରେ ତୁରନ୍ତ ଡ୍ରାଇଭର ସମସ୍ତଙ୍କୁ ସତର୍କ କରାଇ ଓହ୍ଲାଇ ଯାଇଥିଲେ। ପରେ ବସରେ ନିଆଁ ବ୍ୟାପୀ ଯାଇ ପୁରା ଜଳିଯାଇଥିଲା। ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା କେପିଏଚବି କଲୋନୀ ପୋଲିସ ଇନ୍‌ସପେକ୍‌ଟର ବି. କିଷନ କୁମାର କହିଛନ୍ତି।

 

 

 

Leave A Reply

Your email address will not be published.