ଆମେରିକାରେ ଏମିତି କାମ କଲେ ଭାରତୀୟ ଝିଅ ଭାଇରାଲ ହୋଇଗଲା ଭିଡିଓ

ଥରେ ଭାବିଲେ ଆମେ ଆମ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଯେତେ କଷ୍ଟ କରିଥାଉନା କାହିଁକି, ଏହା ପଛରେ ରହିଥିବା ବାପା ମା’ଙ୍କର ତ୍ୟାଗ ସବୁଠୁ ଆଗରେ ରହିଥାଏ । ଆମକୁ ଆମ ସ୍ବପ୍ନ ପୂରଣ କରିବାରେ ସେମାନେ କେତେ ପରିଶ୍ରମ କରିଥାନ୍ତି । ନିଜ ଜୀବନର ଖୁସିକୁ ତ୍ୟାଗ କରି କେତେ କେତେ ବଳିଦାନ ଦେଇଥାନ୍ତି, ସେକଥା ସେମାନେ ନିଜେ ବି ହିସାବ ରଖି ନଥାନ୍ତି । ଆମେ ଥରେ ବିଫଳ ହୋଇଗଲେ ଆମ ମନୋବଳ ଭାଙ୍ଗିଯାଏ କିନ୍ତୁ ସେମାନେ ସବୁବେଳେ ଆଗକୁ ବଢିବାକୁ ଆମ ମନରେ ଉତ୍ସାହ ଭରିଥାନ୍ତି । ଥରେ ଭାବିଲେ, ଆମେ ଆମ ମନ ମୁତାବକ ଚାକିରିଟିଏ ପାଇବା ପରେ ସେଠାକୁ ଆମ ବାପା ମା’ଙ୍କୁ ନେବା ପାଇଁ ଆମର ବହୁତ ଇଚ୍ଛା ହୁଏ ନା ନାହିଁ ? ଆଜ୍ଞା ଆପଣ ଭାବୁ ଥିବେ ଆମେ ଏତେ କଥା କଣ ପାଇଁ କହୁଛୁ, ତେବେ ଆପଣ ସମ୍ପୂର୍ଣ୍ଣ ଭିଡ଼ିଓ ଦେଖନ୍ତୁ, ଜାଣି ପାରିବେ ଏହା ପଛରେ ଥିବା ଗୁରୁତ୍ବପୂର୍ଣ୍ଣ କଥାଟିକୁ।

ଦର୍ଶକ ବନ୍ଧୁ, ଆମେରିକାରେ ଜଣେ ଭାରତୀୟ ଝିଅ ତାଙ୍କ ଡ୍ରିମ ଜବ୍ ପ୍ଲେସ ୱାଲମାର୍ଟରେ ପାଇବା ପରେ ତାଙ୍କରି କାର୍ଯ୍ୟାଳୟକୁ ତାଙ୍କ ବାପା ମା’ଙ୍କୁ ନେଇ ବୁଲାଇଛନ୍ତି । ଆଉ ଏହି ଭାବବିହ୍ୱଳ ମୁହୂର୍ତ୍ତର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ ଭାଇରଲ ହେବାରେ ଲାଗିଛି । ଭିଡିଓଟି ଇଣ୍ଟରନେଟରେ ଘୂରି ବୁଲିବା ପରେ ଲୋକମାନଙ୍କୁ ଭାବପ୍ରବଣ କରି ଦେଇଛି । କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟରେ କାମ କରୁଥିବା ଏହି ଯୁବତୀ ଦେବଶ୍ରୀ ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯାହା ଦଶ ଲକ୍ଷରୁ ଅଧିକ ଭ୍ୟୁ ଗଲାଣି । ପିଲାମାନେ ନିଜ କ୍ୟାରିୟରରେ ସଫଳ ହେବା ଘଟଣା ବାପା ମାଆଙ୍କ ମନରେ ସବୁବେଳେ ଅସୀମ ଆନନ୍ଦ ଆଣି ଦିଏ । ମନରେ ଗୌରବ ଭରି ଦିଏ । ଆଉ ତାକୁ ପାଖରୁ ଦେଖିବା ସର୍ବଦା ହୃଦୟସ୍ପର୍ଶୀ ହୋଇଥାଏ । ଯେତେବେଳେ ପିଲାମାନେ ସ୍ୱାଧୀନ ଭାବରେ ନିଜ ଗୋଡ଼ରେ ଠିଆ ହୁଅନ୍ତି ସେତେବେଳେ ପିତାମାତା ନିଜକୁ ଗର୍ବିତ ଅନୁଭବ କରନ୍ତି । ଆଉ ଏହି ଭିଡ଼ିଓରେ ମଧ୍ୟ ସେହି ଅନୁଭବର ବାସ୍ନା ଖୁବ ମହକୁଛି । ଭାଇରାଲ ହୋଇଥିବା ରିଲ୍ରେ ଭାରତୀୟ ଝିଅ ଦେବଶ୍ରୀ ତାଙ୍କ ପିତାମାତାଙ୍କୁ କାର୍ଯ୍ୟାଳୟ ବୁଲି ଦେଖାଉଛନ୍ତି । ସେମାନଙ୍କୁ କମ୍ପାନୀର ବିଭିନ୍ନ ବିଭାଗକୁ ନେଇ ବୁଲାଉଛନ୍ତି । ଯେଉଁଥିରେ ଜିମ୍ ଏବଂ ବୈଠକ ଗୃହ ମଧ୍ୟ ଅନ୍ତର୍ଭୁକ୍ତ ଅଛି । ତାଙ୍କ ବାପା ମା ମଧ୍ୟ ବହୁତ ଖୁସିରେ ଅଫିସ୍ ବୁଲି ଦେଖୁଛନ୍ତି ।

ଏହି ଭିଡିଓଟି ସୋସିଆଲ ମିଡିଆରେ ଛାଡିବା ମାତ୍ରେ ଅଚାନକ ବହୁତ ଭିୟୁ ଗଲା । ଲୋକମାନେ ଏହାକୁ ଦେଖିବା ମାତ୍ରେ ଭାବ ବିହ୍ଵଳ ହୋଇ ଯାଇଥିଲେ। ମନକୁ ପାଇଲା ଭଳି ସୁନ୍ଦର ସୁନ୍ଦର କମେଣ୍ଟ ଦେଉଥିଲେ। ଏହି ଭିଡିଓରେ ଆସିଥିବା କିଛି ଆଖି ଦୃଶିଆ କମେଣ୍ଟ ଆମେ ଆପଣଙ୍କୁ ପଢ଼ି ଶୁଣାଉଛୁ . ଜଣେ ୟୁଜର୍ସ ଲେଖିଛନ୍ତି ‘ପ୍ରତ୍ୟେକ ପିଲା ପାଇଁ ଏହା ସବୁଠାରୁ ଗର୍ବର ମୁହୂର୍ତ୍ତ’, ଆଉ ଜଣେ ୟୁଜର୍ସ ଲେଖିଛନ୍ତି ‘ତୁମେ ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣା, ଆଉ ଜଣେ ୟୁଜର୍ସ ଲେଖିଛନ୍ତି, କାସ୍ ମୋ ବାପା ମା ବଞ୍ଚିଥାନ୍ତେ, ଆଉ ମୁଁ ତାଙ୍କୁ ମୋ ଚାକିରି କ୍ଷେତ୍ରକୁ ନେଇ ଯାଇଥାନ୍ତି ?
ସତରେ ଦର୍ଶକ ବନ୍ଧୁ ନୂଆ ଚାକିରଟିଏ ପାଇଲେ କିମ୍ବା ବନ ପଦବିରେ ରହିଲା ପରେ ପ୍ରାୟ ସମସ୍ତଙ୍କ ମନରେ ଥାଏ ମୋ ବାପା ମାଆଙ୍କୁ ଟିକେ ଅଫିସ୍ ବୁଲାଇ ଆଣନ୍ତି କି ? ମୁଁ କେଉଁଠି କେମିତି କାମ କରୁଛି ସେମାନେ ଦେଖନ୍ତେି କି ? ହେଲେ କିଛି ପରିଚାଳନାଗତ କଟକଣ କିମ୍ବା ନିଜର ସଂକୋଚବୋଧ ଯୋଗୁଁ ପ୍ରାୟ ଏହା ହୋଇ ପାରେନା । ଆଉ ମନରେ ଟିକେ ଅବସୋସ ମଧ୍ୟ ରହିଯାଏ ।

ତେବେ ଦର୍ଶକ ବନ୍ଧୁ ଏହି ଭିଡିଓ ଏତେ ଗୁରୁତ୍ୱପୂର୍ଣ୍ଣ ନଥିଲେ ବି ମନର ଭାବନାକୁ ପରିବର୍ତ୍ତନ ଏବଂ ଆମକୁ ବହୁତ ପ୍ରେରଣା ଯୋଗାଉଛି । ଏହି ଭିଡିଓ ଦେଖିଲେ ଲାଗୁଛି ଇଣ୍ଟରନେଟ ଆମକୁ କିଛି ଭଲ ଶିକ୍ଷା ମଧ୍ୟ ଦିଏ । କିନ୍ତୁ କେଉଁ ଜିନିଷକୁ ଆମେ ଗ୍ରହଣ କରିବା ତାହା ଆମ ଉପରେ ହିଁ ନିର୍ଭର କରେ ।

Also Read: ପାକିସ୍ତାନ : ପେଶୱାରରେ ଭୂକମ୍ପର ଝଟକା ଅନୁଭୂତ, ତୀବ୍ରତା ୪.୭