ମୁସଲମାନ ମହିଳାଙ୍କୁ ପ୍ରେମ କରିବାରୁ ଗଲା ଜୀବନ, ହିନ୍ଦୁ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଲେ ଲୋକେ! ଦେଖନ୍ତୁ ଛାତିଥରା ଫୁଟେଜ

ମହାରାଷ୍ଟ୍ରର ନାନ୍ଦେଡରେ ଜଣେ ମୁସଲମାନ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଯୋଗୁ ଜଣେ ହିନ୍ଦୁ ଯୁବକଙ୍କୁ ପିଟି ପିଟି ମାରି ଦିଆଯାଇଛି। ତାଙ୍କ ବାଡ଼ି ଓ ଠେଙ୍ଗାରେ ପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ସ୍ୱପ୍ନିଲ ନାଗେଶ୍ୱର ବୋଲି କୁହାଯାଉଛି। ତେବେ ଏହି ପୂରା ମାରପିଟର ଘଟଣା ସେଠାରେ ଲାଗିଥିଲା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା, ଯାହା ଆଧାରରେ ପୋଲିସ ଯୁବକଙ୍କୁ ହତ୍ୟା ଅଭିଯୋଗରେ ୭ ଜଣଙ୍କୁ ଗିରଫ କରିଛି। କିନ୍ତୁ ଏହି ହତ୍ୟା ଘଟଣାରେ ସମ୍ପୃକ୍ତ କିଛି ଲୋକ ଏବେ ବି ଫେରାର ଅଛନ୍ତି।

ପୋଲିସ ସୂଚନା ମୁତାବକ, ସ୍ୱପ୍ନିଲଙ୍କ ପଡ଼ିଶାରେ ରହୁଥିବା ଜଣେ ମୁସଲମାନ ମହିଳାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ଉଭୟ ସ୍ୱପ୍ନିଲ ଓ ତାଙ୍କ ପ୍ରେମିକା ପୂର୍ବରୁ ହିଁ ବିବାହିତ ଥିଲେ। ସେମାନଙ୍କର ଏହି ସମ୍ପର୍କକୁ ଅନେକ ଲୋକ ବିରୋଧ କରୁଥିଲେ। ଘଟଣା ୨୧ ନଭେମ୍ବରର ବୋଲି କୁହାଯାଉଛି।

ସିସିଟିଭିରେ କଏଦ ହୋଇଥିବା ଘଟଣା ମୁତାବକ, ଜଣେ ବ୍ୟକ୍ତି ବୁର୍କାରେ ବସିଥିବା ମହିଳାଙ୍କୁ ଚାପୁଡ଼ା ମାରୁଥିବାର ଦେଖାଯାଉଛି। ଏହାପରେ ମହିଳାଙ୍କ ପ୍ରେମିକଙ୍କୁ ଅଭିଯୁକ୍ତମାନେ ବାଡ଼ି ଓ ଠେଙ୍ଗାରେ ଖୁବ୍‌ ପିଟୁଛନ୍ତି ଏବଂ ଶେଷରେ ତାଙ୍କୁ ପିଟି ପିଟି ମାରି ବି ଦେଉଛନ୍ତି। ତେବେ ଏହି ଅଭିଯୁକ୍ତମାନଙ୍କ ମଧ୍ୟରୁ କେହି ନା ମହିଳାଙ୍କୁ ଜାଣିଛନ୍ତି ନା ତାଙ୍କର କେହି ପରିବାର ସଦସ୍ୟ। ସେମାନେ ମହିଳାଙ୍କ ସାମ୍ନାରେ ତାଙ୍କ ପ୍ରେମିକଙ୍କୁ ପିଟି ପିଟି ଲହୁଲୁହାଣ କରି ପକାଇଥିଲେ। ଘଟଣା ପରେ ପୀଡ଼ିତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯାହାପରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।

ନାନ୍ଦେଡ ପୋଲିସ କହିଛି କି, ମହିଳାଙ୍କ ସହିତ ଅନୈତିକ ସମ୍ବନ୍ଧ ଯୋଗୁ ଅଭିଯୁକ୍ତମାନେ ଏକ ପାର୍କରୁ ସ୍ୱପ୍ନିଲଙ୍କୁ ଉଠାଇ ଆଣିଥିଲେ। ଏହାପରେ ତାଙ୍କ ସହିତ ମାରପିଟ କରିଥିଲେ, ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ମୁତାବକ, ସ୍ୱପ୍ନିଲଙ୍କ ବାପାଙ୍କ ପକ୍ଷରୁ ଏ ନେଇ ଅଭିଯୋଗ କରାଯାଇଛି, ଯାହାକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିବା ସହ ସିସିଟିଭି ଆଧାରରେ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.