ନୂଆଦିଲ୍ଲୀ: ଦେଶର ବହୁ ସ୍ଥାନରେ ବର୍ତ୍ତମାନ ବର୍ଷା ଜାରି ରହିଛି । ଏହି ବର୍ଷା ଦିନେ ବିଶେଷ କରି ପାହାଡିଆ ଅଞ୍ଚଳ ମାନଙ୍କରେ ବର୍ଷା କାରଣରୁ ମାଟି ଧସିବା କିମ୍ବା ପାହାଡ ଖଣ୍ଡ ଧସିବା ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ଏହି ପରିପେକ୍ଷୀରେ ସିକ୍କିମରେ ରିସିଖୋଲାର ନୟାବଜାର ଲେଗାସିପ୍ ରୋଡରେ ଏକ ବଡ ଅଘଟଣ ହେବାରୁ କିଛି ମାତ୍ରାରେ ବର୍ତ୍ତି ଯାଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ଏଠାରେ ପ୍ରବଳ ବର୍ଷା ହେଉଥିବା ସମୟରେ ଏକ ଟ୍ରକ୍ ଅଧା ବାଟରେ ଫସି ରହିଥିଲା । ସେହି ସମୟରେ ପାହାଡରୁ ଏକ ବଡ ଅଂଶ ହଠାତ୍ ଧସି ପଡିଥିଲା । ଯାହାଫଳରେ ଉକ୍ତ ଅଂଶଟି ସିଧା ଟ୍ରକ୍ ରେ ଆସି ମାଡ ହୋଇଥିଲା । ଯାହାଫଳରେ ଟ୍ରକଟି ଘାଇ ଭିତରକୁ ଖସି ପଡିଥିଲା। ଯାହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇ କିଛି ସମୟ ପାଇଁ ରହିଯାଇଥିଲେ। ଏହି ଘଟଣାରେ କୌଣସି ଲୋକଙ୍କର କିଛି କ୍ଷୟକ୍ଷତି ହେବା ନେଇ ସୂଚନା ମିଳିନଥିବା ବେଳେ ଉକ୍ତ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଦେଖନ୍ତୁ ଏହି ଭିଡିଓ:
#WATCH Sikkim: A huge boulder falls on a tractor, in a landslide on Nayabazar-Legship road near Reshikhola. No injuries or casualties have been reported. The road is blocked. pic.twitter.com/k7u8POG6aH
— ANI (@ANI) July 28, 2019
ଏହାସହ ପଢନ୍ତୁ : ଗଭୀର ରିପୋର୍ଟିଂ, ଲାଇଭ୍ ଦେବା ପାଇଁ ବଢି ପାଣିରେ ବେକ ଯାଏ ବୁଡିଲେ ପାକିସ୍ତାନୀ ରିପୋର୍ଟର
ଅନ୍ୟପଟେ ରବିବାର ଜମ୍ମୁ କଶ୍ମୀରରେ ପ୍ରବଳ ବର୍ଷା କାରଣରୁ ଅମରନାଥ ଯାତ୍ରାକୁ ପ୍ରଶାସନ ଦ୍ବାରା ସ୍ଥଗିତ ରଖାଯାଇଛି। ପାଖାପାଖି ୩୦ କିମି ଲମ୍ବା ଜମ୍ମୁ-ଶ୍ରୀନଗର ରାଜମାର୍ଗରେ ରହି ରହି ବର୍ଷା ହେବାରେ ଲାଗିଛି ।