ଇସ୍ରାଏଲ୍ ହମାସ୍ ଯୁଦ୍ଧରେ ଜଣେ ସାମ୍ବାଦିକ ମୃତ, ଅନ୍ୟ ୬ ଆହତ
ଦକ୍ଷିଣ ଲେବନାନରେ ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ଆକ୍ରମଣ ବେଳେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ୬ ଜଣ ମଧ୍ୟ ଆହତ ହୋଇଛନ୍ତି । ଇସ୍ରାଏଲ୍ ଆକ୍ରମଣରେ ନିହତ ହୋଇଥିବା ଏହି ସାମ୍ବାଦିକ ଜଣକ ନ୍ୟୁଜ୍ ଏଜେନ୍ସି ରୟଟର୍ସର ଭିଡିଓଗ୍ରାଫର ଥିଲେ । ମୃତକଙ୍କ ନାମ ଇସାମ ଅବଦଲ୍ଲା ବୋଲି ଜଣାପଡିଛି ।
ଖବର ସଂଗ୍ରହ ବେଳେ ଚାଲିଗଲା ସାମ୍ବାଦିକଙ୍କ ଜୀବନ । ଦକ୍ଷିଣ ଲେବନାନରେ ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ଆକ୍ରମଣ ବେଳେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ୬ ଜଣ ମଧ୍ୟ ଆହତ ହୋଇଛନ୍ତି । ଇସ୍ରାଏଲ୍ ଆକ୍ରମଣରେ ନିହତ ହୋଇଥିବା ଏହି ସାମ୍ବାଦିକ ଜଣକ ନ୍ୟୁଜ୍ ଏଜେନ୍ସି ରୟଟର୍ସର ଭିଡିଓଗ୍ରାଫର ଥିଲେ । ରିପୋର୍ଟ ଅନୁସାରେ, ରୟଟର୍ସର ସାମ୍ବାଦିକ ଦକ୍ଷିଣ ଲେବନାନ ସୀମାବର୍ତ୍ତୀ ଅଞ୍ଚଳର ଯୁଦ୍ଧ ସମ୍ପର୍କିତ ଖବର ସଂଗ୍ରହ କରୁଥିଲେ । ମୃତକଙ୍କ ନାମ ଇସାମ ଅବଦଲ୍ଲା ବୋଲି ଜଣାପଡିଛି । ସେ ଦକ୍ଷିଣ ଲେବନାନରେ ରୟଟର୍ସ ଟିମ୍ର ସଦସ୍ୟ ଥିଲେ, ଯିଏ ଲାଇଭ୍ ଫୁଟେଜ ପଠାଉଥିଲେ ।
ଆକ୍ରମଣରେ ଆହତ ଅନ୍ୟ ୬ ଜଣ ସାମ୍ବାଦିକଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଏହା ଅତ୍ୟନ୍ତ ଦୁଃଖଦାୟକ ଖବର ବୋଲି ରୟଟର୍ସ ପକ୍ଷରୁ କୁହାଯାଇଛି । ଇସ୍ରାଏଲ୍ ସେନାର ଗୁଳିରେ ରୟଟର୍ସର ଆଉ ଦୁଇ ସାମ୍ବାଦିକ ଥେୟର ଅଲ ସୁଡାନି ଏବଂ ମେହେର ନହାଜ ଆହତ ହୋଇଛନ୍ତି । ଏହି ଯୁଦ୍ଧରେ କତରର ଅଲ ଜଜୀରା ଟିଭିର ଦୁଇ ସାମ୍ବାଦିକ ଏଲି ବରଖାୟା ଓ କେରମନ ଜୋଉଖଦାର ମଧ୍ୟ ଆହତ ହୋଇଛନ୍ତି । ଲେବନାନ ଏବଂ ଇସ୍ରାଏଲ ସୀମାରେ ଥିବା ଆଇଡିଏଫ୍ ଓ ହିଜବୁଲ୍ଲାହ ମଧ୍ୟରେ ହେଉଥିବା ଗୁଳିକାଣ୍ଡରେ ଏହି ସାମ୍ବାଦିକମାନେ ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ, ଅକ୍ଟୋବର ୭ରେ ହମାସ୍ ଇସ୍ରାଏଲ୍ ଉପରେ ଆକ୍ରମଣ କରିଥିଲା । ହମାସ୍ ମାତ୍ର ୨୦ ମିନିଟ୍ରେ ଇସ୍ରାଏଲ୍ ଉପରେ ୫ ହଜାର ରକେଟ୍ ଛାଡିଥିଲା । ବର୍ତ୍ତମାନ ଇସ୍ରାଏଲ୍ ହମାସ୍ ଉପରେ ଜଳ, ସ୍ଥଳ ଏବଂ ଆକାଶମାର୍ଗରୁ ଆକ୍ରମଣ ଜାରି ରଖିଛି ।