ମେକ୍ସିକୋରେ ବଡ଼ଧରଣର ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୮

କେନ୍ୟୁଜ୍(ବ୍ୟୁରୋ): ପୁଣି ଦୋହଲିଲା ମେକ୍ସିକୋ । ମେକ୍ସିକୋରେ ବଡ଼ଧରଣର ଭୂମିକଂପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରହିଛି । ଏଥିରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ଭୂମିକମ୍ପ ଯୋଗୁ ଲୋକମାନେ ଭୟଭୀତ ହୋଇପ଼ଡିଥିଲେ । ଘର ଛାଡ଼ି ବାହାରକୁ ପଳାଇଥିଲେ ।

ପୂର୍ବରୁ ଗତ ୨୦ ତାରିଖରେ ମେକ୍ସିକୋରେ ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ଏତେ ଜୋରରେ ଝଟକା ଅନୁଭୂତ ହୋଇଥିଲା ଯେ ଲୋକ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ । ଗୃହପାଳିତ ପଶୁ ବି ଏଣେତେଣେ ଦୌଡ଼ିବାକୁ ଲାଗୁଥିବା ଦେଖିବାକୁ ମିଳିଛି । ମିଚୋଆକାନ୍‌ ସୀମା ଭୂକମ୍ପର କେନ୍ଦ୍ରସ୍ଥଳ । ସପ୍ତାହକ ମଧ୍ୟରେ ଏହା ମେକ୍ସିକୋରେ ଦ୍ୱିତୀୟ ଶକ୍ତିଶାଳୀ ଭୂମିକମ୍ପ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.