ଦେଶ ବିଦେଶ

ଭଗବାନ ଶିବଙ୍କୁ ଅର୍ପଣ ହୋଇଥିଲା ଲେମ୍ବୁ , ନିଲାମ ଦାମ୍‌ ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ

ଶ୍ରଦ୍ଧାଳୁଙ୍କ ଭକ୍ତି ଓ ବିଶ୍ୱାସ ଆଗରେ ଟଙ୍କା ବି ତୁଚ୍ଛ ହୋଇଯାଏ । ମନ୍ଦିରରେ ଅର୍ପଣ କରାଯାଇଥିବା ଭୋଗ ହେଉ କି ଅନ୍ୟ କିଛି ଜିନିଷ ହେଉ, ଲୋକମାନେ ଏହି ଜିନିଷକୁ ହଜାର ଟଙ୍କାରେ କିଣିଥାନ୍ତି । କାହିଁକି ନା ଭକ୍ତମାନଙ୍କର ବିଶ୍ୱାସ ଥାଏ ଭଗବାନଙ୍କ ପାଖରେ ଲାଗିଥିବା ଜିନିଷ ତାଙ୍କ ଘରେ ସୁଖ ସମୃଦ୍ଧି ଆଣିଦେବ । ତେବେ ତାମିଲନାଡୁର ଇରୋଡ ଠାରୁ ୩୫ କିଲୋମିଟର ଦୂରରେ ଥିବା ଶିବଗିରି ଗାଁର ଏକ ମନ୍ଦିରରେ ଅର୍ପଣ କରାଯାଇଥିଲା ଏକ ଲେମ୍ବୁ । ଯାହାକୁ ଭକ୍ତଙ୍କ ଆଗରେ ନିଲାମ କରାଯାଇଥିଲା । ନିଲାମ ହୋଇଥିବା ଲେମ୍ବୁର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ । କାହିଁକି ନା ଏହି ଲେମ୍ବୁ ୫ ଶହ କି ହଜାରେ ନୁହେଁ ୩୫ ହଜାର ଟଙ୍କାରେ ଏହି ଲେମ୍ବୁ ନିଲାମ କରାଯାଇଛି । ଶୁକ୍ରବାର ମାର୍ଚ୍ଚ ୮ ତାରିଖ ରାତିରେ ପଝାପୁସିୟନ ମନ୍ଦିରରେ ମହାଶିବରାତ୍ରୀ ଧୁମଧାମରେ ପାଳନ କରାଯାଇଥିଲା । ଏହି ପର୍ବରେ ଭଗବାନ ଶିବଙ୍କୁ ଲେମ୍ବୁ ଅର୍ପଣ କରାଯାଇଥିଲା । ଲେମ୍ବୁ ସହ ଭଗବାନଙ୍କୁ ଅନ୍ୟାନ୍ୟ ଫଳ ମଧ୍ୟ ଅର୍ପଣ କରାଯାଇଥିଲା ଯାହାକୁ ନିଲାମ କରାଯାଇଛି ।

ମନ୍ଦିରର ଅଧିକାରୀମାନେ କହିଛନ୍ତି ଯେ ଏହା ମନ୍ଦିରର ଏକ ପୁରୁଣା ପରମ୍ପରା। ଏଥର ନିଲାମରେ ୧୫ ଜଣ ଭକ୍ତ ଅଂଶଗ୍ରହଣ କରିଥିଲେ। ନିଲାମ ପରେ ଇରୋଡ଼ର ଜଣେ ଭକ୍ତ ଏହି ଲେମ୍ବୁକୁ ୩୫ ହଜାର ଟଙ୍କାରେ କିଣିଥିଲେ । ଏଠାରେ କହି ରଖିବାକୁ ଚାହିଁବୁ ଯେ ଏଭଳି ପ୍ରଥମ ଥର ହୋଇନାହିଁ ପୂର୍ବରୁ ମଧ୍ୟ ସମାନ ଭାବେ ନିଲାମ ହୋଇଛି । ୨୦୧୯ରେ ଭିଲୁପୁରମ୍ ନିକଟସ୍ଥ ରଥିନାଭେଲ୍ ମୁରୁଗନ୍ ମନ୍ଦିରରେ ୯ ଟି ଲେମ୍ବୁ ୧.୦୩ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ।

ଏହି ଲେମ୍ବୁ କାହିଁକି ସ୍ୱତନ୍ତ୍ର ଥିଲା ?
ପଝାପୁସିଆନ୍ ମନ୍ଦିରର ପୁରୋହିତମାନେ ନିଲାମ କରିଥିବା ଲେମ୍ବୁକୁ ଭଗବାନ ଶିବଙ୍କ ଆଗରେ ରଖିଥିଲେ । ଏହା ପରେ ଏକ ଛୋଟ ପୂଜା କରାଯାଇଥିଲା । ଏହା ପରେ ଭକ୍ତଙ୍କ ଉପସ୍ଥିତିରେ ନିଲାମରେ ସର୍ବାଧିକ ଟଙ୍କା ଲଗାଇଥିବା ବ୍ୟକ୍ତିଙ୍କୁ ଏହି ଲେମ୍ବୁ ଦିଆଯାଇଥିଲା । ବିଶ୍ୱାସ କରାଯାଏ ଯେ ଯିଏ ଅଧିକ ଟଙ୍କା ଲଗାଇବାରେ ସଫଳ ହୁଏ ଏବଂ ଲେମ୍ବୁ ଗ୍ରହଣ କରେ ସେ ଆଗାମୀ ବର୍ଷରେ ଧନ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଶୀର୍ବାଦ ପ୍ରାପ୍ତ ହୁଏ ।

ଥିରୁଭନ୍ୟାନଲୁରର ବାଲାଥଣ୍ଡୁାୟୁଥପାନୀ ମନ୍ଦିରରେ ଇଷ୍ଟ ଦେବତା ମୁରୁଗାଙ୍କ ବର୍ଚ୍ଛାରେ ଲଗା ଯାଇଥିବା ଲେମ୍ବୁକୁ ନିଲାମ କରିବାର ପରମ୍ପରା ରହିଛି । ପର୍ବର ପ୍ରଥମ ୯ ଦିନରେ ପ୍ରତିଦିନ ଏକ ଲେମ୍ବୁ ଅର୍ପଣ କରାଯାଏ । ଏହା ପରେ ଶେଷ ଦିନରେ ଏହି ଲେମ୍ବୁ ଗୁଡ଼ିକ ନିଲାମ କରାଯାଇଥାଏ । ୨୦୧୬ରେ ଏହି ମନ୍ଦିରରେ ପ୍ରଥମ ଦିନରେ ନିଲାମ ହୋଇଥିବା ଲେମ୍ବୁର ମୂଲ୍ୟ ୩୯ ହଜାର ଟଙ୍କା ଥିଲା।

ଭକ୍ତଙ୍କ ବିଶ୍ୱାସ ଥାଏ ଏହି ଲେମ୍ବୁକୁ ଘରକୁ ଆଣିଲେ ଘରେ ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଯାଏ । ତେଣୁ ଏହି ଲେମ୍ବୁକୁ ଏତେ ଅଧିକ ଟଙ୍କାରେ ଲୋକମାନେ କିଣିଥାନ୍ତି ।

Subhalaxmi Das

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

34 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

49 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago