ଫଟୋଶୁଟ୍ କରୁଥିଲେ ମଡେଲ, ହଠାତ୍ ଚିତା କଲା ଭୟଙ୍କର ଆକ୍ରମଣ

ଫଟୋଶୁଟ୍ ପାଇଁ ଆଜିକାଲି କୌଣସି ବି ସ୍ଥାନ ଛାଡୁନାହାନ୍ତି ଫଟୋଗ୍ରାଫର। ନଦୀ, ନାଳ, ଜଙ୍ଗଲ ଇତ୍ଯାଦି ଯେଉଁଠି ପାରୁଛନ୍ତି ସେଠାରେ ଫଟୋଶୁଟ୍ ପାଇଁ ଲାଗିପଡୁଛନ୍ତି। ଆଉ ମଡେଲ ଫଟୋଶୁଟ କଥା କହିବା ତ ଏହା ସଂପୂର୍ଣ୍ଣ ଭିନ୍ନ। କିନ୍ତୁ ବେଳେ ବେଳେ ଏହି ଫଟୋଶୁଟ୍ ସମୟରେ ଏମିତି କିଛି ଘଟଣା ଘଟିଯାଏ, ଯାହା ଭାବିବା କଳ୍ପନା ବାହାରେ ରହିଥାଏ।

ଜର୍ମାନୀରେ ଏକ ଫଟୋଶୁଟ୍ ସମୟରେ ଯାହା ଘଟିଲା, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ଯ ହେବେ ନିଶ୍ଚିତ। ଯେଉଁ ସମୟରେ ୩୬ ବର୍ଷର ଜଣେ ମଡେଲ ଫଟୋଶୁଟ୍ କରୁଥିଲେ, ସେହି ସମୟରେ ତାଙ୍କ ଉପରକୁ ଏକ ଚିତାବାଘ ଆକ୍ରମଣ କରିଥିଲା,ଫଳରେ ମଡେଲ ଜଣକ ଗୁରୁତର ଭାବେ ଆହତ ହୋଇଥିଲେ।

ସୂଚନା ମୁତାବକ, ପୀଡିତା ମଡେଲ ଜଣକ ନାମ ଜେସିକା ଲିଡଲ୍ଫ। ମଡେଲ ଜଣକ ପୂର୍ବ ଜର୍ମାନୀର ଏକ ପଶୁ ଆଶ୍ରମ ସ୍ଥଳରେ ଫଟୋଶୁଟ୍ ପାଇଁ ଦୁଇ ଚିତାବାଘ ରହୁଥିବା ସ୍ଥାନକୁ ପସିଯାଇଥିଲେ। ଏହି ସମୟରେ ଚିତାବାଘ ଆକ୍ରମଣ କରିଥିଲା। ଚିତାବାଘ ଲଗାତାର ମଡେଲଙ୍କ ଗାଲ, କାନ, ମୁଣ୍ଡକୁ ଆକ୍ରମଣ କରିଥିଲା। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସିପଟାଲରେ ଭର୍ତ୍ତି କରାଯାଇଥିଲା।