ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବ ଲଘୁଚାପ, ୨୫ରେ ବାତ୍ୟାରେ ହେବ ପରିଣତ

ଆସୁଛି ବାତ୍ୟା ଫେଙ୍ଗାଲ! । ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସୃଷ୍ଟି ହେବ ଲଘୁଚାପ । ଆଇଏମଡିର ପୂର୍ବାନୁମାନ ଅନୁସାରେ ଭାରତ ମହାସାଗର ନିକଟ ସୁମିତ୍ରା ଦ୍ବୀପ ଓ ଦକ୍ଷିଣ ଆଣ୍ଡାମାନ ସାଗର ନିକଟରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । କାଲି ଅବପାତରେ ପରିଣତ ହେବ । ଏହା ୨୫ ତାରିଖରେ ଡିପ ଡିପ୍ରେସନ କିମ୍ବା ବାତ୍ୟାରେ ପରିଣତ ରୂପ ନେବାର ସମ୍ଭାବନା ରହିଛି । ବାତ୍ୟା ସୃଷ୍ଟି ହେଲେ ଏହାର ନାଁ ରହିବ ଫେଙ୍ଗାଲ । ୨୭ ତାରିଖରେ ତାମିଲନାଡୁ ଉପକୂଳ ଛୁଇଁପାରେ।
ଏପଟେ NCEP GFS ମଡେଲ କହୁଛି ଆସନ୍ତା ୨୫ ସୁଦ୍ଧା ଭୀଷଣ ବାତ୍ୟା ସମ୍ଭାବନା ରହିଛି । ତାମିଲନାଡୁ ଉପକୂଳ ଅତିକ୍ରମ କରିବା ପୂର୍ବରୁ ଦୁର୍ବଳ ହେବ । ପ୍ରଭାବରେ ନିକୋବର ଦ୍ବୀପରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଇଏମଡି । ଏପଟେ ବାତ୍ୟା ଆଶଙ୍କା ନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ୍ । ତାଙ୍କ ଆକଳନ ଅନୁସାରେ ଚଳିତ ସପ୍ତାହ ଶେଷ ଆଡ଼କୁର ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା କ୍ରମଶଃ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ । ଦକ୍ଷିଣ ଆନ୍ଧ୍ରପ୍ରଦେଶ, ତାମିଲନାଡୁ କିମ୍ବା ଶ୍ରୀଲଙ୍କାରେ ହିଟ କରିବ । ବାତ୍ୟା ପେଙ୍ଗାଲର ପ୍ରଭାବ ଶ୍ରୀଲଙ୍କା ସମେତ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିପାରେ । ତେବେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ ।