ଆଇଆଇଟି ବମ୍ବେରୁ ଏମ୍ ଟେକ୍ ଛାତ୍ର କିନ୍ତୁ ଚାକିରି କରିଛନ୍ତି ରେଲୱେ ବିଭାଗର ଟ୍ରାକ ମ୍ୟାନ, ଜାଣନ୍ତୁ କାରଣ..

ଜଣେ ଆଇଆଇଟି ବମ୍ବେର ଏମଟେକ ଛାତ୍ର କରିଛନ୍ତି ରେଲୱେ ବିଭାଗର ସବୁଠୁ ନିମ୍ନ ମାନର ଚାକିରି । ତାହା ହେଲା ଗ୍ରୁପ ଡି ବିଭାଗର ଟ୍ରାକ ମ୍ୟାନ ଚାକିରି । ତେବେ ସେ କାହିଁକି ଏମିତି ଚାକିରି କଲେ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ଅନୁଯାୟୀ ଏହି ଯୁବକ ହେଉଛନ୍ତି ବିହାର ରାଜ୍ୟର ପାଟଣା ଅଂଚଳର ଶବଚ୍ଚ କୁମାର । ସେ ୨୦୧୦ ମସିହାରେ ଆଇଆଇଟି ବମ୍ବେରେ ଇଞ୍ଜିନିୟରିଂ ରେ ବିଟେକ୍ ଏବଂ ୨୦୧୫ ମସିହାରେ ଏମଟେକ୍ ପାସ କରି ଶେଷରେ ରେଲୱେ ବିଭାଗର ଗୃପ-ଡି ରେ ଚାକିରି କରିଛନ୍ତି ।

ଏହାସହ ପଢନ୍ତୁ ଯଦି ଲାଞ୍ଚ ମାଗେ ଟ୍ରାଫିକ ପୋଲିସ ତାହେଲେ ହେବ ଏପରି…

ବର୍ତ୍ତମାନ ସେ ବିହାରର ଚନ୍ଦ୍ରାପୁରା ସ୍ଥିତ ଧନବାଡ ଷ୍ଟେସନରେ ପବ୍ଲିକ ୱାର୍କ ଇନସ୍ପେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି । ଏହି ଷ୍ଟେସନରେ ସବୁଠୁ ଉଚ୍ଚ ଶିକ୍ଷିତ ଥାଇ ମଧ୍ୟ ସବୁଠୁ ନିମ୍ନ ମାନର ଚାକିରି କରିଛନ୍ତି । ସେ ଚାହିଁଲେ ଉଚ୍ଚ ଶ୍ରେଣିର ଚାକିରି କରିପାରିବେ କିନ୍ତୁ ଏମିତି କରିବାର କାରଣ ପଚାରିବାରୁ ଶବଚ୍ଚ କୁମାର କୁହନ୍ତି, ଯେ ତାଙ୍କର ଛୋଟ ବେଳୁ ସ୍ୱପ୍ନ ଥିଲା ଯେ ସେ ସରକାରୀ ଚାକିରୀ କରିବେ କିନ୍ତୁ ଆଇଆଇଟି ବମ୍ବେରୁ ଇଞ୍ଜିନିୟରିଂରେ ଏମଟେକ ପାସ କରିବା ପରେ ସରକାରୀ ଚାକିରି ନମିଳିବାରୁ ସେ ରେଲୱେର ଗୃପ୍-ଡି ପାଇଁ ପରୀକ୍ଷା ଦେଇଥିଲେ ଏବଂ ଏହି ଚାକିରି ପାଇଥିଲେ । ତେବେ ଆଗାମୀ ଦିନରେ ସେ ଜଣେ ଭଲ ଉଚ୍ଚସ୍ତରୀୟ ସରକାରୀ ଅଫିସର ହେବେ ବୋଲି ଆଶା ରଖିଛନ୍ତି ।