ରାଞ୍ଚି(କେନ୍ୟୁଜ୍) : ଝାରଖଣ୍ଡର ରାଜଧାନୀ ରାଞ୍ଚିରେ ଏକ ବଡ ଧରଣର ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏନଏଚ୍ ୩୩ରେ ଏକ ହାଇୱା ଏବଂ ଇନୋଭା ମଧ୍ୟରେ ସାମ୍ନା ସାମ୍ନି ଧକ୍କା ହେବାଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ରାଞ୍ଚିର ଘାଟି ଇଲାକାର କୁଜୁ ଠାରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ତେବେ ସବୁଠାରୁ ବଡ ଦୁଃଖର କଥା ମୃତ୍ୟୁବରଣ କରିଥିବା ୧୦ ଜଣ ଗୋଟିଏ ପରିବାରର । ଏହି ଦୁର୍ଘଟଣାରେ ଗାଡିରେ ଥିବା ସଭଁଙ୍କର ଅକାଳ ମୃତ୍ୟୁ ଘଟିଛି । ରାଞ୍ଚିର ହଟିୟା ରେଲୱେ କଲୋନୀରେ ରହୁଥିବା ଏହି ମୃତକ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ରେଲୱେ କର୍ମଚାରୀ, ତାଙ୍କର ଜଣେ ପୁଅ,ଦୁଇଟି ଝିଅ ,ଦୁଇ ଜ୍ବାଇଁ ତଥା ତିନି ନାତୀ ନାତୁଣୀଙ୍କ ଏବଂ ଡ୍ରାଇଭର ରହିଛନ୍ତି ।
କୁହାଯାଉଛି କି ପଟନା ଏନଏଚ୍ ୩୩ରେ କୁଜୁ ଘାଟି ନିକଟରେ ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି । ଇନୋଭାରେ ଆସୁଥିବା ପରିବାର ବିର ବକ୍ସରର କଟିକନାର ଗାଁରେ ଛୁଆର ମୁଣ୍ଡନ କରି ଫେରୁଥିଲେ । ତେବେ ହାଇୱା ସହିତ ଇନୋଭାର ଏତେ ଯୋରରେ ଧକ୍କା ହୋଇଥିଲା କି ଇନୋଭାର ଇଞ୍ଜିନ୍ ଉଡିଯାଇଥିଲା । ତେବେ ଦୁର୍ଘଟଣାସ୍ଥଳରେ ପୋଲିସ୍ ପହଁଚି ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହକୁ ଉଦ୍ଧାର କରି ଛଟମାଣ୍ଡୁ ସ୍ଥିତ ସଦର ହସ୍ପଟାଲକୁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି ।