ନେପାଳରେ ବଡ଼ଧରଣର ଭୂକମ୍ପ, ୩୬ରୁ ଅଧିକ ଜଣଙ୍କ ମୃତ୍ୟୁ

ନେପାଳରେ ବଡ଼ଧରଣର ଭୂକମ୍ପ ହୋଇଛି ।  ଏଥିରେ ୩୬ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଛି । ଭୂକମ୍ପର ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୭.୧ । ନେପାଳର ଲୋବୁଚେ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ।

ସୂଚନା ଅନୁଯାୟୀ ଭାରତୀୟ ସମୟ ସକାଳ ୬ଟା ୩୫ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ପ୍ରଭାବ ଉତ୍ତର ଭାରତରେ ଅନୁଭୂତ ହୋଇଛି । ଦିଲ୍ଲୀ, ବିହାର, ଆସାମ ଓ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଦେଖାଯାଇଛି। ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଭୟଭୀତ ହୋଇପଡିଥିଲେ ।  ନିଜ ଘରୁ ବାହାରକୁ ଚାଲିଥିଲେ। ଭୂକମ୍ପ ପରେ ବାରମ୍ବାର ଝଟକା ଅନୁଭୂତ ହୋଇଥିିଲା ।

କୁହାଯାଉଛି ଯେ ଭାରତ ସହିତ ନେପାଳ ଏବଂ ତିବ୍ଦତରେ ମଧ୍ୟ ଭୂକମ୍ପ ଘଟିଛି ।  ନେପାଳ ଏବଂ ତିବ୍ଦତରେ ୭.୧ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି ।  ଏହି ଭୂକମ୍ପ ବହୁତ ଶକ୍ତିଶାଳୀ ଥିଲା ।  ତିବ୍ଦତରେ ଏହି ଭୂକମ୍ପର ଗଭୀରତା ୧୦ କିଲୋମିଟର ଥିଲା ।  ୨୦୧୫ରେ ନେପାଳରେ ବଡ଼ ଧରଣର ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ରହିଥିଲା ୮.୧ ।  ଏଥିରେ ୮ହଜାର ୯୬୨ ଲୋକଙ୍କ ମୃତ୍ୟୁ ହୋଇଥିଲା । ଆହତ ହୋଇଥିଲେ ୨୧ହଜାରରୁ ଅଧିକ।