ଦେଖନ୍ତୁ, ଲକ୍‌ଡାଉନ ପରେ କେରଳର ଏକ ଶୂନ୍‌ଶାନ୍‌ ରାସ୍ତାରେ କିଏ କ୍ରସ କରୁଛି ଜେବ୍ରା କ୍ରସିଂ

କରୋନା ପାଇଁ ସାରା ଦେଶରେ ଲକ୍‌ ଡାଉନ୍‌ ଜାରି ରହିଥିବା ବେଳେ ସବୁଠି ରାସ୍ତା ଘାଟ ଶୂନ୍‌ଶାନ୍‌ । କେଉଁଠି କେବଳ ପୋଲିସମାନେ କାଁ ଭାଁ ରହି ଲକ୍‌ଡାଉନ ବ୍ୟବସ୍ଥାର ତଦାରଖ କରୁଛନ୍ତି । ଶୂନଶାନ୍‌ ଅଞ୍ଚଳର ସୁଯୋଗ ଦେଖି ଏକ ହେଟା ବାଘ ଚାଲି ଆସିଛି ସହର ମଝିକୁ ।

କେରଳର କୋଜିକୋଡ୍‌ରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ । ଏହି ଘଟଣାରେ ସେଠାକାର ଜଙ୍ଗଲ ବିଭାଗ କର୍ମଚାରୀମାନେ କହିଛନ୍ତି ଯେ ବେଳେ ବେଳେ ସହରକୁ ଏମିତି ଜୀବ ପଶିଆସନ୍ତି । ତେବେ କେରଳ ଓ କର୍ଣ୍ଣାଟକରେ ଏଭଳି ଜୀବ ବେଳେ ବେଳେ ଜନଗହଳୀକୁ ପଶି ଆସନ୍ତି ।

ମାତ୍ର ଏବେ ଲକ୍‌ଡାଉନ୍‌ ବେଳେ ନିର୍ଜନତା ଦେଖି ସହରକୁ ଭିତରକୁ ଏଭଳି ଜୀବ ପଶି ଆସିବା ସ୍ୱାଭାବିକ ଘଟଣା । ଏଥିରେ ଭୟଭୀତ ହେବାର କିଛି କାରଣ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.