ଖବର ପାଇ ରାସ୍ତାରେ ପହଞ୍ଚିଲେ ଆମ୍ବୁଲାନ୍ସ ଡ୍ରାଇଭର, ନିଜ ପୁଅକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖି ଉଡ଼ିଗଲା ହୋସ

କେନ୍ୟୁଜ୍‌ : ମାଲେସିଆରେ ଏମିତି ଏକ ଘଟଣା ଘଟିଛି  ଯାହା ଆପଣଙ୍କ ଛାତି ଥରାଇ ଦେବ । ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଏକ ସଡ଼କ ଦୁର୍ଘଟଣାର ଖବର ଆସିଲା,ସେ ପହଞ୍ଚିଲା ବେଳକୁ ସେଠାରେ ତାଙ୍କର ପୁଅର ଦୁର୍ଘଟଣା ହୋଇଥିଲା ଆଉ ମୃତ ପୁଅର ଶବ ପଡ଼ିଥିଲା ।  ରିପୋର୍ଟ ଅନୁସାରେ ଜଣେ ୪୯ ବର୍ଷୀୟ ବ୍ୟକ୍ତି ମହମ୍ମଦ ଇସ୍ମାଇଲ ଆମ୍ବୁଲାନ୍ସରେ ସୁଙ୍ଗଇ ଟଙ୍ଗ୍‌ ହେଲ୍‌ଥ କ୍ଲିନିକ ପାଇଁ କାମ କରନ୍ତି । ଗତ ୬ ନଭେମ୍ବରରେ ପାଖା ପାଖି ଅପରାହ୍ନ ୪.୩୦ ମିନିଟ୍‌ରେ ତାଙ୍କୁ ଗୋଟେ ସଡ଼କ ଦ୍ରୁଘଟଣା ପାଇଁ କଲ ଆସିଥିଲା । କଲ୍‌ଟି ପୁରା ଏମରଜେନ୍ସି ଥିବାରୁ ସେ ତୁରନ୍ତ ଯାଇ ପହଞ୍ଚିଥିଲେ । ସେ ସେଠାରୁ ପହଞ୍ଚୁ ପହଞ୍ଚୁ ତାଙ୍କର ପୁଅର ବାଇକ୍‌କୁ ଦେଖି ଚିହ୍ନି ପାରିଥିଲେ । ଆଉ ତା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ସେ ୨୧ ବର୍ଷ ହେଲାଣି ଆମ୍ବୁଲାନ୍ସ ଚାଳକ ଭାବରେ କାମ କଲେଣି କିନ୍ତୁ ତାଙ୍କ ସହିତ ଏମିତି କେବେ ହୋଇ ନ ଥିଲା । ଏହା ଥିଲା ତାଙ୍କର ପ୍ରଥମ ଘଟଣା ଯେ ତାଙ୍କ ଘରର ସଦସ୍ୟ ପୁଣି ନିଜ ପୁଅ ପାଇଁ ଆସିଥିଲେ । ତା ପରେ ସେ କହିଥିଲେ ଘଟଣା ସ୍ଥଳରେ ପୁଅର ଏହି ଅବସ୍ଥା ଦେଖି ମୋତେ ଯାହା ଦୁଃଖ ହେଲା ତାହା ଆହ୍ଲା ହିଁ ଜାଣନ୍ତି ।

ଆମ୍ବୁଲାନ୍ସ ଚାଳକଙ୍କର ପୁଅ ମୁହମ୍ମଦ ଏମାନର ଦ୍ରୁଘଟଣା ଏକ ଲରୀ ସହିତ ହୋଇଥିଲା । ସୂଚନା ଅନୁସାରେ ଏମାନ କୁଆଲା ନେରସରୁ ସୁଙ୍ଗଇ ଟଙ୍ଗ୍‌ ନିଜ ଘରକୁ ଯାଉଥିଲା ବେଳେ ଏକ ତେଲ କାରଖାନା ପାଖରେ ଦୁର୍ଘଟଣା ଘଟିଥିଲା । ପୋଲିସ ସୁପରଟେଣ୍ଡେଣ୍ଟ ଆଫନ୍ଦି ହୁନେସ କହିଛନ୍ତି ଏମାନ୍‌ଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି । ହୁସେନ ଆହୁରି ମଧ୍ୟ କହିଛନ୍ତି ଏମାନ ନିଜର ହୋଣ୍ଡା ଏକ୍ସ-୫ ବାଇକ୍‌ରେ ଯାଉଥିବା ବେଳେ ସେ ଅନ୍ୟ ଏକ ଗାଡ଼ିକୁ ଅତିକ୍ରମ କରିବାକୁ ଚାହୁଁଥିଲେ ।

ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଲରୀ ସହିତ ଧକ୍କା ହୋଇଥିଲା ।ଏହି ଘଟଣାରେ ଲରୀ ଡ୍ରାଇଭର ଆହତ ହୋଇନାହଁନ୍ତି । ରିପୋର୍ଟ ଅନୁସାରେ ପୋଲିସ ଅସାବଧାନତା ଏବଂ ବିପଦପୂର୍ଣ୍ଣ ଗାଡ଼ି ଚାଳନା ପାଇଁ ମୃତ୍ୟୁ ହୋଇଥିବା ଏବଂ ସଡ଼କ ଅଧିନିୟମର ଧାରା ୪୧(୧)ରେ ମାମଲା ରୁଜୁ କରିଛି । ଏହି ୨୧ ବର୍ଷୀୟ ଯୁବକ ତମନ ତମାଦାନ ଇସ୍ଲାମ ଲେଣ୍ଡସ୍କେପ ୟୁନିଟରେ ମାତ୍ର ୫ ମାସ ହେଲା କାମ କରୁଥିଲେ ।  ରିପୋର୍ଟରେ କୁହାଯାଇଛି,ସାଧାରଣତଃ ଏମାନ ଘରୁ ଖାଇବା ନେଇ ଆସନ୍ତି କିନ୍ତୁ ଗତ କାଲି ସେ ଘରେ ରାତ୍ରି ଭୋଜନ ନିଜ ଘରେ କରିବେ ବୋଲି ଚାହୁଁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.