ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ଟାଇଫିଂ ସ୍ପିଡ୍ ବହୁତ ଅଧିକ ରହିଥାଏ । ଆପଣ ବି କେବେ ନା କେବେ ଟାଇପିଂ କରିଥିବେ । ଅଫିସରେ କାମ କରୁଥିବା କର୍ମଚାରୀଙ୍କ ଟାଇପିଂ ବି ସ୍ପିଡ ଥାଏ । ସମସ୍ତେ ନିଜ ଆଙ୍ଗୁଳିରେ ଟାଇପିଂରେ ସ୍ପିଡ ଦେଖାଉଥିବା ବେଳେ ଜଣେ ବ୍ୟକ୍ତି ନାକରେ ଟାଇପିଂ କରି ରେକର୍ଡ କରିଛନ୍ତି । ସାଧାରଣତଃ ଟାଇପିଂ ସ୍ପିଡ୍ ପ୍ରତି ମିନିଟରେ ୪୦ଟି ଶବ୍ଦ ରହିଥାଏ । କିନ୍ତୁ ଜଣେ ଭାରତୀୟ ବ୍ୟକ୍ତି ନାକ ଦ୍ୱାରା ଟାଇପ୍ କରି ରେକର୍ଡ ହାସଲ କରିଛନ୍ତି । ତେବେ ବ୍ୟକ୍ତିଙ୍କ ନାକରେ ଟାଇପିଂ କରିବାର ଭିଡିଓ ଗିନିଜ୍ ଓ୍ଵାର୍ଲ୍ଡ ରେକର୍ଡର ଟ୍ଵିଟର ଆକାଉଣ୍ଟରେ ସେୟାର କରାଯାଇଛି ।
କହି ରଖିବାକୁ ଚାହିଁବୁ ବ୍ୟକ୍ତି ଜଣଙ୍କ ଫାଷ୍ଟ ଟାଇପିଂ କରି ନିଜେ ନିଜର ରେକର୍ଡକୁ ଦୁଇଥର ଭାଙ୍ଗିଛନ୍ତି । ବ୍ୟକ୍ତିଙ୍କ ନାମରେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଦୁଇ ଥର ରେକର୍ଡ ଅଛି । ଏବେ ପୁଣି ଥରେ ଅର୍ଥାତ ତୃତୀୟ ଥର ପାଇଁ ସେ ନିଜର ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି । ବ୍ୟକ୍ତିଙ୍କ ନାମ ବିନୋଦ କୁମାର ଚୌଧୁରୀ ଏବଂ ତାଙ୍କ ବୟସ ୪୪ ବର୍ଷ ବୋଲି ଜଣାପଡ଼ିଛି ।
ଗିନିଜ ୱାର୍ଲ୍ଡ ରେକର୍ଡ ଅନୁଯାୟୀ ୪୪ ବର୍ଷୀୟ ବିନୋଦ କୁମାର ଚୌଧରୀ ସମାନ କ୍ୟାଟାଗୋରୀରେ ତିନିଥର ଏଣ୍ଟର କରିଥିଲେ। ସେ ୨୦୨୩ ରେ ପ୍ରଥମ ଥର ପାଇଁ ୨୭.୮୦ ସେକେଣ୍ଡରେ ନାକରେ ଟାଇପିଂ କରି ଗିନିଜ୍ ଓ୍ଵାର୍ଲ୍ଡ ରେକର୍ଡରେ ନିଜ ନାଁକୁ ସାମିଲ କରିଥିଲେ । ସେହି ବର୍ଷ ସେ ୨୬.୭୩ ସେକେଣ୍ଡରେ ଟାଇପିଂ କରି ଦ୍ୱିତୀୟ ଥର ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡ ଭାଙ୍ଗିଥିଲେ । ତେବେ ଏଥର ପୁଣି ଥରେ ବିନୋଦ ମାତ୍ର ୨୫.୬୬ ସେକେଣ୍ଡରେ ନାକରେ ଫାଷ୍ଟ ଟାଇପିଂ କରି ଏହି ରେକର୍ଡରେ ନିଜ ନାଁକୁ ସାମିଲ କରିଛନ୍ତି ।
ଗିନିଜ୍ ଓ୍ଵାର୍ଲ୍ଡ ରେକର୍ଡ ବ୍ୟକ୍ତିଙ୍କର ଏହି ଭିଡିଓକୁ ଟ୍ଵିଟରରେ ସେୟାର କରାଯାଇଛି । ସେୟାର ହୋଇଥିବା ଏହି କ୍ଲିପ୍ରେ ଆପଣମାନେ ବ୍ୟକ୍ତିଙ୍କୁ ନାକରେ ଟାଇପ୍ କରୁଥିବା ଦେଖିବାକୁ ପାଇବେ । ତାଙ୍କର ଫାଷ୍ଟ ଟାଇପିଂ ଭିଡିଓ ଦେଖିବା ପରେ ୟୁଜରମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । କାରଣ ସେ ନିର୍ଭୁଲ ଭାବେ ଇଂରାଜୀର ବର୍ଣ୍ଣମାଳାକୁ ଟାଇପ କରିଥିଲେ । ତେବେ ଗିନିଜ୍ ଓ୍ଵାର୍ଲ୍ଡ ରେକର୍ଡରେ ତୃତୀୟ ଥର ପାଇଁ ସ୍ଥାନ ପାଇବା ପରେ ବିନୋଦ ଖୁସି ଥିବା ଦେଖାଯାଇଛି । ବିନୋଦଙ୍କ କହିବା ଅନୁସାରେ ତାଙ୍କ କାମ ହେଉଛି ଟାଇପିଂ କରିବା ତେଣୁ ସେ ଏଥିରେ ବିଶ୍ୱ ରେକର୍ଡ କରିବା ପାଇଁ ଚିନ୍ତା କରିଥିଲେ ଏବଂ ଶେଷରେ ଏହି ଟାଇପିଂ ଦକ୍ଷତାକୁ ନେଇ ସଫଳତା ପାଇଛନ୍ତି ।