୨୫ ହଜାର ଟଙ୍କା ଚାଲାଣ କଟାଯିବା ପରେ ଏପରି କାଣ୍ଡ କଲେ ବାଇକ୍ ଚାଳକ, ଦେଖନ୍ତୁ ଏହି ଭିଡିଓ
ନୂଆଦିଲ୍ଲୀ: ଦେଶରେ ନୂଆ ମୋଟର ଭେହିକିଲ୍ ଆକ୍ଟ ଲାଗୁ ହେବାପରେ ଟ୍ରଫିକ୍ ନିୟମ ଭାଙ୍ଗିବା ବାଲାଙ୍କ ଉପରେ ମୋଟା ରକମର ଜରିମାନା ଲଗାଯାଉଛି । ଜରିମନା ଏତେ ଅଧିକ ଦେବାକୁ ପଡୁଛି କି ଗାଡିର ମୂଲ୍ୟ ତାଆଗରେ କମ୍ ପଡିଯାଉଛି । ଯାହାଫଳରେ ଲୋକମାନଙ୍କ ଭିତରେ ଏକ ପ୍ରକାରର ଭୟର ବାତାବରଣ ଖେଳିଯାଇଛି । ଯାହାଫଳରେ କିଛି ଲୋକ ଚାଲାଣରୁ ବଞ୍ଚିବା ପାଇଁ ନିଜର ଦୁଇ ଚକିଆ ଗାଡିକୁ ଚାଲି ଚାଲି ସଡକରେ ନେଉଥିବାର ଦେଖିବାକୁ ମିଳୁଛି ତ, ଅନ୍ୟପଟେ କିଛି ବ୍ୟକ୍ତି ପୋଲିସ୍ ନିଟରରେ କାକୁତି ମିନତି ହେଉଥିବାର ଦେଖିବାକୁ ମିଳୁଛି ।
ଏହାସହ ପଢନ୍ତୁ:
୪୦ହଜାରରୁ ଅଧିକ ଫଲୋର୍ସ ଥିବା ଏହି ଟିକଟକ ଷ୍ଟାର ବାସ୍ତବିକ ଜୀବନରେ ଜଣେ ଲୁଟେରା, ଯାହାକୁ ଗିରଫ କରିଛି ଗ୍ରେଟର ନଏଡା…
ଏସବୁ ଭିତରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆଜ୍ଞା ହଁ ଦିଲ୍ଲୀର ମାଲବୀୟ ନଗର ଅଞ୍ଚଳରେ ଏହି ଘଟଣା ଘଟିଛି । ଯେତେବେଳେ କିଛି ଟ୍ରାଫିକ୍ ପୋଲିସ୍ କର୍ମୀମାନେ ଗାଡି ଚାଳକ ମାନଙ୍କୁ ଚେକିଙ୍ଗ କରୁଥିଲେ । ସେହିସମୟରେ ଜଣେ ବାଇକ୍ ଚାଳକ ମଦ ନିଶାରେ ଥିବା ସମୟରେ ଧରାପଡିଲେ । ଯାହାପରେ ଟ୍ରାଫିକ୍ ପୋଲିସ୍ ଉକ୍ତ ଚାଳକଙ୍କ ଉପରେ ୨୫ହଜାର ଟଙ୍କାର ଚାଲାଣ କାଟିଲେ ।
ରାକେଶ ନାମକ ଉକ୍ତ ଗାଡି ଚାଳକ ଜଣଙ୍କ ଚାଲାଣକୁ ଦେଖି ଏପରି ଭାବେ ରାଗି ଯାଇଥିଲେ କି ନିଜ ବାଇକ୍ ଟାଙ୍କିରୁ ପେଟ୍ରୋଲ କାଢି ଗାଡିରେ ନିଆଁ ଲଗାଇ ଦେଇଥିଲେ । ଯାହାକୁ ଦେଖି ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏସବୁ ଘଟଣା ଘଟିବା ପରେ ସ୍ଥାନୀୟ ପୋଲିସ୍ ସହିତ ଫାୟାର ବ୍ରିଗେଡ ଟିମକୁ ଏନେଇ ଖବର ଦିଆଯାଇଥିଲା । କିନ୍ତୁ ସେମାନେ ପହଁଚିବାବେଳେୁ ବାଇକଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିଲା ।
ଦେଖନ୍ତୁ ଏହି ଭିଡିଓ:
Delhi: A man allegedly set his bike on fire today after Delhi traffic police issued a challan to him for violating traffic rules, in Sheikh Sarai area. According to the police, he was in an inebriated condition. pic.twitter.com/hfHH7Gc6Lc
— ANI (@ANI) September 5, 2019
Video courtesy: ANI