ଗୋଇଠା, ବିଧା, କରେଣ୍ଟ ଦେଇ ମରିଦେଲା ପୋଲିସ, ଶୁଣିଲେ ଆପଣଙ୍କର ମଧ୍ୟ ରକ୍ତ ଗରମ ହୋଇଯିବ, ଜାଣନ୍ତୁ ପୂରା ଘଟଣା

ଉତ୍ତରପ୍ରଦେଶ: ପଚରା ଉଚରା କରିବାକୁ ଯାଇ ବ୍ୟକ୍ତିଙ୍କ ଉପରେ ଅକଥନୀୟ ଅତ୍ୟାଚାର କଲା ପୋଲିସ। ତାହା ପୁଣି ଜଣେ ମହିଳାଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ। ଗୋଇଠା, ମୁଥ,ଲାଠି ଇତ୍ୟାଦି ଦେଇ ଯନ୍ତ୍ରଣା ଦେଲା  ପୋଲିସ। ଏତିକିରେ ମନ ଶାନ୍ତ ପଡିନଥିଲା ପୋଲିସ କର୍ମଚାରୀଙ୍କର। ଶେଷରେ ସ୍କୃ ଡ୍ରାଇଭରରେ କେଞ୍ଚି କେଞ୍ଚି କ୍ଷତାକ୍ତ କରୁଥିଲା ସେହି ବ୍ୟକ୍ତିକୁ ଆଉ ମଝିରେ ମଝିରେ କରେଣ୍ଟର ଲଗାଇ ଝଟକା ମଧ୍ୟ ଦେଉଥିଲେ। ଏସବୁ କରିବାର କେବଳ ଗୋଟିଏ ଉଦ୍ଦେଶ୍ୟ ଥିଲା ଥାର୍ଡ ଡିଗ୍ରୀ କରି ବ୍ୟକ୍ତିଙ୍କ ଠାରୁ ତାଙ୍କ ସ୍ତ୍ରୀ ହତ୍ୟାର ରହସ୍ୟ ପଦକୁ ଆଣିବା ।  କିଛି କ୍ଷଣ ପାଇଁ ପୋଲିସ କର୍ମଚାରୀମାନେ ମଣିଷରୁ ରାକ୍ଷସ ପାଲଟି ଯାଇଥିଲେ ତାହା ପୁଣି  କେବଳ ସତ ଜାଣିବା ପାଇଁ। ଯେଉଁଥିପାଇଁ ଅକାରଣରେ ହାଜତରେ ମୃତ୍ୟୁ ବରଣ କରିଥିଲେ । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ ହାପୁଡ଼ ଜିଲ୍ଲାରେ।

ଏହାସହ ପଢନ୍ତୁ: ୭୫ ବର୍ଷରେ ମା’ ହେଲେ ବୃଦ୍ଧା, ଛଅ ମାସର ଗର୍ଭବତୀଙ୍କୁ ଡାକ୍ତର କରାଇଲେ ପ୍ରସବ

ଗତ ୧୩ ଅକ୍ଟୋବର ରବିବାର ଦିନ ପ୍ରଦୀପ ତେମାର ନାମକ ଏକ ବ୍ୟକ୍ତିଙ୍କର ହାଜତରେ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା।  ଯାହାର ୪ ଦିନ ପରେ ମୃତକଙ୍କ ପରିବାର ପକ୍ଷରୁ ଥାନା କର୍ମଚାରୀଙ୍କ ବିରୋଧରେ କେସ କରାଯାଇଛି।  ସୂଚନା ମୁତାବକ ଏଫଆଇଆରରେ ଡିଏସପି ହାପୁଡ ସନ୍ତୋଷ କୁମାର, ଏସଏଚଓ ପିଲଖୁଆ ଯୋଗେଶ ବାଲିୟନ ଓ  ସବ ଇନ୍ସପେକ୍ଟର ଅଜବ ସିଂହ ହାଜତ ଭିତରେ ପ୍ରଦୀପଙ୍କୁ ମାରିଦେଇଥିବାର ଉଲ୍ଲେଖ ରହିଛି। ଅନ୍ୟ ୪ ଜଣ ପୋଲିସ କର୍ମଚାରୀ ମଧ୍ୟ ଏଥିରେ ସାମିଲ ଥିବାର ଜଣା ପଡିଛି।

ପ୍ରଦୀପଙ୍କ ପୁଅ କହିଲା ସବୁ ଦେଖିଥିବା କଥା

ପ୍ରଦୀପଙ୍କ  ପୁଅକୁ ପ୍ରଥମେ ଏକ ଚିପ୍ସ ପ୍ୟାକେଟ ଧରାଇ ଦେଇ ଥାନା ବାହାରେ ବସାଇଦେଲେ ପୋଲିସ କର୍ମଚାରୀମାନ। ପରେ ହାଜତ ଭିତରେ ଆରମ୍ଭ  କରିଦେଇଥିଲେ  ଥାର୍ଡ ଡିଗ୍ରୀ କାର୍ଯ୍ୟକ୍ରମ। ପ୍ରଦୀପ ତୋମାରଙ୍କ ପୁଅ ନିଜ ଅଖିରେ ଦେଖିଥିଲେ ବାପାଙ୍କ ଦିଆ ଯାଉଥିବା ପ୍ରତିଟି ଅକଥନୀୟ ଦଣ୍ଡର ଦୃଶ୍ୟ । କେବଳ ସେତିକି ନୁହେଁ ପ୍ରଦୀପଙ୍କ ମୁହଁରେ ପୋଲିସ କର୍ମଚାରୀମାନେ ବନ୍ଧୁକ ରଖି ତାଙ୍କୁ ଅତ୍ୟାଚର ବିଷୟରେ କାହାକୁ ନକହିବା ପାଇଁ କହୁଥିଲେ। ଯାହାକୁ ଦେଖିଥିଲା ପ୍ରଦୀପଙ୍କ ପୁଅ।   ପୋଲିସ ଦେଉଥିବା ସବୁ ଥାର୍ଡ ଡିଗ୍ରୀକୁ ଗୋଟି ଗୋଟି କରି ବଖାଣିଥିଲା ଘରେ । ଯାହା ଫଳରେ ପ୍ରଦୀପଙ୍କ ଭାଇ ସଇତାନ ପୋଲିସଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।

ଏହାସହ ପଢନ୍ତୁ:ଚାର୍ଜର ସହିତ ଖେଳୁଥିଲା ଶିଶୁ, ଅଚାନକ ଲାଗିଲା ଝଟକା ! ତାପରେ ମା’ ଯେତେ ବୁକୁ ଫଟାଇ କାନ୍ଦିଲେ ବି ଶୁଣିଲା ନାହିଁ ପିଲା

ରବିବାର ଦିନ ପୋଲିସ ପ୍ରଥମେ ପ୍ରଦୀପଙ୍କ ଭାଇ ତେଜପାଲକୁ ଲକି କୁପନ ଦେବା ବାହାନାରେ ବାହାରର ଏକ ଯାଗାକୁ ଡକାଇଥିଲେ। ତେଜପାଲ ନିଜ ପତ୍ନୀ ସହ ପୋଲିସ ଡକାଇଥିବା ଯାଗାରେ ପହଞ୍ଚିଥିଲେ। ତେଜପାଲ ସେଠାରେ ପହଞ୍ଚିବା ପରେ ପୋଲିସ ତାଙ୍କୁ କାବୁ କରିନେଇଥିଲା। ତେଜପାଲଙ୍କୁ ଅଟକ ରଖି ତାଙ୍କ ଭାଇକୁ ଡକାଇବା ପାଇଁ ବାଧ୍ୟ କରିଥିଲେ। ତେଜପାଲ ମଧ୍ୟ  ପୋଲିସଙ୍କ କଥା ଶୁଣି ଗାଡି ଖରାପ ବାହାନାରେ ପ୍ରଦୀପଙ୍କୁ ଏକ ନିଛାଟିଆ ଯାଗାକୁ ଡକାଇଥିଲେ । ଯେଉଁଠାରେ ପୂର୍ବ ପ୍ରସ୍ତୁତିକ୍ରମେ ପୋଲିସ କର୍ମଚାରୀମାନେ ଲୁଚିକି ଥିଲେ। ପ୍ରଦୀପ ନିଜ ଛୋଟ ପୁଅ ସହିତ ତେଜପାଲ ଡକାଇଥିବା ଯାଗାରେ ପହଞ୍ଚିବା କ୍ଷଣେ ପୋଲିସ ପ୍ରଦୀପଙ୍କୁ ଧରି ଥାନାକୁ ଆଣିଥିଲେ।  ପରେ ଥାନାରେ ତାଙ୍କୁ କର୍ମଚାରୀମାନଙ୍କ ଦ୍ବାରା ଆମନବୀୟ ଅତ୍ୟାଚାର କରାଯାଇଥିଲା।