୫ ବର୍ଷ ହେଲାଣି ଭର୍ଜିନ୍‌ ଝିଅ ଖୋଜୁଛନ୍ତି ଏହି ବ୍ୟକ୍ତି! ସର୍ତ୍ତ ଶୁଣି ଭୟ କରିଯାଉଛନ୍ତି ଯୁବତୀ

ବର୍ତ୍ତମାନର ଆଧୁନିକ ଯୁଗରେ ପ୍ରାୟତଃ ଅଧିକାଂଶ ଯୁବପିଢ଼ି ବିବାହ ପୂର୍ବରୁ ରିଲେସନ୍‌ସିପ୍‌ରେ ରହୁଛନ୍ତି। ମନକୁ ବୁଝିବା ଭଳି ସାଥୀଟିଏ ମିଳିଗଲେ ସମସ୍ତେ ତାକୁ ନିଜର କରିବାକୁ ଆଗେଇ ଆସନ୍ତି। ଏଭଳି ସ୍ଥିତିରେ ବର୍ତ୍ତମାନ ଭଲ ପାର୍ଟନରଟିଏ ମିଳିବା ଖୁବ୍‌ କଷ୍ଟକର। କିନ୍ତୁ ଏବେ ବି ଏମିତି କିଛି ଲୋକ ଅଛନ୍ତି, ଯେଉଁମାନଙ୍କୁ ସୁନ୍ଦର, ସୁଶୀଳା ତଥା ସିଙ୍ଗଲ ଝିଅ ଦରକାର। ଯାହାର ପୂର୍ବରୁ କେହି ବୟଫ୍ରେଣ୍ଡ୍‌ ବା ରିଲେସନ୍‌ ନ ଥିବ। ଏବେ ସେଭଳି ଜଣେ ମହିଳାଙ୍କୁ ଖୋଜୁଛନ୍ତି ୪୧ ବର୍ଷୀୟ ଡାନିଏଲ୍‌। ଏହି ସମ୍ବନ୍ଧୀୟ ଏକ ପୋଷ୍ଟ ଯୋଗୁ ଏବେ ଚର୍ଚ୍ଚାରେ ରହିଛନ୍ତି ଏହି ଯୁବକ।

ଡାନିଏଲ ଜଣେ ପ୍ରଫେସନାଲ ବୋର୍ଡ ଗେମିଂ ଡିଜାଇନର। ସେ ସବୁ ବେଳେ ନିଜ କାମରେ ବ୍ୟସ୍ତ ରହିଥାନ୍ତି। ଏଣୁ ସେ ନିଜ ପାଇଁ ଜଣେ ଏମିତି ସାଥୀ ଚାହୁଁଛନ୍ତି, ଯିଏ ତାଙ୍କ ଭଳି ବୁଦ୍ଧିମତୀ ହୋଇଥିବ ଓ ଯାହାର ତାଙ୍କ ଭଳି ଅନୁଭବ ଥିବ। ତେବେ ଭଲ ପାର୍ଟନର ଖୋଜୁଥିବା ଡାନିଏଲ ନିଜ ସହ ମ୍ୟାଚ୍‌ କରିବା ଭଳି ପାର୍ଟନର ଚାହୁଁଥିବା ନେଇ ୨୦୧୬ ମସିହାରେ ନିଜ ୱେବ୍‌ସାଇଟ୍‌ରେ ଏକ ବିଜ୍ଞାପନ ଦେଇଥିଲେ। ଏହି ବିଜ୍ଞାପନରେ ସେ ଏମିତି କିଛି ଅଦ୍ଭୁତ ସର୍ତ୍ତ ରଖିଥିଲେ ଯେ ଯାହା ଆଜି ଯାଏଁ ପୂରଣ ହୋଇପାରିନାହିଁ। ଫଳ ସ୍ୱରୂପ ଆଜି ବି ଅବିବାହିତ ଅଛନ୍ତି ଡାନିଏଲ।

ବିଜ୍ଞାପନରେ ଡାନିଏଲ୍‌ ଲେଖିଥିଲେ, ମୁଁ ଡାନିଏଲ। ଏହା ଶୁଣିବାକୁ ଟିକେ ଅଦ୍ଭୁତ ଲାଗିପାରେ। କିନ୍ତୁ ସତ। ମୁଁ ଜଣେ ଏମିତି ପାର୍ଟନର ଖୋଜୁଛି, ଯାହାର ପୂର୍ବରୁ କେହି ବୟଫ୍ରେଣ୍ଡ୍‌ ନଥିବେ କିମ୍ବା ସେ କାହା ସହ ସେକ୍ସ କରିନଥିବେ। ସେଭଳି ଯଦି କେହି ଝିଅ ଅଛନ୍ତି ତେବେ ମୋତେ ଯୋଗାଯୋଗ କରନ୍ତୁ। ମୋ ସହ ଆପଣ ସୋସିଆଲ ମିଡିଆରେ ସମ୍ପର୍କ କରିପାରିବେ।

ତେବେ ଡାନିଏଲଙ୍କର ଏହି ପୋଷ୍ଟରେ ଲୋକମାନେ ଭିନ୍ନ ଭିନ୍ନ କମେଣ୍ଟ କରୁଥିବା ଦେଖାଯାଇଛି। ଜଣେ ବ୍ୟକ୍ତି ଲେଖିଛନ୍ତି, ତୁମେ ସିଧା ସିଧା କହୁନ ତୁମକୁ ଭର୍ଜିନ ଝିଅ ଦରକାର। ସେହିପରି ଆଉ ଜଣେ ଲେଖିଛନ୍ତି, ମୋତେ ଲାଗୁଛି ତୁମେ ଜଣେ ଭଲ ପିଲା ଡାନିଏଲ। ଭଗବାନ କରନ୍ତୁ ତୁମକୁ ଖୁବ୍‌ଶୀଘ୍ର ଭଲ ଜୀବନସାଥୀଟେ ମିଳୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.