ଯାଆଁଳା ଛୁଆଙ୍କୁ କାରରେ ଲକ୍‌ କରି ଭୁଲିଗଲେ ବାପା, ୮ ଘଣ୍ଟା ପରେ ଫେରି ଦେଖିଲେ ଏପରି ଦୃଶ୍ୟ

ଅଧିକରୁ ଅଧିକ ଲୋକ ନିଜର ଭୁଲାପଣକୁ ନେଇ ଚିନ୍ତିତ ରୁହନ୍ତି। ଏହିପରି ଜଣେ ବ୍ୟକ୍ତି, ଯିଏ ନିଜ ଭୁଲାପଣ ପାଇଁ ସାରା ଜୀବନ ହୁଏତ ନିଜକୁ କେବେ ବି କ୍ଷମା କରିପାରିବେ ନାହିଁ। ନ୍ୟୁୟର୍କର ଜୁଆନ ରୋଡ୍ରିଗୁଏଜ ନାମକ ଏହି ବ୍ୟକ୍ତି ଜଣକ ନିଜର ଯାଆଁଳା ଛୁଆଙ୍କୁ କାର୍‌ ଭିତରେ ଲକ୍‌ କରି ଭୁଲିଯାଇଥିଲେ, ଯାହାପରେ ଛୁଆ ଦୁଇଟିଙ୍କର ବନ୍ଦ କାର୍‌ ଭିତରେ ହିଁ ମୃତ୍ୟୁ ଘଟିଥିଲା।

child c

ଜୁଆନଙ୍କ ସ୍ତ୍ରୀ ମାରିସାଙ୍କ କହିବାନୁଯାୟୀ, ‘ମୁଁ ଏହି କ୍ଷତିକୁ କେବେ ବି ଭୁଲିପାରିବି ନାହିଁ। ଆଉ ଏହା ବି ଜାଣିଛି, ସେ ନିଜକୁ ଏହି ଭୁଲ୍‌ ପାଇଁ କେବେ କ୍ଷମା କରିପାରିବେ ନାହିଁ।’ ଯଦିଓ ମହିଳା ଜଣକ ନିଜ ବର୍ଷକର ଦୁଇ ଶିଶୁଙ୍କ ମୃତ୍ୟୁ ପରେ ସ୍ୱାମୀଙ୍କ ସାଥ୍‌ ଦେବାକୁ କହିଛନ୍ତି। ତେବେ ଅନ୍ୟପକ୍ଷରେ ଜୁଆନଙ୍କ ବିରୋଧରେ ପୋଲିସ ହତ୍ୟା ମାମଲା ରୁଜୁ କରିଛି।

ଏହାସହ ପଢ଼ନ୍ତୁ: ଜଣଙ୍କର ଆଖି ନାହିଁ ତ ଅନ୍ୟ ଜଣଙ୍କର ପାଦ ନାହିଁ ତଥାପି କରିଦେଖାଇଲେ କିଛି ଏପରି …

Capture

ସୂଚନା ମୁତାବକ, ଜୁଆନ ନିଜ ଛୁଆ ଦୁଇଟିଙ୍କୁ ସେଦିନ ଡେ-କେୟାରରେ ଛାଡ଼ିବା ପାଇଁ ଘରୁ କାରରେ ନେଇ ଆସିଥିଲେ। ହେଲେ ଡେ-କେୟାରରେ ଛାଡ଼ିବାକୁ ଭୁଲିଯାଇଥିଲେ। ଅଫିସ ଯିବା ବେଳେ ଛୁଆଙ୍କୁ କାର୍‌ ଭିତରେ ମଧ୍ୟ ଲକ୍‌ କରିଦେଇ ଭୁଲିଯାଇଥିଲେ ଏବଂ ଅଫିସ୍‌ ଚାଲି ଆସିଥିଲେ। ଆଉ ୮ ଘଣ୍ଟା ପରେ ଯେତେବେଳେ ଅଫିସରୁ ଫେରି ଦେଖିଲେ, ସେତେବେଳେ ଛୁଆଙ୍କର ମୃତ୍ୟୁ ଘଟିସାରିଥିଲା।

chi ch

ଜୁଆନ ଅପରାହ୍ନ ୪ଟାରେ ଅଫିସରୁ ଫେରିଥିଲେ ଏବଂ ପାଖାପାଖି ୧୦ ମିନିଟ୍‌ ଯାଏ କାର୍‌ ଚଲେଇ ଯାଇଥିଲେ। ହଠାତ୍‌ ତାଙ୍କ ନଜର ପଡ଼ିଲା ଯେ ପଛ ସିଟରେ ଛୁଆ ଅଛନ୍ତି ଓ ତାଙ୍କ ମୁହଁରୁ ଫେଣ ବାହାରୁଛି। ପଛ ସିଟରେ ନିଜ ଛୁଆଙ୍କୁ ଦେଖି ସେ ଜୋରରେ ପାଟି କରିବାକୁ ଲାଗିଲେ। ପାଟି ଶୁଣି ଲୋକେ ପୋଲିସକୁ ଖବର ଦେଇଥିଲେ। ଜୁଆନ ପୋଲିସକୁ କହିଥିଲେ,‘ମୋତେ ଲାଗିଲା ମୁଁ ଛୁଆମାନଙ୍କୁ ଡେ-କେୟାରରେ ଛାଡ଼ି ଦେଇଛି। ଏହାପରେ ମୁଁ ଅଫିସ ଚାଲିଯାଇଥିଲି। ଘଟଣା ଜାଣିବା ପରେ ପୂରା ଭାଙ୍ଗିପଡ଼ିଥିଲି। ମୋ ଛୁଆ ମରିଗଲେ। ମୁଁ ନିଜେ ଛୁଆଙ୍କୁ ମରିଦେଲି।’

ma mo

ସ୍ତ୍ରୀ ମାରିସା କହିଥିଲେ ଯେ ଏହା ବହୁତ ଭୟାବହ ଦୁର୍ଘଟଣା ଥିଲା। ଏହି ମୁସ୍କିଲ ସମୟରୁ ଉଦ୍ଧାର ପାଇଁ ମୋତେ ତାଙ୍କ ସାଥ୍‌ ଦେବା ବହୁତ ଜରୁରୀ। ମୁଁ କଳ୍ପନା ବି କରିପାରୁନି, ଏମିତି ଗୋଟିଏ ଦିନ ମୋତେ ଏତେ ବଡ଼ ଯନ୍ତ୍ରଣା ଭୋଗିବାକୁ ପଡ଼ିବ। ମୁଁ ଏବେ ବି ମୋ ସ୍ୱାମୀଙ୍କୁ ବହୁତ ଭଲ ପାଉଛି। ସେ ବହୁତ ଭଲ ମଣିଷ ଏବଂ ମହାନ୍‌ ବାପା ମଧ୍ୟ। ସେ କେବେ ବି ନିଜ ଛୁଆଙ୍କୁ ଜାଣିଶୁଣି କ୍ଷତି ପହଞ୍ଚାଇ ପାରିବେ ନାହିଁ।
ତେବେ କ୍ରିମିନାଲ କୋର୍ଟରେ ଜୁଆନ୍‌ ଜରିମାନା ଭରିବା ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା। ସେ କୋର୍ଟ ପରିସରରେ ସ୍ତ୍ରୀ ମାରିସାଙ୍କ କାନ୍ଧ ଉପରେ ମୁଣ୍ଡ ରଖି କାନ୍ଦୁଥିବାର ଦେଖାଯାଇଥିଲା। ସୋସିଆଲ ମିଡିଆରେ ଛୁଆଙ୍କ ସହ ଖେଳୁଥିବା ବେଳର ତାଙ୍କର କିଛି ଫଟୋ ରହିଛି। ବ୍ୟକ୍ତି ଜଣକ ନିଜ ଛୁଆଙ୍କୁ ହୋଣ୍ଡା ଏକୋର୍ଡ କାରରେ ୮ ଘଣ୍ଟା ପାଇଁ ଲକ୍‌ କରି ଭୁଲିଯାଇଥିଲେ। ସେତେବେଳେ ନ୍ୟୁୟର୍କ ସିଟିର ତାପମାତ୍ରା ଥିଲା ୩୨ଡିଗ୍ରୀ ସେଲସିୟସ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.