ଦେଶ ବିଦେଶ

ଶାଶୁକୁ ହତ୍ୟା କରିବା ପାଇଁ ବୋହୂକୁ ସୁପାରୀ ଦେଲା ଶ୍ୱଶୁର! ଦ୍ୱିତୀୟ ବିବାହ ନିଶା ଉଜାଡ଼ି ଦେଲା ସଂସାର

ମଧ୍ୟ ପ୍ରଦେଶର ରେଓ୍ଵା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ହତ୍ୟା ପାଇଁ ବୋହୂକୁ ସୁପାରି ଦେଇଛନ୍ତି। ଏବେ ଏହି ଘଟଣାରେ ପୋଲିସ ୨୫ ବର୍ଷୀୟା ବୋହୂ କାଞ୍ଚନ ଓ ୫୧ ବର୍ଷୀୟ ଶ୍ୱଶୁର ବାଲ୍ମୀକି କୋଲଙ୍କୁ ଗିରଫ କରିଛି।

ପୋଲିସ ସୂଚନା ମୁତାବକ, ବାଲ୍ମୀକି କୋଲ ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ନିଜ ସ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ବୋହୂ କାଞ୍ଚନଙ୍କୁ ୪,୦୦୦ ଟଙ୍କାରେ ସୁପାରୀ ଦେଇଥିଲେ। ହତ୍ୟା ମାମଲାର ତଦନ୍ତ କରୁଥିବା ଅଧିକାରୀଙ୍କ କହିବା ହେଲା, ଶାଶୁ, ବୋହୂଙ୍କ ସମ୍ପର୍କ ଭଲ ନ ଥିଲା, ଯେଉଁ କାରଣରୁ ବାଲ୍ମୀକି ଏହାର ଫାଇଦା ଉଠାଇ ଥିଲେ।

ଅଭିଯୁକ୍ତ ବାଲ୍ମୀକିଙ୍କ ପରିବାର ରେଓ୍ଵା ଜିଲ୍ଲା ମୁଖ୍ୟାଳୟରୁ ପାଖାପାଖି ୪୦ କିଲୋମିଟର ଦୂର ଏକ ଗାଁରେ ରୁହନ୍ତି। ୧୨ ଜୁଲାଇରେ ୫୦ ବର୍ଷୀୟା ସରୋଜଙ୍କ ମୃତଦେହ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଘର ଭିତରୁ ମିଳିଥିଲା। ଯେତେ ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା, ତ ସନ୍ଦେହ କରିଥିଲା ଯେ ଏଥିରେ କେହି ବାହାର ଲୋକ ନୁହଁନ୍ତି, ବରଂ ଘର ଲୋକ ହିଁ ସମ୍ପୃକ୍ତ ଅଛନ୍ତି। ଏହା ପରେ ପୋଲିସ ପଚରାଉଚରା ଆରମ୍ଭ କରି ଦେଇଥିଲା।

ପୋଲିସର କହିବା ହେଲା, ପଚରାଉଚରା ବେଳେ ବୋହୂ କାଞ୍ଚନ ଭୟଭୀତ ହୋଇ କାନ୍ଦି ପକାଇଥିଲେ। ସେ କହିଥିଲେ, ତାଙ୍କ ଶାଶୁଙ୍କ ସହିତ ତାଙ୍କର ଅଧିକାଂଶ ସମୟ ଝଗଡ଼ା ଲାଗି ରହୁଥିଲା। ୧୨ ଜୁଲାଇରେ ସେ ଶାଶୁଙ୍କ ଉପରେ ଲୁହା ରଡ୍‌ରେ ମରଣାନ୍ତକ ଆକ୍ରମଣ କରିଥିଲେ। ଯେତେ ବେଳେ ସେ ବେହୋସ୍‌ ହୋଇ ଯାଇଥିଲେ, ସେହି ସମୟରେ ସେ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟି ଦେଇଥିଲେ। କାଞ୍ଚନ କହିଥିଲେ କି, ତାଙ୍କ ଶ୍ୱଶୁର ତାଙ୍କୁ ସେହି ଧାରୁଆ ଅସ୍ତ୍ର ଦେଇଥିଲେ।

ସ୍ଥାନୀୟ ଏଏସ୍‌ଆଇ କହିଛନ୍ତି, ଘଟଣା ପରେ ବାଲ୍ମୀକି ସତନା ଜିଲ୍ଲାର ମେହର ସ୍ଥିତ ଜଣେ ସମ୍ପର୍କୀୟଙ୍କ ଘରକୁ ଚାଲି ଯାଇଥିଲେ। ତାଙ୍କ ପୁଅ ତଥା କାଞ୍ଚନଙ୍କ ସ୍ୱାମୀ ଉତ୍ତର ପ୍ରଦେଶର ମେରଠରେ ଶ୍ରମିକ ରୂପେ କାମ କରୁଛନ୍ତି। ଏଏସ୍‌ଆଇଙ୍କ ସୂଚନା ମୁତାବକ, ବାଲ୍ମୀକି ଅଧିକ ପଇସା ଲୋଭ ଦେଖାଇ ବୋହୂ କାଞ୍ଚନଙ୍କୁ ୪,୦୦୦ ଟଙ୍କା ସୁପାରୀ ଆକାରରେ ଦେଇଥିଲେ।

ତେବେ ବାଲ୍ମୀକି ପୂର୍ବରୁ ଡାକ ବିଭାଗରେ କାର୍ଯ୍ୟ କରୁଥିଲେ। କିନ୍ତୁ କିଛି ବର୍ଷ ତଳେ ଟଙ୍କା ଆତ୍ମସାତ ଅଭିଯୋଗରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରି ଦିଆଯାଇଥିଲା।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago