ଦୁଇ ନିରୀହ ପିଲାଙ୍କୁ ଧରି ବିଲ୍ଡିଂରୁ କୁଦିପଡ଼ିଲେ ହତାଶ ସ୍ୱାମୀ, ଜୀବନ ହାରିବା ପୂର୍ବରୁ ପତ୍ନୀଙ୍କୁ ପଠାଇଥିଲେ ଏହି ଦୁଃଖଦ ଫଟୋ

ରୁଷର ଜଣେ ବ୍ୟକ୍ତି ନିଜର ଦୁଇ ପିଲାଙ୍କୁ ଧରି ଏକ ୯ତାଲା ବିଲ୍ଡିଂରୁ ତଳକୁ ଡେଇଁ ପଡ଼ିଛନ୍ତି। ଫଳରେ ୩ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ହେଲେ ୩୦ ବର୍ଷୀୟ ରୋମନ୍‌ ମିଖଇଲୋବ୍‌। ସେ ରୁଷର ସାରାତୋବ୍‌ରେ ରହୁଥିଲେ। ସେହଦିନ ତାଙ୍କ ପତ୍ନୀ ତିନ୍‌ ତଲାକ୍‌ ପାଇଁ ଫାଇଲ୍‌ କରିବାକୁ ଯାଇଥିଲେ, ଯେଉଁଥିରେ ହତାଶ ହୋଇ ରୋମନ୍‌ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ। ତେବେ ବିଲ୍ଡିଂରୁ କୁଦିବା ପୂର୍ବରୁ ରୋମନ୍‌ ପ୍ରଥମେ ନିଜର ଏବଂ ଦୁଇ ପିଲାଙ୍କର ଫଟୋ ଉଠାଇ ତାହାକୁ ପତ୍ନୀ ଇରିନାଙ୍କୁ ପଠାଇଥିଲେ। ଏହାପରେ ସେ ପିଲାଙ୍କୁ ଧରି ବାଲ୍‌କୋନିରୁ ଡେଇଁ ଆତ୍ମହତ୍ୟା କରିଥିଲେ।

arina1

ସେପଟେ ଫଟୋ ଦେଖିବା ପରେ ଇରିନା ତୁରନ୍ତ ଟ୍ୟାକ୍ସି ଧରି ଘର ଆଡ଼କୁ ଧାଇଁଥିଲେ। ହେଲେ ସେତେବେଳକୁ ବହୁତ ଡେରି ହୋଇସାରିଥିଲା। ରୋମନ୍‌ ଏବଂ ତାଙ୍କ ୧୮ ମାସର ଶିଶୁପୁତ୍ରର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆଉ ୪ ବର୍ଷର ଝିଅ ସୋଫିଆ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ।

arina4

ଗଣମାଧ୍ୟମର ଖବର ମୁତାବକ, ରେଲେଓ୍ଵରେ କାମ କରୁଥିବା ରୋମନ୍‌ଙ୍କ ପତ୍ନୀଙ୍କର ଅନ୍ୟ ଜଣେ ପୁରୁଷ ସହିତ ଖରାପ ସମ୍ପର୍କ ଥିଲା, ଯାହାକୁ ନେଇ ସେ ସବୁବେଳେ ଦୁଃଖି ରହୁଥିଲେ। ଆଉ ତାଙ୍କୁ ଜଣାଥିଲା ଯେ ଇରିନା ତାଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି। ପତ୍ନୀଙ୍କର ଏଭଳି ଧୋକାକୁ ରୋମନ୍‌ ସହିପାରି ନ ଥିଲେ, ଯାହାଫଳରେ ପିଲାଙ୍କୁ ଧରି ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ।

arina3

ଇରିନା ଯେତେବେଳେ ତଲାକ୍‌ ପାଇଁ ଓକିଲଙ୍କ ଅଫିସରେ ପହଞ୍ଚିଥିଲେ। ଏପଟେ ରୋମନ୍‌ ତୁରନ୍ତ ଦୁଇ ପିଲାଙ୍କୁ ଧରି ବିଲ୍ଡିଂର ବାଲ୍‌କୋନିକୁ ଚାଲିଯାଇଥିଲେ। ସେଠାରେ ସେ ଫଟୋ ଉଠାଇଥିଲେ। ଆଉ ଏହାପରେ ତଳକୁ କୁଦି ପଡ଼ିଥିଲେ।

ଏହାସହ ପଢ଼ନ୍ତୁ: ଜଳଖିଆରୁ ବାହାରିଲା ଚୁଟି, ସ୍ତ୍ରୀକୁ ଲଣ୍ଡା କରିଦେଲେ ସ୍ୱାମୀ, ଏବେ ହୋଇପାରେ ୧୪ ବର୍ଷ ଜେଲ୍‌

arina2

ତଦନ୍ତ ସମୟରେ ପୋଲିସକୁ ଏକ ସୁଇସାଇଡାଲ୍‌ ନୋଟ୍‌ ମିଳିଥିଲା, ଯେଉଁଥିରେ ଲେଖା ହୋଇଥିଲା, ‘ସବୁ ଦୋଷ ମୋ ପତ୍ନୀଙ୍କର’। ତେବେ ପଡ଼ୋଶୀମାନଙ୍କ କହିବା ହେଲା, ଏହି ପରିବାର ବହୁତ ଖୁସିରେ ରହୁଥିଲେ। କେବେ ବି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଆମେ ଝଗଡ଼ା ଦେଖିବାକୁ ପାଇନାହୁଁ। ଏପଟେ ସ୍ୱାମୀ ଏବଂ ପିଲାମାନଙ୍କର ମୃତ୍ୟୁରେ ଇରିନା ଗଭୀର ଆଘାତ ପାଇଛନ୍ତି।

Leave A Reply

Your email address will not be published.