ସୁରକ୍ଷିତ ଅବତରଣ କଲା ବିମାନ । ମଝି ଆକାଶରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଯାଇଥିଲା । ସମ୍ଭାବ୍ୟ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଇନ୍ଧନ କମ କରିବାକୁ ଚକ୍କର କାଟୁଥିଲା ବିମାନ । ଲଗାତାର ୨ଘଣ୍ଟା ଚକ୍କର କାଟିବା ପରେ ସୁରକ୍ଷିତ ଭାବେ ଅବତରଣ କଲା । ବିମାନରେ ୧୪୦ ଯାତ୍ରୀ ରହିଥିଲେ । ଅବତରଣ ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।
ତାମିଲନାଡୁର ତିରୁ ଚିଲାପପଲ୍ଲୀ ବିମାନ ବନ୍ଦରରେ ଅବତରଣ କଲା ବିମାନ । ମଝି ଆକାଶରେ ବିମାନରେ ହାଇଡ୍ରୋଲିକ ତ୍ରୁଟି ଯୋଗୁ ଅବତରଣ କରିବାକୁ ପଡିଥିଲା । କେରଳର ତ୍ରିଚିରୁ ସାରଜାହା ଯାଉଥିବା ସମୟରେ ତ୍ରୁଟି ଦେଖିବାକୁ ମିଳିଥିଲା । ଫଳରେ ବିମାନର ଜରୁରୀ ଅବତରଣ ପାଇଁ ପ୍ରୟାସ ଚାଲିଥିଲା । ଅନ୍ୟପକ୍ଷରେ କୌଣସି ପ୍ରକାର ଅଘଟଣ ସମ୍ଭାବନାକୁ ନଜରରେ ରଖି ବିମାନ ବନ୍ଦରରେ ୨୦ରୁ ଅଧିକ ଆମ୍ବୁଲାନ୍ସ ଓ ୧୮ ଦମକଳ ଗାଡି ସଜାଗ ରଖାଯାଇଥିଲା ।