କେଦାରନାଥଙ୍କ ପାଖରେ ଥିବା ବରଫ ପାହାଡ ଧସିଲା, ସାମ୍ନାକୁ ଆସିଲା ଭୟଙ୍କର ଭିଡିଓ

ଉତ୍ତରାଖଣ୍ଡର ବାବା କୋଦରନାଥଙ୍କ ପାଖରେ ଥିବା ବରଫ ପାହାଡ ଖସିଛି। ଯାହାର ଭିଡିଓ ସାମ୍ନାକୁ ଆସିଛି। ତେବେ ପାହାଡ ଧସିବା ଯୋଗୁଁ ବାବା କେଦାରନାଥ ମନ୍ଦିରର କୌଣସି କ୍ଷତି ହୋଇନାହିଁ। ବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ କହିଛନ୍ତି, ହିମାଳୟ କ୍ଷେତ୍ରରେ ଆଜି ସକାଳେ ହିମସ୍ଖଳନ ହୋଇଛି। ଏଥିରେ କିନ୍ତୁ ମନ୍ଦିରର କୌଣସି କ୍ଷତି ହୋଇନାହିଁ। ତେବେ ଏହାକୁ ନେଇ ଯାତ୍ରୀ ଭୟଭୀତ ରହିଛନ୍ତି।

ତେବେ କେଦାରନାଥ ମନ୍ଦିର ପାଖରେ ବରଫ ପାହାଡ ଧସିବାର ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଦେଖିବାକୁ ମିଳିଛି କି, ବରଫ ପାହାଡ ଧସିବା ଯୋଗୁଁ ଚାରିଆଡେ ଧଳା ବାଦଲ ଭଳି ବରଫ ଘେରିଯାଇଛି। ଏହି ଘଟଣାରେ କେହି ଆହତ ହୋଇନାହାନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି।

ସୂଚନାଯୋଗ୍ୟ, ୨୧ ସେପ୍ଟେମ୍ବରକୁ କେଦାରନାଥ ହାଇେଓ୍ଵରେ ଭୂସ୍ଖଳନ ହୋଇଥିଲା। ଏହାଛଡା ବର୍ଷା ଯୋଗୁଁ ଚାରିଧାନ ଯାତ୍ରା ଉପରେ ପ୍ରଭାବ ପଡିଛି। ସେହିପରି ବୁଧବାର ସନ୍ଧ୍ୟାରେ କେଦାରନାଥ ହାଇେଓ୍ଵର ଫାଟା ନିକଟରେ ପାହାଡରେ ଭୂସ୍ଖଳନ ହୋଇଥିଲା। ରାସ୍ତା ଉପରେ କୁଢକୁଢ ହୋଇ ଧୂଳି ଓ ପଥର ପଡିଥିଲା। ଏଥିଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ତେବେ କେଦାରନାଥ ଘାଟିରେ ବର୍ଷା ଜାରି ରହିଛି। ଏଥିଯୋଗୁଁ ବିଭିନ୍ନ ସମୟରେ ଭୂସ୍ଖଳନ ହେବା ଯୋଗୁଁ ଜାତୀୟ ରାଜପଥ ଅବରୋଧ ହୋଇଛି। ବର୍ଷା ଯୋଗୁଁ ଚାରିଧାମ ଯାତ୍ରା ମଧ୍ୟ ପ୍ରଭାବିତ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.